ନିମାପଡ଼ା ମହାବିଦ୍ୟାଳୟରେ ବିଜ୍ଞାନ ବିଭାଗ ଦ୍ୱାରା ପୋଷ୍ଟର ପ୍ରଦର୍ଶନୀ

ନିମାପଡ଼ା ମହାବିଦ୍ୟାଳୟରେ ବିଜ୍ଞାନ ବିଭାଗ ଦ୍ୱାରା ପୋଷ୍ଟର ପ୍ରଦର୍ଶନୀ

ପୁରୀ/ନିମାପଡ଼ା, ତା 7.11.2026, ନିମାପଡ଼ା ସ୍ଵୟଂଶାସିତ ମହାବିଦ୍ୟାଳୟର ଆନ୍ତରୀଣ ଗୁଣବତ୍ତା ଆଶ୍ୱାସନ ପ୍ରକୋଷ୍ଠ ଆନୁକୂଲ୍ୟରେ ବିଜ୍ଞାନ ଶ୍ରେଣୀର ସମସ୍ତ ବିଭାଗ ମାନଙ୍କ ଦ୍ଵାରା ଏକ ପୋଷ୍ଟର ପ୍ରଦର୍ଶନୀ କାର୍ଯ୍ୟକ୍ରମ, ବିଶିଷ୍ଟ ବୈଜ୍ଞାନିକ ମ୍ୟାଡ଼ାମ କ୍ୟୁରୀ ଓ ସି. ଭି. ରମଣ ଙ୍କ ଜନ୍ମଦିନ ଅବସରରେ ଆୟୋଜିତ କରାଯାଇଥିଲା। ପଦାର୍ଥବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ବିଭୂତି ଭୂଷଣ ସାମନ୍ତସିଂହାରଙ୍କ ଦ୍ୱାରା ଉଦଘାଟିତ ଏହି କାର୍ଯ୍ୟକ୍ରମରେ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଗଣିତ, ଉଦ୍ଭିଦ ବିଜ୍ଞାନ, ପ୍ରାଣୀ ବିଭାଗ ଓ ଭୂତତ୍ତ୍ୱ ବିଜ୍ଞାନ ବିଭାଗର ଛାତ୍ର ଛାତ୍ରୀ ମାନେ ଉଚ୍ଚମାନର ପଚାଶରୁ ଉର୍ଦ୍ଧ୍ବ ପୋଷ୍ଟର ଜରିଆରେ ଶିକ୍ଷଣୀୟ ବିଶ୍ଳେଷଣ ପୂର୍ବକ ଅଭିଦର୍ଶକ ମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ପ୍ରଶାସନିକ ଅଧିକାରୀ ଡ ରବୀନ୍ଦ୍ର ନାଥ ପାଢ଼ୀ, ରଶ୍ମୀ ରଞ୍ଜନ ପାଣି, ଡ ଅକ୍ଷୟ କୁମାର କର, ପ୍ରଣିତା ଆଚାର୍ଯ୍ୟ, ଡ ସାଗରିକା ବିଶ୍ୱାଳ, ଡ ରମାକାନ୍ତ ମିଶ୍ର, ସୁରେଶ କୁମାର ବେହେରା, ମମତା ରାଣୀ ସ୍ୱାଇଁ, ଦୀପକ କୁମାର ବିଶ୍ୱାଳ ପ୍ରଭୁତି କାର୍ଯ୍ୟକ୍ରମ କୁ ସଫଳ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *