ଅନୁଭବ ମାହାନ୍ତିଙ୍କ କାମାକ୍ଷାନଗରରେ ରୋଡ ଶୋ’ ମଧ୍ୟମରେ ବିଜେପି ଦଳିୟ ପ୍ରାର୍ଥୀ ମାନଙ୍କ ପାଇଂ ଭୋଟ ଭିକ୍ଷା

।-ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ଥିବା ଜିଲ୍ଲା ଗୁଡିକରେ ପ୍ରଚାର ଯୋରସୋରରେ ଚାଲିଛି। ସେହି କ୍ରମରେ ଢେଙ୍କାନାଳ ସାଂସଦିୟ କ୍ଷେତ୍ରର (୫୭) କାମାକ୍ଷାନଗର ନିର୍ବାଚନଣ୍ଡଳିରେ ପ୍ରଚାର ମଧ୍ୟ ଯୋରସୋରରେ ଚାଲିଛି। ସବୁଦଳର ପ୍ରାର୍ଥୀମାନେ କିପରି ଭୋଟ ହାତେଇବେ, ସେ ନେଇ ଭୋଟରଙ୍କ ବିଭିନ୍ନ ପ୍ରକାରର ଉପାୟ ଆପଣେଇଛନ୍ତି। ବିଜେଡିର ଶିର୍ଷ ନେତୃତ୍ବ ମାନେ ଘନ ଘନ ଢେଙ୍କାନାଳ ଗ୍ରସ୍ଥ କରୁଥିବାବେଳେ , ବିଜେପି ମଧ୍ୟ ପଛରେ ପଡିନାହିଁ। ଗତକାଲି ଗୃହମନ୍ତ୍ରୀ ଅମିତ ଶାହା ଓ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗ୍ରସ୍ଥ କରି ଫେରିଛନ୍ତି। ସେହି ଭଳି ଆଜି ମଧ୍ୟ ପୁର୍ବତନ ସାଂସଦ ତଥା ଓଡିଆ ସିନେତାରକା ଅନୁଭବ ମହାନ୍ତି କାମାକ୍ଷାନଗରରେ ରୋଡ ଶୋ’ କରିଛନ୍ତି।

ଆଜି ଦିନ ପ୍ରାୟ ୧୨ ଟା ବେଳକୁ ସ୍ବତନ୍ତ୍ର ହେଲିକ୍ୟାପ୍ଟର ଯୋଗେ ବାଟଗାଁର ଅସ୍ଥାୟୀ ହେଲିପ୍ୟାଡରେ ଓହ୍ଲାଇଥିଲେ। ଏବଂ ସେଠାରୁ ଏକ କାର ଯୋଗେ କାମାକ୍ଷାନଗର ଆସିଥିଲେ। ଏବଂ ଜିରିଡାମାଳି ଛକ ଠାରେ ପ୍ରାୟ ସହ ସହ ଲୋକେ ତାଙ୍କୁ ସ୍ବାଗତ କରିଥିଲେ। ଏବଂ ସେଠାରୁ ଏକ ବାଇକ ଶୋଭାଯାତ୍ରାରେ ବାହାରି ରୋଡ ଶୋ’ ମାଧ୍ୟମରେ ସାରା ସହର ପରିକ୍ରମା କରିଥିଲେ। ଏବଂ ସ୍ଥାନୀୟ କଳ୍ପନାକ୍ଲବ ଛକଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଢେଙ୍କାନାଳ ବିଜେପି ସାଂସଦ ପ୍ରାର୍ଥୀ ରୁଦ୍ରନାରାୟଣ ପାଣିଙ୍କୁ ଦେବା ସହ କାମାକ୍ଷାନଗର ବିଜେପି ବିଧାୟକ ପ୍ରାର୍ଥୀ ଶତ୍ରୁଘ୍ନ ଜେନାଙ୍କୁ ଆଗାମି ୨୫ ତାରିଖ ମତଦାନ ରେ ବିପୁଳ ସଂଖ୍ୟାରେ ଭୋଟଦେଇ ଯୟଯୁକ୍ତ କରିବାକୁ ଅନୁରୋଧ କରିଥିଲେ ପୁର୍ବତ ସାଂସଦ ଅନୁଭବ ମହାନ୍ତି। ଏହି ସଭାରେ ରାଜ୍ୟ ସରକାରଙ୍କୁ କଡା ଭାଷାରେ ଭର୍ଷନା କରିବା ସହ 5t ଅଧ୍ୟକ୍ଷ ଙ୍କ ଉପରେ ବର୍ଷିଥିଲେ। ଏବଂ ଏହାପରେ ପୁଣି ରୋଡ ଶୋ’ରେ ବାହାରି ରେକୁଳା ଆମ୍ବ ତୋଟାରେ କାର୍ଯ୍ୟକ୍ରମ ସମାପ୍ତି କରି ସେହି ହେଲିକ୍ୟାପ୍ଟର ଯୋଗେ ଗନ୍ତବ୍ୟ ସ୍ଥଳକୁ ଯାଇଥିଲେ।)

Leave a Reply

Your email address will not be published. Required fields are marked *