ପୁଣି ପୁରୀ ସମୁଦ୍ରରେ ଅଘଟଣ.. ବୁଡି ଯାଉଥିବା ପର୍ଯ୍ୟଟକ କୁ ଉଦ୍ଧାର କଲେ ଲାଇଫ ଗାର୍ଡ
ପୁଣି ପୁରୀ ସମୁଦ୍ରରେ ଅଘଟଣ। ସମୁଦ୍ରରେ ଗାଧୋଉଥିବା ବେଳେ ଉଚ୍ଚ ଜୁଆର ଏବଂ ରିପ୍ କରେଣ୍ଟରେ ପଡ଼ି ବୁଡ଼ିଗଲେ ଦୁଇଜଣ ପର୍ଯ୍ୟଟକ। ସମୁଦ୍ର କୂଳରେ ଥିବା ପୁରୀ ହୋଟେଲ ସମ୍ମୁଖ ସେକ୍ଟର-୩ ନମ୍ବର ବେଳାଭୂମିରେ ଘଟିଛି ଏଭଳି ଅଭାବନୀୟ ଘଟଣା। ତେବେ ସେଠାରେ ଉପସ୍ଥିତ ଥିବା ସରକାରୀ ଲାଇଫଗାର୍ଡ ତୁରନ୍ତ ସମୁଦ୍ର ଭିତରକୁ ଯାଇ ବୁଡ଼ି ଯାଉଥିବା ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ଉଦ୍ଧାର ଦୁଇଜଣ ପର୍ଯ୍ୟଟକ ଝାଡଖଣ୍ଡର ଅମନ୍ କୁମାର ଏବଂ ବିହାରର ରବି କୁମାର। ଉଦ୍ଧାର ଦୁଇଜଣ ପର୍ଯ୍ୟଟକଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇଥିଲେ ଲାଇଫଗାର୍ଡ। ବିଭିନ୍ନ ସମୟରେ ପୁରୀ ସମୁଦ୍ରରେ ରିପ୍ କରେଣ୍ଟ ଯୋଗୁଁ ଅନେକ ପର୍ଯ୍ୟଟକ ଆହତ ହେଉଥିବା ବେଳେ ଅନେକ ପର୍ଯ୍ୟଟକଙ୍କ ଜୀବନ ମଧ୍ୟ ଚାଲିଯାଉଛି। ଏଣୁ ପର୍ଯ୍ୟଟକଙ୍କ ସୁରକ୍ଷିତ ସ୍ନାନ ପାଇଁ ଲାଇଫଗାର୍ଡଙ୍କ କଥା ମାନିବାକୁ ଅନୁରୋଧ କରାଯାଇଛି।
