୮ ଅଗଷ୍ଟରେ ଆଇଆଇଟି ଦିଲ୍ଲୀର ୫୭ତମ ସମାବର୍ତ୍ତନ ଉତ୍ସବକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ
୮ ଅଗଷ୍ଟରେ ଆଇଆଇଟି ଦିଲ୍ଲୀର ୫୭ତମ ସମାବର୍ତ୍ତନ ଉତ୍ସବକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ l ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଅନୁଷ୍ଠାନର ସର୍ବୋଚ୍ଚ ସମ୍ମାନ ପ୍ରଦାନ କରିବେ ପ୍ରଧାନମନ୍ତ୍ରୀଆଇଆଇଟି ଦିଲ୍ଲୀର ସୋନିପତ କ୍ୟାମ୍ପସରେ ଏଆଇ-ଚାଳିତ ‘ପରମ ପ୍ରଜ୍ଞା’ ସୁପରକମ୍ପ୍ୟୁଟିଂ ସୁବିଧାର ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ୭ ଅଗଷ୍ଟ ୨୦୨୬: ପିଆଇବି ଦିଲ୍ଲୀପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୮ ଅଗଷ୍ଟ ୨୦୨୬ ପୂର୍ବାହ୍ନ ୧୧ଟା ସମୟରେ ଆଇଆଇଟି ଦିଲ୍ଲୀର ୫୭ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେବେ । ଏହି ଅବସରରେ ସେ ୩୦୦୦ରୁ ଅଧିକ ସ୍ନାତକଙ୍କୁ ଉଦ୍ବୋଧନ ଦେବେ । ଏଥିସହ ୫୮୭ ଜଣ ପିଏଚ୍ଡି ଗବେଷକମାନଙ୍କୁ ଏହି ଉତ୍ସବରେ ଡିଗ୍ରୀ ପ୍ରଦାନ କରାଯିବ ।ଏହି ଅବସରରେ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତାକୁ ସ୍ୱୀକୃତି ଦେଇ, ପ୍ରଧାନମନ୍ତ୍ରୀ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଅନୁଷ୍ଠାନର ସର୍ବୋଚ୍ଚ ସମ୍ମାନ ପ୍ରଦାନ କରିବେ । ଏଥିରେ ‘ପ୍ରେସିଡେଣ୍ଟସ୍ ଗୋଲ୍ଡ ମେଡାଲ’, ‘ଡାଇରେକ୍ଟର୍ସ ଗୋଲ୍ଡ ମେଡାଲ’, ‘ଶଙ୍କର ଦୟାଲ ଶର୍ମା ଗୋଲ୍ଡ ମେଡାଲ’ ଏବଂ ‘ପରଫେକ୍ଟ ଟେନ୍ ଗୋଲ୍ଡ ମେଡାଲ’ ଅର୍ନ୍ତଭୁକ୍ତ ।ଅତ୍ୟାଧୁନିକ ଗବେଷଣା ଏବଂ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) କ୍ଷେତ୍ରରେ ଅଗ୍ରଗତି ପାଇଁ ଭାରତର ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରି, ପ୍ରଧାନମନ୍ତ୍ରୀ ‘ପରମ ପ୍ରଜ୍ଞା’ର ଉଦ୍ଘାଟନ କରିବେ । ଏହା ଆଇଆଇଟି ଦିଲ୍ଲୀର ସୋନିପତ କ୍ୟାମ୍ପସ୍ରେ ସ୍ଥାପିତ ଏକ ଏଆଇ ଚାଳିତ ଉଚ୍ଚ-କ୍ଷମତା ସମ୍ପନ୍ନ ସୁପରକମ୍ପ୍ୟୁଟିଂ ସୁବିଧା ଅଟେ । ଏହି ଅତ୍ୟାଧୁନିକ ସୁବିଧା ଏଆଇ, ଡାଟା ସାଇନ୍ସ, ଆଡଭାନ୍ସଡ୍ କମ୍ପ୍ୟୁଟିଂ ଏବଂ ବିଭିନ୍ନ ବିଷୟଭିତ୍ତିକ ଗବେଷଣା କ୍ଷେତ୍ରରେ ଅନୁଷ୍ଠାନର କ୍ଷମତାକୁ ଯଥେଷ୍ଟ ବୃଦ୍ଧି କରିବ ବୋଲି ଆଶା କରାଯାଉଛି ।
