ମା ତାରିଣୀ ଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ପାଇଁ ବାରଦା ଗ୍ରାମ ଉତ୍ସବ

ଯାଜପୁର/କୋରେଇ ;୦୬/୦୫: ଯାଜପୁର ଜିଲ୍ଲା କୋରେଇ ବ୍ଲକ ଅନ୍ତର୍ଗତ ବାରଦା ଗ୍ରାମବାସୀ ଙ୍କ ସହଯୋଗରେ ଦୀର୍ଘ ଚାରି ଦିନ ଧରି ମା ତାରିଣୀ ଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ମହାସମାରୋହ ରେ ଅନୁଷ୍ଠିତ ହେଉଅଛି। ମନ୍ଦିର ପୂଜକ ଓ ବିଶିଷ୍ଠ ବ୍ରାହ୍ମଣ ଓ ପଣ୍ଡିତ ଙ୍କ ଦ୍ଵାରା ପୂଜାର୍ଚ୍ଚନା କରାଯିବା ସହ ମଙ୍ଗଳବାର ଅଙ୍କୁରାରୋପଣ, ଅଧିବାସ,ବୁଧବାର ପ୍ରାତଃ ରେ କଳସ ଶୋଭାଯାତ୍ରା, ସୂର୍ଯ୍ୟପୂଜା, ଗୁରୁପୂଜା,ମନ୍ଦିର ଅଧିବାସ,ଅଗ୍ନି ସ୍ଥାପନା ଗୁରୁବାର ବିଗ୍ରହ ଗ୍ରାମ୍ୟ ଭ୍ରମଣ ଯାତ୍ରା ସହିତ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା, ତ୍ରିଶୂଳ ସ୍ଥାପନା ଓ ଶୁକ୍ରବାର ସିଂହାସନ ଆରୋହଣ ନବଯୌବନ ଦର୍ଶନ ଓ ଯଜ୍ଞ ର ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ଶେଷ ହେବା ନେଇ ପଣ୍ଡିତ ସୂଚନା ଦେଇଥିଲେ। ପ୍ରତେକ ଦିନ ସନ୍ଧ୍ୟା ରେ ସାଂକୃତିକ କାର୍ଯ୍ୟକ୍ରମ ର ଆୟୋଜନ କରାଯିବା ସହିତ ଭଜନ ସନ୍ଧ୍ୟା ର କାର୍ଯ୍ୟକ୍ରମ କରାଯାଉଅଛି।ପ୍ରଥମେ ମଙ୍ଗଳବାର ଦିନ ପି କେ ଡ୍ୟାନ୍ସ ଏକାଡେମୀ ତରଫରୁ ଓଡ଼ିଶୀ ନୃତ୍ୟ ଓ ଦୀପକ ରଞ୍ଜନ ପାଣିଗ୍ରାହୀଙ୍କ ଦ୍ୱାର ଆଙ୍କରିଁ ସହ ଭଜନ ପରିବେଷଣ ହୋଇଥିଲା। ବୁଧବାର କଣ୍ଠଶିଳ୍ପୀ ଜଗବନ୍ଧୁ ମୁଦୁଲି ଓ ସାଥି, ଗୁରୁବାର ଶ୍ରୀ ଚରଣ ଓ ସାଥି, ଶୁକ୍ରବାର ଶିବ ଚରଣ ଦାସ ଓ ସାଥି କଳାକାର ଙ୍କ ସହ ଭଜନ ପରିବେଷଣ କରାଯିବା ନେଇ ଗ୍ରାମବାସୀ ଙ୍କ ତରଫରୁ ସୂଚନା ଦିଆଯାଇଅଛି। ଏଥିସହିତ ପ୍ରତ୍ୟେକ ଦିନ ଅନୁଷ୍ଠାନ ତରଫରୁ ହଜାର ହଜାର ଭକ୍ତ ଙ୍କ ପାଇଁ ପ୍ରସାଦସେବନ ର ବ୍ୟବସ୍ଥା ରହିଥିବା ନେଇ ମୁଖ୍ୟ ଉପଦେଷ୍ଟା ବୁଧଦେବ ରାଉତ କହିଥିଲେ।

Leave a Reply

Your email address will not be published. Required fields are marked *