ପୁଣି ଅଦିନିଆ ରଥଯାତ୍ରା କରିବାକୁ ଯାଉଛି ଇସ୍କନ
ପୁଣି ଅଦିନିଆ ରଥଯାତ୍ରା କରିବାକୁ ଯାଉଛି ଇସ୍କନ l କାନାଡ଼ାର ହିଲଟପ ପିକନିକ ସେଲ୍ଟର ଠାରେ ଆସନ୍ତା ମେ ୩୦ ତାରିଖରେ ଅଦିନିଆ ରଥଯାତ୍ରା ଆୟୋଜନ କରିବାକୁ ଯାଉଛି l ସକାଳ ୧୦ଟା ୩୦ ସମୟରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଏହା ଆୟୋଜନ କରାଯିବାକୁ ଥିବାବେଳେ ଏଥିରେ ଫୁଡ ଷ୍ଟଲ,ମ୍ୟୁଜିକ,କଲଚରାଲ ପ୍ରୋଗ୍ରାମ,ଲାଇଭ ମ୍ୟୁଜିକ,ଚାରିଅଟ ପ୍ୟାରେଡ କରାଯିବ ବୋଲି ଦର୍ଶାଯାଇଛି lଏହାକୁ ନେଇସବୁରି ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ ମହାପ୍ରଭୁଙ୍କ ରଥଯାତ୍ରା କେବଳ ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ହୋଇଥାଏ । ଅନ୍ୟ ଦିନ ରଥଯାତ୍ରା କରିବା ଶାସ୍ତ୍ର ଓ ପରମ୍ପରା ବିରୁଦ୍ଧ । ମହାପ୍ରଭୁଙ୍କ ନୀତି ସହ କେହି ଖେଳିବା ଉଚିତ୍ ନୁହେଁ । ଏହା ହିନ୍ଦୁ ଧର୍ମ ଓ ଜଗନ୍ନାଥ ସଂସ୍କୃତି ଉପରେ ଆକ୍ରମଣ । ଏହାକୁ ସମସ୍ତେ ନିନ୍ଦା କରିବା ସହିତ ଅଦିନିଆ ରଥଯାତ୍ରା ତୁରନ୍ତ ବନ୍ଦ କରାଯାଉ ।
