ମହାପ୍ରଭୁଙ୍କ ଦର୍ଶନ ପୂର୍ବରୁ ଅଚେତ୍ ହେଲେ ଜଣେ ମହିଳା ଶ୍ରଦ୍ଧାଳୁ।

ମହାପ୍ରଭୁଙ୍କ ଦର୍ଶନ ପୂର୍ବରୁ ଅଚେତ୍ ହେଲେ ଜଣେ ମହିଳା ଶ୍ରଦ୍ଧାଳୁ। ଆଜି ଶ୍ରୀମନ୍ଦିର ସିଂହଦ୍ଵାର କବାଟ ଫିଟିବା ପରେ ବ୍ୟାରିକେଡ୍ ରେ ଥିବା ଜଣେ ମହିଳା ଶ୍ରଦ୍ଧାଳୁ ଅଚେତ୍ ହୋଇପଡିଛନ୍ତି। ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ଦେଖିବା ପାଇଁ ରାତି ୪ଟାରୁ ବ୍ୟାରିକେଡ୍ ରେ ଅପେକ୍ଷା କରିଥିବା ଜଣେ ମହିଳା ଶ୍ରଦ୍ଧାଳୁ ଅଚେତ୍ ହୋଇପଡିବା ପରେ ତାଙ୍କୁ ଉପସ୍ଥିତ ଥିବା ସୁରକ୍ଷାକର୍ମୀ ଏବଂ ତାଙ୍କ ପରିବାର ଲୋକେ ପ୍ରାଥମିକ ଚିକିତ୍ସା ପାଇଁ ସଦର ମୁଖ୍ୟ ଚିକିତ୍ସାଳୟକୁ ନେଇଛନ୍ତି। ତେବେ ଦୀର୍ଘ ସମୟ ବ୍ୟାରିକେଡ୍ ରେ ଛିଡାହେବା ପରେ ସେ ହଠାତ୍ ଭାରସାମ୍ୟ ହରାଇ ତଳେ ପଡିଯାଇଥିଲେ। ଆଜି ମଧ୍ୟ ଭୋରୁ ଭୋରୁ ପ୍ରବଳ ଗରମ ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହେଉଥିବାରୁ ମହିଳା ଭକ୍ତ ଜଣକ ବ୍ୟାରିକେଡ୍ ଭିତରେ ଅଚେତ୍ ହୋଇଥିବା ଅନୁମାନ କରାଯାଉଛି।

Leave a Reply

Your email address will not be published. Required fields are marked *