ବିଳାସପୂର୍ଣ୍ଣ ସ୍ନାନର ଅନୁଭୂତି ଦେବ ‘ମୋହୋ

ବିଳାସପୂର୍ଣ୍ଣ ସ୍ନାନର ଅନୁଭୂତି ଦେବ ‘ମୋହୋ’(ବିଜିନେସ୍‌)ପ୍ରିମିୟମ୍ ସ୍ନାନାଗାର ସାମଗ୍ରୀ ଉତ୍ପାଦ କ୍ଷେତ୍ରରେ ନୂଆ ପଦକ୍ଷେପ ନେଇଛି ସୁପ୍ରିମ୍ ଇଣ୍ଡଷ୍ଟ୍ରିଜ୍। ଆଜି ସ୍ଥାନୀୟ ଏକ ହୋଟେଲ୍‌ରେ ସୁପ୍ରିମ୍ ଆକ୍ୱାକ୍ରାଫ୍ଟ ଅଧୀନରେ ପ୍ରିମିୟମ୍ ‘ସାୱାର’ଶୃଙ୍ଖଳା ‘ମୋହୋ’ର ବଜାର ପ୍ରବେଶ କରାଯାଇଛି। ଆରାମ ଓ ବିଳାସପୂର୍ଣ୍ଣ ସ୍ନାନ ଅନୁଭୂତିକୁ ‘ମୋହୋ’ ସାକାର କରିବାକୁ ଯାଉଛି। ଏହା ଏକ ନୂଆ ଉତ୍ପାଦ ନୁହେଁ, ବରଂ ପ୍ରତିଦିନର ସ୍ନାନ ଅନୁଭୂତିକୁ ବଦଳାଇବାର ଏକ ପ୍ରୟାସ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ସଂସ୍ଥାର ସହଯୋଗୀ ଉପସଭାପତି ଡା. ଅଂଶୁମାନ ଚୌଧୁରୀ। ଉପମହାପ୍ରବନ୍ଧକ ତଥା ପିଭିସି, ଓଡ଼ିଶାର ଦାୟିତ୍ୱରେ ଥିବା ସୁବ୍ରତ ମହାପାତ୍ର କହିଛନ୍ତି, ସୁନ୍ଦର ରିସର୍ଟରେ ବିଳାସପୂର୍ଣ୍ଣ ସ୍ନାନ କରିବା ସମୟରେ ଯେଉଁ ଅନୁଭୂତି ମିଳେ, ସେହି ଅନୁଭୂତିକୁ ପ୍ରତିଦିନ ଲୋକଙ୍କ ଘରେ ପହଞ୍ଚାଇବାକୁ ‘ମୋହୋ’ ଜରିଆରେ ଉଦ୍ୟମ କରାଯାଇଛି।

ସୁପ୍ରିମ୍ ବାଥ୍ ଫିଟିଙ୍ଗ୍ସର ମହାପ୍ରବନ୍ଧକ ତଥା ଭାରତ ବ୍ୟବସାୟ ମୁଖ୍ୟ ଅନେଶ ଡେମୋଲି କହିଛନ୍ତି, ଆଗକୁ ‘ମୋହୋ’ର ଉତ୍ପାଦ ପରିସରକୁ ଆହୁରି ବ୍ୟାପକ କରାଯିବ। ଖୁବଶୀଘ୍ର ହାତ ଧୋଇବା ପାତ୍ର ସହ ସୁନ୍ଦର ଡିଜାଇନ୍‌ର କାଉଣ୍ଟର, ରୋଷେଇ ଘର ପାଇଁ ସିଙ୍କ୍‌, ବିଭିନ୍ନ ଟ୍ୟାପ୍‌, ଫସେଟ୍‌ ଓ ଅନ୍ୟାନ୍ୟ ପ୍ରିମିୟମ୍ ସ୍ନାନଗୃହ ସାମଗ୍ରୀ ମଧ୍ୟ ଏହି ଶୃଙ୍ଖଳାରେ ଯୋଡ଼ାଯିବ। ତାଙ୍କ ସହ ଏହି ସାମ୍ବାଦିକ ସମ୍ମିଳନୀରେ ସୁପ୍ରିମ୍ ବାଥ୍ ଫିଟିଙ୍ଗ୍ସ ଓଡ଼ିଶା ପ୍ରବନ୍ଧକ ରଜନୀକାନ୍ତ ମହାନ୍ତି, ସହକାରୀ ପ୍ରବନ୍ଧକ ରାଜା ରାମ ପଲେଇ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *