ପୁରୀ ଜିଲ୍ଲା ଶିଶୁସୁରକ୍ଷା ଅଧିକାରୀଙ୍କୁ ସମ୍ମାନିତ କଲେ ରାଜ୍ୟ ଶିଶୁ ଅଧିକାର କମିଶନଭୁବନେଶ୍ୱର ରେ ଅନୁଷ୍ଠିତ

ପୁରୀ ଜିଲ୍ଲା ଶିଶୁସୁରକ୍ଷା ଅଧିକାରୀଙ୍କୁ ସମ୍ମାନିତ କଲେ ରାଜ୍ୟ ଶିଶୁ ଅଧିକାର କମିଶନଭୁବନେଶ୍ୱର ରେ ଅନୁଷ୍ଠିତ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର କମିଶନଙ୍କ ୧୬ତମ ପ୍ରତିଷ୍ଠା ଦିବସ ଅବସରରେ ଶିଶୁ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପୁରୀ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ସମ୍ମାନିତ କରାଯାଇଛି। ମିଶନ ବାତ୍ସଲ୍ୟ ଯୋଜନା ଅନ୍ତର୍ଗତ ସମସ୍ତ କାର୍ଯ୍ୟ ଯୋଜନା ର ସଠିକ୍ ରୂପାୟନ, ଆନୁଷ୍ଠାନିକ ଓ ଅଣ ଆନୁଷ୍ଠାନିକ ଯତ୍ନ, ଶିଶୁ ମାନଙ୍କ ଉଦ୍ଧାର ଥଇଥାନ, ପରିବାର ସମ୍ମିଶ୍ରଣ, ତାଲିମ, ସଚେତନତା କାର୍ଯ୍ୟକ୍ରମ ସହିତ ଜିଲ୍ଲାରେ ଅନୁଷ୍ଠିତ ଋତୁକାଳୀନ ସମସ୍ୟା ର ସମାଧାନ, ରଥଯାତ୍ରାରେ ସ୍ୱତନ୍ତ୍ର ଶିଶୁ ସୁରକ୍ଷା ସେବାରେ ସଫଳ କାର୍ଯ୍ୟ ପାଇଁ ଶ୍ରେଷ୍ଠ ଜିଲ୍ଲା ଭlବରେ ପୁରୀ ସମ୍ମାନିତ ହୋଇଛି। ଜିଲ୍ଲାରେ ସ୍ୱତନ୍ତ୍ର କିଶୋର ପୋଲିସ ୟୁନିଟ୍, ଶିଶୁ ମଙ୍ଗଳ ସମିତି, ଚାଇଲ୍ଡ ହେଲ୍ପ ଲାଇନ୍, କିଶୋର ନ୍ୟାୟ ବୋର୍ଡ ଓ ଜିଲ୍ଳା ଶିଶୁ ସୁରକ୍ଷା ୟୁନିଟ୍ ର ମିଳିତ ପ୍ରଚେଷ୍ଟା ରେ ଶିଶୁ ସୁରକ୍ଷା ସମ୍ବନ୍ଧିତ ସମସ୍ତ ଆଇନ, ନିୟମ ନୀତିକୁ ସୁଚାରୁ ରୂପେ କାର୍ଯ୍ୟକ୍ଷମ କରିବାରେ ପ୍ରଶାସନ ସକ୍ଷମ ହୋଇଛି।

ଭୁବନେଶ୍ୱର ରେ ଅନୁଷ୍ଠିତ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର କମିଶନଙ୍କ ୧୬ତମ ପ୍ରତିଷ୍ଠା ଦିବସ ଅବସରରେ ପୁରୀ ଜିଲ୍ଲା ତରଫରୁ ଜିଲ୍ଳା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ ମାନ୍ୟବର ଉପୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଠାରୁ ଏହି ସମ୍ମାନ ଗ୍ରହଣ କରିଛନ୍ତି। କମିଶନ ଅଧ୍ୟକ୍ଷା ବବିତା ପାତ୍ର, ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଶ୍ରମମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଓ ରାଜ୍ୟ ଶିଶୁ କମିଶନ ସମସ୍ତ ସଦସ୍ୟା ପୁରୀଜିଲ୍ଲା ରେ କାର୍ଯ୍ୟରତ ସମସ୍ତ କର୍ମକର୍ତ୍ତା ଅଧିକାରୀ ସଦସ୍ୟଙ୍କୁ ସାଧୁବାଦ ଜଣାଇଛନ୍ତି। ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଶିଶୁ ସୁରକ୍ଷା ପାଇଁ କାର୍ଯ୍ୟରତ ସମସ୍ତ କର୍ମକର୍ତ୍ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *