ପୁରୀ ସମୁଦ୍ରରେ ପୁଣି ଅଘଟଣ .. ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ ଲାଇଫ ଗାର୍ଡ ଅଗ୍ନିଶମ କର୍ମଚାରୀ

ପୁଣି ପୁରୀ ସମୁଦ୍ରରେ ଅଘଟଣ। ସମୁଦ୍ରରେ ଗାଧୋଉଥିବା ବେଳେ ରିପ୍ କରେଣ୍ଟରେ ପଡ଼ି ବୁଡ଼ିଗଲେ ତିନିଜଣ ପର୍ଯ୍ୟଟକ। ସମୁଦ୍ର କୂଳରେ ଥିବା ହୋଟେଲ ମହୋଦଧି ସମ୍ମୁଖ ସେକ୍ଟର-୭ ରେ ଘଟିଛି ଏଭଳି ଅଭାବନୀୟ ଘଟଣା।‌ ତେବେ ସେଠାରେ ଉପସ୍ଥିତ ଥିବା ଅଗ୍ନିଶମ କର୍ମଚାରୀ ଏବଂ ଲାଇଫ ଗାର୍ଡ ତୁରନ୍ତ ସମୁଦ୍ର ଭିତରକୁ ଯାଇ ବୁଡ଼ି ଯାଉଥିବା ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ।‌ ଉଦ୍ଧାର ତିନି ପର୍ଯ୍ୟଟକ ପଶ୍ଚିମବଙ୍ଗର ଦୀପ ରୟ, ଅରଜିତ୍ ପଞ୍ଜା ଏବଂ ଅଭିଜିତ ପଞ୍ଜା। ତିନି ପର୍ଯ୍ୟଟକଙ୍କୁ ଉଦ୍ଧାର ପରେ ପ୍ରାଥମିକ ଚିକିତ୍ସା ଯୋଗାଇଥିଲେ ଲାଇଫ ଗାର୍ଡ। ବିଭିନ୍ନ ସମୟରେ ପୁରୀ ସମୁଦ୍ରରେ ରିପ୍ କରେଣ୍ଟ ଯୋଗୁଁ ଅନେକ ପର୍ଯ୍ୟଟକ ଆହତ ହେଉଥିବା ବେଳେ ଅନେକ ପର୍ଯ୍ୟଟକଙ୍କ ଜୀବନ ମଧ୍ୟ ଚାଲିଯାଉଛି।‌ ଏଣୁ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯିବାବାର ଆବଶ୍ୟକତା ରହିଛି।‌

Leave a Reply

Your email address will not be published. Required fields are marked *