ଐତିହ୍ୟ ସମ୍ପର୍ଣ୍ଣ ଅଠରନଳାର ଉନ୍ନୟନ ଓ ସୌନ୍ଦର୍ଯ୍ୟ କରଣ ପାଇଁଜିଲ୍ଲାପାଳ ଙ୍କ କ୍ଷେତ୍ର ପରିଦର୍ଶନ।

ବାଲୁକା କଳା ମ୍ୟୁଜିୟମ ନୂତନ କଳାକାର ଙ୍କୁ ସୁଯୋଗ ଦେବ।ପୁରୀ ୩/୧୧ ଅଠରନଳା ପୁରୀ ର ଏକ ଐତିହ୍ୟ ସମ୍ପର୍ଣ୍ଣ ସ୍ଥଳ।ଏହାର ଉନ୍ନୟନ ଓ ସୌନ୍ଦର୍ଯ୍ୟକରଣ କରାଯିବା ସହ ଏହାକୁ ପର୍ଯ୍ୟଟକ ଉପଯୋଗୀ କରାଯିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା।ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଶ୍ରୀ ପରିଡା ଅଠରନଳା ସହ ହୁଳହୁଳିଆ ପୋଲ ନିକଟସ୍ଥ ଅଞ୍ଚଳ ଓ ପୁରୀ ଲେକ ଅଞ୍ଚଳ ପରିଦର୍ଶନ କରିଥିଲେ।ଏହି ପ୍ରକଳ୍ପର କାର୍ଯ୍ୟ ଓବିସିସି ପକ୍ଷରୁ କରାଯାଉଛି ବୋଲି ଜିଲ୍ଲାପାଳ କହିଛନ୍ତି।ଅଠରନଳାର ଜଳ ଉତ୍ସ କୁ ସଫା ରଖିବା, ଦଳ ସଫା କରିବା, ଡ୍ରେଜିଂ,ଜଳ ନିଷ୍କାସନ ବ୍ୟବସ୍ଥା କରିବା, ସହରର ସମସ୍ତ ନଳା ଗୁଡିକ ର ଜଳ ପରିଚାଳନା ସହ ଜଳ ନିଷ୍କାସନ ବ୍ୟବସ୍ଥା କରିବା ସମ୍ପର୍କରେ ଜିଲ୍ଲାପାଳ ସୂଚନା ଦେଇଥିଲେ।ସେହିପରି ପୁରୀ ରେ ବାଲୁକା କଳା ସଂଗ୍ରହାଳୟ ବା ସ୍ୟାଣ୍ଡ ଆର୍ଟ ମ୍ୟୁଜିୟମ ପ୍ରତିଷ୍ଠା କରାଯିବ।ଯାହା ଫଳରେ ପର୍ଯ୍ୟଟକ ଏହାକୁ ପରିଦର୍ଶନ କରିବା ସହ ବାଲୁକା କଳା ସମ୍ପର୍କରେ ଆଗ୍ରହୀ ବ୍ୟକ୍ତି ମାନେ ପ୍ରଶିକ୍ଷଣ ମଧ୍ୟ ନେଇ ପାରିବେ ବୋଲି ଜିଲ୍ଲାପାଳ ଶ୍ରୀ ପରିଡା ସୂଚନା ଦେଇଥିଲେ।ଏହାପରେ ଜିଲ୍ଲାପାଳ ହୁଳହୁଳିଆ ପୋଲ ନିକଟସ୍ଥ ଅଞ୍ଚଳ ପରିଦର୍ଶନ ସହ ତାହାର ଜଳ ନିଷ୍କାସନ ବ୍ୟବସ୍ଥା ର ଅନୁଧ୍ୟାନ କରିଥିଲେ।ପରେ ଖଣ୍ଡିଆବନ୍ଧ ସ୍ଥିତ ପୁରୀ ଲେକ ପ୍ରକଳ୍ପ କୁ ଜିଲ୍ଲାପାଳ ପରିଦର୍ଶନ କରି କାର୍ଯ୍ୟ ଅନୁଧ୍ୟାନ କରିଥିଲେ।ସେଠାରେ ସାଇକ୍ଲିଂ,ୱ୍ବାକିଂ, ବୋଟିଂ,ଜିମ୍ ଇତ୍ୟାଦି ର ବ୍ୟବସ୍ଥା କରାଯାଉଛି।ଏହା ସାଧାରଣ ଜନତା ଙ୍କ ସହ ପର୍ଯ୍ୟଟକ ଙ୍କୁ ମଧ୍ୟ ଆକୃଷ୍ଟ କରିବ ବୋଲି ଜିଲ୍ଲାପାଳ କହିଥିଲେ।ଆବଶ୍ୟକତା ଅନୁଯାୟୀ ଏହି ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ।ପୁରୀ ମହାନଗର ନିଗମର କମିଶନର ପ୍ରହଲ୍ଲାଦ ନାରାୟଣ ଶର୍ମା ସହରକୁ ପରିଷ୍କାର ପରିଛନ୍ନ ରଖିବା, ପୁରୀ ବାସୀ ଓ ପର୍ଯ୍ୟଟକ ମାନ ଙ୍କୁ ସମସ୍ତ ସୁବିଧା ଯୋଗାଇ ଦେବା,ଡ୍ରେନ ଗୁଡିକ ସଫା ରଖିବା, ଅଠରନଳା କୁ ସଫା ରଖିବାର ବ୍ୟବସ୍ଥା କରାଯାଉଛି ବୋଲି ସୂଚନା ଦେଇଥିଲେ।ଏହି ପରିଦର୍ଶନ ସମୟରେ ଓବିସିସି ର ଅଧିକାରୀ ମାନେ ଉପସ୍ଥିତ ରହି ଜିଲ୍ଲାପାଳ ଙ୍କୁ ପ୍ରକଳ୍ପ ଗୁଡିକ ସମ୍ପର୍କରେ ଅବଗତ କରାଇଥିଲେ।

Leave a Reply

Your email address will not be published. Required fields are marked *