ବିଶ୍ୱନାଥ ମୁଣ୍ଡିଆ ଉନ୍ନୟନ କାର୍ଯ୍ୟ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ
ଡେଲାଙ୍ଗ ବିଶ୍ୱନାଥ ମୁଣ୍ଡିଆ ଉନ୍ନୟନ କାର୍ଯ୍ୟ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ସାଂସଦ ଡା ସମ୍ବିତ ପାତ୍ର, ବିଧାୟକ ଆଶ୍ରିତ ପଟ୍ଟନାୟକ – ପିପିଲି DT – 09-11-2026 – ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପୁରୀଜିଲ୍ଲା ଡେଲାଙ୍ଗ ଠାରେ ବିଶ୍ୱନାଥ ମୁଣ୍ଡିଆ ଉନ୍ନୟନ ପ୍ରକଳ୍ପ ର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି… ତାଙ୍କ ସହିତ ପୁରୀ ସାଂସଦ ଡା ସମ୍ବିତ ପାତ୍ର ଓ ସ୍ଥାନୀୟ ବିଧାୟକ ଆଶ୍ରିତ ପଟ୍ଟନାୟକ ସାମିଲ ଥିଲେ! ବିଶ୍ଵନାଥ ମୁଣ୍ଡିଆ ଉପରକୁ ଗାଡ଼ି ଯାତାୟତ ପାଇଁ ପକ୍କା ରାସ୍ତା, ଆଲୋକୀକରଣ, ପାନୀୟ ଜଳ, ଯାତ୍ରୀ ରହିବା ଘର, ଆକର୍ଷଣୀୟ ଲୁହା ବାଡ଼ ଆଦି ବ୍ୟବସ୍ଥା ପାଇଁ ପ୍ରାୟ 10 କୋଟିରୁ ଉର୍ଦ୍ଧ

ଟଙ୍କାର ପ୍ରକଳ୍ପ ର ଶିଳାନ୍ୟାସ ହୋଇଛି.. ଦୀର୍ଘ 45 ବର୍ଷର ଦାବୀ ପରେ ଚଳିତ ଡବଲ ଇଂଜିନ ସରକାର ଙ୍କ ଦ୍ୱାରା ସମ୍ଭବ ହୋଇଛି… ଏଥିପାଇଁ ବିଶ୍ଵନାଥ ଦେବ ଯଜ୍ଞ କମିଟି ପକ୍ଷରୁ ବିଭାଗୀୟ ମନ୍ତ୍ରୀ ଓ ଡବଲ ଇଂଜିନ ସରକାର ଙ୍କୁ ଧନ୍ୟବାଦ ଦେଇଛନ୍ତି! ସେପଟେ ଆୟୋଜିତ ସଭାରେ 500 ଲକ୍ଷପତି ଦିଦି ଙ୍କ ପାଇଁ ଗୋଟିଏ msme ସେଣ୍ଟର ପ୍ରତିଷ୍ଠା ପାଇଁ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ଘୋଷଣା କରିଛନ୍ତି!
