ସ୍ଥାନୀୟ କଳାକାର ଙ୍କୁ ଅଣଦେଖା କଲେ ବାଲିଗୁଡ଼ା ଦୁର୍ଗାପୂଜା ସମିତି

କଳାକାର ମହଲରେ ଅସନ୍ତୋଷ ଲିଗୁଡ଼ା l କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ କଂଧମାଳ କଳା ବିକାଶ କେନ୍ଦ୍ର ଙ୍କ ଆବେଦନକୁ ଅଗ୍ରାହ୍ୟ କରିଦେଲେ ମାଆ ପାଟ୍ଟଖଣ୍ଡା ଦୁର୍ଗା ପୂଜା ସମିତି ଫଳରେ ସ୍ଥାନୀୟ କଳାକାର ଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି l ସୂଚନାଯୋଗ୍ୟ ଯେ ଏହି ଅନୁଷ୍ଠାନ ଦୀର୍ଘ ୧୦ ବର୍ଷରୁ ଉର୍ଦ୍ଧହେବ କଂଧମାଳ ର ସଂସ୍କୃତି ପରମ୍ପରା କୁ ନେଇ ନୃତ୍ୟ ସଙ୍ଗୀତ ନାଟକ ପ୍ରଦର୍ଶନ କରି ଜିଲ୍ଲା ରାଜ୍ୟ ସ୍ତରୀୟ ଓ ରାଜ୍ୟ ବାହାରେ କଳା ପ୍ରଦର୍ଶନ କରି ପୁରସ୍କୃତ ହୋଇ ବାଲିଗୁଡ଼ା ପାଇଁ ଗର୍ବ ଓ ଗୌରବ ଆଣି ଦେଇଛନ୍ତି l ଏହି କଳା ଅନୁଷ୍ଠାନ କୁନି କୁନି କଳାକାର ଙ୍କୁ ନେଇ ରାଧାପ୍ରେମ ଲୀଳା ନାଟକ ମଧ୍ଯ କୋଟଗଡ଼ ରାଇକିଆ ତୁମୁଡିବନ୍ଧ କ ନୂଆଗାଁ ଏବଂ ପୂର୍ବରୁ ବାଲିଗୁଡ଼ା ଦୁର୍ଗା ପୂଜା ସମିତି ପକ୍ଷରୁ ଆୟୋଜିତ ଦୂର୍ଗା ପୂଜା ରେ ମଧ୍ଯ ନାଟକ ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହୋଇଛି କିନ୍ତୁ ଚଳିତ ଦଶହରା ପୂଜା ଆୟୋଜନ କରୁଥିବା ନୂତନ କମିଟି କୁନି କଳାକାର ମାନଙ୍କ ଆଗ୍ରହ କୁ ଗ୍ରହଣ କରିବା ପରିବର୍ତ୍ତେ ଅଣଦେଖା କରୁଥିବା ଅଭିଯୋଗ ଆଣିଛନ୍ତି ଅନୁଷ୍ଠାନ ର ସମ୍ପାଦକ ତଥା ବାଲିଗୁଡ଼ା ର ବରିଷ୍ଠ ସାମ୍ବାଦିକ ପ୍ରମୋଦ କୁମାର ଦଣ୍ଡସେନା l ଏପରି କି ଏହି କଳା ଅନୁଷ୍ଠାନ ର ଦରଖାସ୍ତ କୁ ମଧ୍ଯ ଗ୍ରହଣ କରି ନଥିବାରୁ କଳାକାର ଓ ସ୍ଥାନୀୟ ଅଞ୍ଚଳ ରେ ଅସନ୍ତୋଷ ପ୍ରକାଶ ପାଉଛି l

Leave a Reply

Your email address will not be published. Required fields are marked *