ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ସମଲ ପୋଲିସ୍ ପକ୍ଷରୁ ଶପଥ ଗ୍ରହଣ କାର୍ଯ୍ୟକ୍ରମ

ସମଲ: କଣିହାଁ ବ୍ଲକ ଅନ୍ତର୍ଗତ ସମଲ ପୋଲିସ୍ ଆଜି ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ସମଲ ପୋଲିସ୍ ପକ୍ଷରୁ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି ଅବସରରେ ସମଲ ଥାନାର ଭାରପ୍ରାପ୍ତ ଥାନା ଅଧିକାରୀ ଶ୍ରୀଯୁକ୍ତ ମୂର୍ଣାଲ କାର୍ଲୋ ମହୋଦୟ ଓ ସମସ୍ତ ପୋଲିସ୍ କର୍ମଚାରୀମାନେ ଦେଶର ଏକତା, ଅଖଣ୍ଡତା ଓ ସୁରକ୍ଷା ବଜାୟ ରଖିବା ସହ ରାଷ୍ଟ୍ରର ଏକତା ଓ ସଂହତି ପ୍ରତି ନିଜର ନିଷ୍ଠା ପ୍ରକାଶ କରି ଶପଥ ପାଠ କରିଥିଲେ।

ଏହି ଦିବସ ଦେଶର ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମଜୟନ୍ତୀକୁ ସ୍ମରଣ କରିବା ସହ ଜାତୀୟ ଏକତା, ଭାଇଚାରା ଓ ଦେଶପ୍ରେମର ଭାବନାକୁ ଅଧିକ ସୁଦୃଢ଼ କରିବାର ବାର୍ତ୍ତା ପ୍ରଦାନ କରିଥାଏ।ଜାତୀୟ ଏକତା ଓ ଅଖଣ୍ଡତା ରକ୍ଷା ପାଇଁ ସମସ୍ତେ ସଂକଳ୍ପବଦ୍ଧ ହେବା ଆଜିର ଦିବସର ମୁଖ୍ୟ ଉଦ୍ଦେଶ୍ୟ।

Leave a Reply

Your email address will not be published. Required fields are marked *