ପୁରୀ ପୋଲିସ ପକ୍ଷରୁ ବ୍ୟାପକ ସଂଧ୍ୟା ଓ ରାତ୍ର କାଳୀନ ନାକା ଚେକିଂ ଓ ଯାନବାହନ ଯାଞ୍ଚ

ପୁରୀ, ୦୩.୧୧.୨୦୨୬ପୁରୀ ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଗତ ୦୨.୧୧.୨୦୨୬ ତାରିଖ ସଂଧ୍ୟା ଓ ରାତ୍ର ରେ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ପୁରୀ ପୋଲିସ ପକ୍ଷରୁ ବ୍ୟାପକ ନାକା ଚେକିଂ ଓ ସ୍ୱତନ୍ତ୍ର ଯାନବାହନ ଯାଞ୍ଚ ଅଭିଯାନ କରାଯାଇଥିଲା।ଏହି ଅଭିଯାନରେ ସନ୍ଦିଗ୍ଧ ବ୍ୟକ୍ତି ଓ ଯାନବାହନଗୁଡ଼ିକୁ ଯାଞ୍ଚ କରାଯିବା ସହ ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀ ଗାଡ଼ି ଚାଳକଙ୍କ ବିରୋଧରେ ମୋଟର ଯାନ ଆଇନ ଅନୁଯାୟୀ ଚାଲାଣ କାଟି ଜରିମାନା ଆଦାୟ କରାଯାଇଥିଲା।

ଯାଞ୍ଚର ଫଳାଫଳ (୦୨.୧୧.୨୦୨୬):🚔 ମୋଟ ୧୭୬ଟି ଚାଲାଣ କାଟାଯାଇଛି।💰 ମୋଟ ୧,୫୯,୫୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି।📋 ୦୫ଟି ମୋଟର ଯାନ ମାମଲା (MV PR) ରୁଜୁ କରାଯାଇଛି।ଜିଲ୍ଲାରେ ଅପରାଧ ନିୟନ୍ତ୍ରଣ, ବେଆଇନ କାର୍ଯ୍ୟକଳାପ ରୋକିବା, ଟ୍ରାଫିକ୍ ନିୟମର ଅନୁପାଳନ ସୁନିଶ୍ଚିତ କରିବା ଓ ଜନସାଧାରଣଙ୍କ ସୁରକ୍ଷା ନିମନ୍ତେ ପୁରୀ ପୋଲିସ ପକ୍ଷରୁ ଏଭଳି ଯାଞ୍ଚ ଅଭିଯାନ ନିୟମିତ ଭାବେ ଜାରି ରହିବ।ଆଇନ ମାନନ୍ତୁ, ସୁରକ୍ଷିତ ରୁହନ୍ତୁ।ପୁରୀ ପୋଲିସ l

Leave a Reply

Your email address will not be published. Required fields are marked *