ତିର୍ତ୍ତୋଲ କଲେଜ ଅଧ୍ୟାପକଙ୍କ ଛାତ୍ରୀଙ୍କ ସହିତ ପ୍ରେମାଳାପ ଅଡିଓ ଭାଇରାଲ, ଘଟଣାକୁ ଚପାଇଦେବାକୁ ଉଦ୍ୟମ

ତିର୍ତ୍ତୋଲ ୭/୫- ତିର୍ତ୍ତୋଲ ଆଦିକବି ସାରଳାଦାସ ମହାବିଦ୍ୟାଳର ଜନୈକ ଅଧ୍ୟାପକଙ୍କ ଅଶିଳ ଅଡିଓ ଭାଇରାଲ ନେଇ ଚର୍ଚ୍ଚା ହେଉଥିବାବେଳେ ଘଟଣାକୁ ଚପାଇଦେବାକୁ ଉଦ୍ୟମ ହେଉଥିବା ଆଲୋଚନା ହେଉଛି l ସୂଚନାରୁ ଜଣାପଡେ ଯେ ମହାବିଦ୍ୟାଳୟର ପୂର୍ବତନ ଛାତ୍ରୀଙ୍କୁ ସେହି ମହାବିଦ୍ୟାଳୟର ଜନୈକ ଆଧ୍ୟାତ୍ମିକବାଦୀ ଅଧ୍ୟାପକ ଫୋନରେ ଅଶିଳ କଥାବାର୍ତ୍ତା ଜଣାପଡିବାପରେ ଅଧ୍ୟାପକ ଭୁଲ ମାଗୁଥିବା ଅଡିଓ ଭାଇରାଲ ହେଉଛି l ଏହି ଘଟଣା ସମ୍ପର୍କରେ ଯୁବତୀ ଥାନାର ଦ୍ୱାରସ୍ଥ ହେବାକୁ ଥିବା ବେଳେ ବିଭିନ୍ନ ଧମକ ଚମକ ଦେଉଥିବା ଜଣାପଡିଛି l ଅପରପକ୍ଷରେ ଅଧ୍ୟାପକ ଜଣଙ୍କ ଯୁବତୀ ଓ ତାଙ୍କ ପୁରୁଷ ସାଙ୍ଗ ଙ୍କୁ ଭୁଲ ମାଗୁଥିବା ଏକ ଅଡିଓ ଭାଇରାଲ ହେଉଥିବା ନେଇ ଚର୍ଚ୍ଚା ହେଉଛି l ଆଉ ଏକ ଭିଡ଼ିଓରେ ଅଧ୍ୟାପକ ଜଣଙ୍କ ମଧ୍ୟ ଭୁଲ ମାଗୁଥିବା ଭିଡ଼ିଓ ଭାଇରଲ ହେଉଛି l ଘଟଣାକୁ ଅଧ୍ୟାପକ ଆଗକୁ ନବଢ଼ାଇବାପାଇଁ ବାରମ୍ବାର ଭୁଲ ମାଗିଥିଲେ l ଏହି ଘଟଣା ଟି ସମଗ୍ର ତିର୍ତ୍ତୋଲ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବାବେଳେ ଘଟଣାକୁ ଚପାଇଦେବାକୁ ସମସ୍ତ ଦିଗରେ ଚେଷ୍ଟା ଜାରି ରହିଥିବା ବିଶେଷ ସୂତ୍ରରୁ ଜଣାପଡିଛି l ଏହି ଅଧ୍ୟାପକଙ୍କ ନାମରେ ଆଗରୁ ୪ ରୁ ୫ ଟି ଏହିଭଳି କେଶ ହୋଇଥିଲେ ମଧ୍ୟ ଟଙ୍କା ଦେଇ ମାମଲାକୁ ଚପାଇଦିଅନ୍ତି l ତିର୍ତ୍ତୋଲ ଆଦିକବି ସାରଳାଦାସ ମହାବିଦ୍ୟାଳୟ ଏବେ ଛାତ୍ରୀମାନେ ନିଜକୁ ସୁରକ୍ଷା ମଣୁନାହାନ୍ତି l ଗୁରୁ ପିଲାମାନଙ୍କ ପାଇଁ ଭଗବାନ ସଦୃଶ ହୋଇଥାନ୍ତି l ଏଭଳି କାମୁକ ଅଧ୍ୟାପକ ମାନଙ୍କ ପାଇଁ ଛାତ୍ରୀ ମାନେ ଭୟଭିତ୍ତି ହେଉଥିବା ବେଳେ ଶିକ୍ଷାନୁଷ୍ଠାନ ବଦନାମ ହେଉଛି l ଏ ଦିଗରେ ଜ଼ିଲ୍ଲାପ୍ରଶାସନ ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଛାତ୍ରୀ ଛତ୍ର ମହଲରେ ଦାବୀ ହେଉଥିବା ବେଳେ ବୁଦ୍ଧିଜୀବୀ ମହଲରେ ତୀବ୍ର ନିନ୍ଦା କରାଯାଇଛି l ଜନୈକ ଅଧ୍ୟାପକ ଜଣେ ଛାତ୍ରୀଙ୍କ ସହ ପ୍ରେମାଳପ କଥାବାର୍ତ୍ତା କରିଥିବା , ପରେ କ୍ଷମା ମାଗିବାର ଅଡିଓ ଓ ଭିଡିଓ ସବୁ ଆଡେ ଘୁରି ବୁଲୁଛି ।

ଏହି ଅଧ୍ୟାପକଙ୍କ ଅବସର ମାତ୍ର ୨ବର୍ଷରୁ କମ ଥିବା ବେଳେ ବିଭିନ୍ନ ସମୟରେ ଏ ଭଳି କର୍ମ କରି ଭୁଲ୍ ମାଗିବାର ଅଭ୍ୟାସ ଅଛି ବୋଲି କଥା ଚର୍ଚ୍ଚା ହେଉଛି । ମହାବିଦ୍ୟାଳୟର ଅଧ୍ୟକ୍ଷ କିନ୍ତୁ ଏହି ଅଧ୍ୟାପକଙ୍କୁ ଘଣ୍ଟ ଘୋଡେଇ ଚାଲିଥିବା ନେଇ ଅଭିଯୋଗ ହୋଇଛି । ସେ ତାଙ୍କୁ ପ୍ରଶାସନିକ ଦାୟିତ୍ୱ ଠାରୁ ଆରମ୍ଭ କରି ସବୁ କ୍ଷେତ୍ରରେ ଅଗ୍ରାଧିକାର ଦେଉଥିବାରୁ ଅଧ୍ୟକ୍ଷଙ୍କ କାର୍ଯ୍ୟକଳାପ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବିଶ୍ୱସ୍ତ ସୁତ୍ରରୁ ଖବର ଅନୁଯାୟୀ ଛାତ୍ର ଆନ୍ଦୋଳନ ପାଇଁ ଭିତରେ ଦାନା ବାନ୍ଧୁଥିବା ବେଳେ ଅନ୍ୟ ଜଣେ ଅଧ୍ୟାପକ ଯିଏ କି ପୂର୍ବରୁ ଭିଜିଲାନ୍ସ କେସରେ ଜଡ଼ିତ ସେ ମଧ୍ୟସ୍ଥି କରି କେସକୁ ଚାପିଦେବାରେ ଲାଗିଛନ୍ତି । ପୂର୍ବରୁ ଓଡ଼ିଶାର ବାଲେଶ୍ୱର ଫକୀରମୋହନ ମହାବିଦ୍ୟାଳୟ ରେ ଜଣେ ଛାତ୍ରୀ ଏହି ଭଳି ଘଟଣାରେ ମୂଲ୍ୟବାନ ଜୀବନ ହରାଇଛନ୍ତି ।ଏହି ଅଧ୍ୟାପକ ନିଜକୁ ଜଣେ ଧର୍ମ ପ୍ରଚାରକ ବୋଲି କୁହନ୍ତି । ଯଦି ସଂପୂର୍କ୍ତ ଅଧ୍ୟାପକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ନିଆ ଯାଏ ତାହେଲେ ଶୈକ୍ଷିକ ବାତାବରଣ ନଷ୍ଟ ହେବା ସହିତ ଆଦିକବି ସାରଳାଦାସ ମହାବିଦ୍ୟାଳୟର ଗାରିମା କ୍ଷୁର୍ଣ୍ଣ ହେବ ବୋଲି ବୁଦ୍ଧିଜୀବୀ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ମହାବିଦ୍ୟାଳୟର ଅନେକ ଅଧ୍ୟାପକ ଛାତ୍ରୀ ପ୍ରେମରେ ଉବୁଟୁବୁ ନେଇ ଚର୍ଚ୍ଚା ହେଉଛି।

Leave a Reply

Your email address will not be published. Required fields are marked *