ମହାପ୍ରଭୁଙ୍କ ପବିତ୍ର ସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା ପାଇଁ ଶ୍ରୀମନ୍ଦିରରେ ଦଇତାପତି ସେବକଙ୍କ ପ୍ରବେଶ ନୀତି

ଆଉ ଦିନକ ପରେ ଦେବସ୍ନାନ ପୂର୍ଣ୍ଣିମା। ଆଜିଠାରୁ ଆରମ୍ଭ ହେଲା ଦେବସ୍ନାନ ପୂର୍ଣ୍ଣିମା ନେଇ ପ୍ରସ୍ତୁତି ପର୍ବ। ସ୍ନାନପୁର୍ଣିମା ଓ ରଥଯାତ୍ରା ପାଇଁ ଆଜି ଶ୍ରୀ ମନ୍ଦିରରେ ଦଇତାପତି ପ୍ରବେଶ କରିଛନ୍ତି | ପରମ୍ପରା ଅନୁଯାୟୀ ଆଜି ଜ୍ୟୋଷ୍ଠ ଶୁଳ୍କ ତ୍ରୟୋଦଶୀ ତିଥିରେ ଶ୍ରୀମନ୍ଦିରରେ ମଙ୍ଗଳଆଳତୀ ସମୟରେ ହୋଇଥାଏ ଦଇତା ପ୍ରବେଶ ନୀତି । ସମସ୍ତ ଦଇତାପତି ସେବକ ଗୋଷ୍ଠୀଗତଭାବେ ଶ୍ରୀମନ୍ଦିରରେ ପ୍ରବେଶ କରୁଛନ୍ତି । ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗ ସେବକ ହେଉଛନ୍ତି ଦଇତାପତି । ନୀଳମାଧବଙ୍କୁ ପୁଜାକରୁଥିବା ବିଶ୍ବାବସୁଙ୍କ ବଂଶଧର ଭାବେ ଦଇତାପତିଙ୍କୁ ଦିଆଯାଇଛି ଶ୍ରୀମନ୍ଦିରରେ ଗୁପ୍ତସେବା । ବର୍ଷକ ଯାକ ଶ୍ରୀମନ୍ଦିରକୁ ଦଇତାପତିମାନେ ଯାଇଥାନ୍ତି କିନ୍ତୁ ଆଜିଠାରୁ ନିଳାଦ୍ରିବିଜେ ପର୍ଯ୍ୟନ୍ତ ଦଇତାପତିଙ୍କର ରହିଥାଏ ବିଶେଷସେବା । ଦଇତାପତିଙ୍କର ଶ୍ରୀମନ୍ଦିରରେ ହେଉଛି ଜନ୍ମଗତ ସେବା । ଆଜି ବଡ ସିଂହାର ବେଶ ସରିବା ପରେ ଭୋଗ ଆଉ ତା ପରେ ପହୁଡ ଆଳତୀ ହେବ । ତା ପରେ ଶ୍ରୀମୁଖ ଖଣ୍ଡୁଆ ପରେ ବାହୁଟ କଣ୍ଟ କରାଯିବ । ପର ପରେ କୋଠ ସୁଆଁସିଆ ରତ୍ନ ସିଂହାସନରେ ଚାରବାନ୍ଧିବା ପାଇଁ ପ୍ରବେଶ କରିବେ ।ବାଇଟ ବିନାୟକ ଦାସମହାପାତ୍ର ବିଶ୍ଵାବସୁ ସେବକବାଇଟ କୀର୍ତ୍ତି ଦାସମହାପାତ୍ର ବରିଷ୍ଠ ଦଇତା ସେବକ l

Leave a Reply

Your email address will not be published. Required fields are marked *