ବଲାଙ୍ଗୀର ରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଦାନ ପ୍ରକ୍ରିୟା ଆରମ୍ଭ
ବଲାଙ୍ଗୀର ରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଦାନ ପ୍ରକ୍ରିୟା ଆରମ୍ଭ ନିର୍ବାଚନ ମାହୋଲ ସରଗରମ | ପ୍ରତ୍ୟେକ ଅଂଚଳ ରେ ଆରମ୍ଭ ହେଲାନି ଦ୍ୱିତୀୟ ପ୍ରର୍ଯାୟ ଭୋଟ ଦାନ ପ୍ରକ୍ରିୟା | ତେବେ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ର ବଙ୍ଗୋମୁଣ୍ଡା ବ୍ଲକ ଭାଲୁମୁଣ୍ଡା ରେ ଆଜି ସକାଳୁ ଭୋଟ ଦାନ ପ୍ରକ୍ରିୟା ଆରମ୍ଭ ହୋଇଛି | ଭୋଟ କେନ୍ଦ୍ର ରେ ପ୍ରଶାସନ ପକ୍ଷରୁ ଅନେକ ବ୍ୟାପକ ବ୍ୟବସ୍ତା କରାଯାଇଛି | ଲୋକେ ସୁରକ୍ଷିତ ଭାବରେ ଶୃଙ୍ଖଳା ର ସହ କିଭଳି ଭୟ ମୁକ୍ତ ହୋଇ ନିଜ ନିଜର ପ୍ରାର୍ଥୀ ଙ୍କୁ ଭୋଟ ଦେବେ ତାହାର ପୂର୍ଣ୍ଣ ବ୍ୟବସ୍ତା କରାଯାଇଛି |ଲୋକେ ଧାଡି ରେ ଯିବା ସହ ପୋଲିସ ପ୍ରଶାସନ ମଧ୍ୟ ଉପସ୍ଥିତ ଅଛନ୍ତି | ଦଳୀୟ ଲୋକେ ଭୋଟ ସ୍ଥାନ ରେ କିଭଳି କୌଣସି ଅପ୍ରିତିକର ପରିସ୍ଥିତି ନଉପୁଜୁ ସେଥିପ୍ରତି କଡା ସୁରକ୍ଷା ବ୍ୟବସ୍ତା କରାଯାଇଛି |ଖରା କୁ ଦୃଷ୍ଟି ରେ ରଖି ପାନୀୟ ବ୍ୟବସ୍ତା ମଧ୍ୟ କରାଯାଇଛି |
