ବାତ୍ୟା ଜନିତ କ୍ଷୟକ୍ଷତି ଆକଳନ କଲେ ମାଥିଲି ବ୍ଲକ ଅଧ୍ୟକ୍ଷ

ବାତ୍ୟା ଜନିତ କ୍ଷୟକ୍ଷତି ଆକଳନ କଲେ ମାଥିଲି ବ୍ଲକ ଅଧ୍ୟକ୍ଷ l ମାଲକାନଗିରି ମାଥିଲି,(ତୀର୍ଥକ୍ଷେତ୍ର): ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅଧ୍ୟକ୍ଷ ଶ୍ରୀ ମହେଶ କୁମାର ବାକା ରବିବାର ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତ ଗସ୍ତ କରି ବାତ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତିର ଆକଳନ କରିଛନ୍ତି।ସେ କୁତୁନିପାଲ୍ଲୀ ଏବଂ ଧୂଙ୍ଗିଆପୁଟ ଗ୍ରାମ ପଞ୍ଚାୟତ ପରିଦର୍ଶନ କରିଥିଲେ। ଧୂଙ୍ଗିଆପୁଟ ପଞ୍ଚାୟତ ଅନ୍ତର୍ଗତ ବନ୍ୟା ଆଶ୍ରୟସ୍ଥଳୀ, ଗୁଡ଼ା ପରିଦର୍ଶନ କରି ସେଠାର ସ୍ଥିତି ଅନୁଧ୍ୟାନ କରିବା ସହ ଗ୍ରାମ

ମୁଖିଆ ଏବଂ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ବାତ୍ୟା ଜନିତ କ୍ଷୟକ୍ଷତି ସମ୍ପର୍କରେ ବୁଝିଥିଲେ।ଉଭୟ ପଞ୍ଚାୟତରେ ବଡ ଧରଣର କ୍ଷତି ହୋଇ ନଥିବା ଗ୍ରାମବାସୀ ସୂଚନା ଦେଇଥିଲେ। ଏହି ଭଳି ବିପଦ ସମୟରେ ନିଜେ ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କ ସୁଖ ଦୁଃଖ ବୁଝିଥିବାରୁ ସ୍ଥାନୀୟ ଲୋକେ ବ୍ଲକ ଅଧ୍ୟକ୍ଷ ଶ୍ରୀ ବାକାଙ୍କୁ ବହୁତ ପ୍ରଶଂସା କରିଛନ୍ତି।

Leave a Reply

Your email address will not be published. Required fields are marked *