ଲୋକଙ୍କ ଅଭିଯୋଗକୁ ଅଧିକାରୀଙ୍କ ଅଣଦେଖା , ବହୁ ଦିନରୁ ଲାଇଟ ଜଳୁନି ।
ହିଞ୍ଜିଳିକାଟୁ ୬/୦୯/୨୬ ଗ୍ରାମାଞ୍ଚଳର ବିଭିନ୍ନ ମୌଳିକ ସୁବିଧା ପୂରଣ କରିବାରେ ଜିଲ୍ଲା ବ୍ଳକ ପାଞ୍ଚୟତ ସ୍ତରରେ କାର୍ଯ୍ୟ କରୁଥିବା ଅଧିକାରୀ ମାନେ ଏହି ଲକ୍ଷ୍ୟ ହାସଲ ପାଇଁ ଅଧିକ ନିଷ୍ଠ ଦୃଢ଼ତା ଓ ସଂକଳ୍ପ ର ସହିତ କାର୍ଯ୍ୟ କରିବାକୁ ମୁଖ୍ୟ ଶାସନ ସଚିବ ଠାରୁ ଆରମ୍ଭ କରି ରାଜ୍ୟ ଓ କେନ୍ଦ୍ର ସରକାର ଗୁରୁତ୍ୱ ଦେଇଛନ୍ତି ।ଏଥି ସହିତ ସରକାରଙ୍କ ତରଫରୁ ପାଞ୍ଚୟତ ରାଜ ଓ ପାନୀୟ ଜଳ ବିଭାଗୀୟ ଅଧିକାରୀ ଜିଲ୍ଲା ଏବଂ ବ୍ଳକ ସ୍ତରରୁ ଆଭାସୀ ମାଧ୍ୟମରେ ଯୋଗଦେଇଥିବା କ୍ଷେତ୍ର ସ୍ତରୀୟ ଅଧିକାରୀ ମାନଙ୍କ ସହିତ ଆଲୋଚନା କରି ବିଭିନ୍ନ ପରାମର୍ଶ ଦେଇଥିଲେ ସୁଦ୍ଧା ଗାଁ ବିକାଶ ପାଇଁ ବିଭିନ୍ନ ମୌଳିକ ସୁବିଧା ପୁରଣ କରିବାରେ ବ୍ଳକ ଓ ପାଞ୍ଚୟତ ସ୍ତରରେ କାର୍ଯ୍ୟ କରୁଥିବା ବିଭାଗୀୟ ଅଧିକାରୀ ମାନେ ଗୁରୁତ୍ୱ ଦେଉନଥିବା ଜଣାପଡିଛି ।

ଏପରି ମୌଳିକ ସୁବିଧା ଯୋଗାଇଦେବାରେ ଅବହେଳା କରୁଥିବା ଦୃଶ୍ୟ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଳକର ଗଣ୍ଡଳା ପଞ୍ଚାୟତରରେ ଦେଖବା ମିଳିଛି । ସୁଚନାପ୍ରକାରେ ଗାଁରେ ଆଲୋକିକରଣ ବ୍ୟବସ୍ଥା ଠପ୍ ରହିଛି ।ଗ୍ରାମବାସୀଙ୍କ ସୁଚନାନୁଯାୟୀ ପ୍ରାୟ ଦୀର୍ଘଦିନ ହେଲା ଗାଁ ବନ୍ଧ ନିକଟସ୍ଥ ଛକଠାରେ ଷ୍ଟିଟ ଲାଇଟ ଜଳିବା ବନ୍ଦ ହୋଇଯାଇଛି । ଅନ୍ଧାରରେ ରହିଛି ସାହି ମାନଙ୍କ ରାସ୍ତା ।ଲୋକେ ସ୍ଥାନୀୟ ପଞ୍ଚାୟତର ଅଧିକାରୀଙ୍କୁ ଅଭିଯୋଗ କଲେ ମଧ୍ୟ ଲାଇଟ ଜଳିବାରେ ନାଁ ଧରୁନି ।ଏକ ୨୦୨୫ -୨୬ ଆର୍ଥିକ ବର୍ଷରେ ପ୍ରାୟ ୫ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ବିଦ୍ୟୁତ ବିଲ ପୈଠ କରାଯାଇଛି ବୋଲି ଅନଲାଇନ ରିପୋର୍ଟ କହୁଛି । ସେହିଭଳି ଆର୍ଥିକ ବର୍ଷ ୨୦୨୬- ୨୭ ଜୁନ ମାସ ଶେଷ ସୁଦ୍ଧା ବିଦ୍ୟୁତ ବିଲ ପୈଠ ପ୍ରାୟ ୧ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ବିଦ୍ୟୁତ ବିଲ ପୈଠ କରାଯାଇଛି ବୋଲି ଅନଲାଇନ ରିପୋର୍ଟ ମଧ୍ୟ କହୁଛି ।ଶ୍ମଶାନ ନିକଟରେ ଲଗାଯାଇଥିବା ସୋଲାର ଲାଇଟ କଥା କହିଲେ ନସରେ ବୋଲି ଗ୍ରାମବାସୀମାନଙ୍କ ଠାରୁ ଶୁଣିବାରେ ମିଳୁଛି ।ପରିମଳ ବ୍ୟବସ୍ଥା ମଧ୍ୟ ଅବ୍ୟବସ୍ଥା ଭିତରେ ଗତି କରୁଛି ।ପ୍ରକାଶ ଥାଉକି ଗାଁ ଲୋକଙ୍କ ବ୍ୟବହାରରେ ଆସୁଥିବା ପୋଖରୀକୁ ନିଲାମୀ କରାଯାଇଛି । ନିଲାମୀ ବାତିଲ ପାଇଁ ଅଭିଯୋଗ ପତ୍ର ଦେବା ପରେ ମଧ୍ୟ କେବେ ହେଲେ ନିଲାମୀ ହୋଇନଥିବା ପୋଖରୀ ଗାଁ ବନ୍ଧରେ ମାଛ ଜାଆଁଳା ତରବରିଆରେ ଛାଡି ଦିଆଗଲା । ଯା ଫଳରେ ଗାଁରେ ଅସନ୍ତୋଷ ବୃଦ୍ଧି ପାଇଛି । ଅନ୍ୟ ପଟରୁ ପାଞ୍ଚୟତ କାର୍ଯ୍ୟାଳୟର ପୁର୍ବରୁ ଭଲ ଓ ସଫା କଲର ଥିବା ବେଳେ ପୁନର୍ବାର ରଙ୍ଗ ମାରିବା କାର୍ଯ୍ୟ କରୁଛନ୍ତି । କିନ୍ତୁ ସର୍ବସାଧାରଣଙ୍କ ବ୍ୟବହାରରେ ଆସୁଥିବା ମୌଳିକ ସୁବିଧାର ସମାଧାନ ହୋଇପାରୁନାହିଁ ବୋଲି ଗ୍ରାମବାସୀ କହିଛନ୍ତି ।ହେଲେ ସରକାରୀ ଗ୍ରାମାଞ୍ଚଳରେ ସହରୀକରଣ ଲକ୍ଷ୍ୟ ରଖିଛନ୍ତି କିନ୍ତୁ କେଉଁଠି ନା କେଉଁଠି ବ୍ଳକ ଓ ପାଞ୍ଚୟତ ସ୍ତରୀୟ ଅଧିକାରୀଙ୍କ ଆନ୍ତରିକତା ଅଭାବ ରହିଛି । ଏଣୁ ଗ୍ରାମବାସୀମାନେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ ସହ ଉଚିତ ପଦକ୍ଷେପ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି କରିଛନ୍ତି ।
