ଜମିବାଡ଼ି ବିବାଦକୁ ନେଇ ଦୁଇଟି ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ସ।ଉଭୟ ପରିବାର ମୁର୍ମୁଷ ଅବସ୍ଥାରେ ମେଡିକାଲରେ ଚିକିତ୍ସିତ।

ରଘୁନାଥପୁର ତା ୧୦/୨:–ଜଗତସିହପୁର ଜିଲ୍ଲା ରଘୁନାଥପୁର ଥାନା ଅଧିନ ଅଢେଇକୁଳ ପଞ୍ଚାୟତ ର ବଡକୋରକର ଗ୍ରାମର ଜମିବାଡ଼ି ବିବାଦ କୁ ନେଇ ୨ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ସଘଟିଥିବା ଜଣାଯାଇଛି। ଖବରନେବାରେ ଜଣାଯାଇଛି ବଡକୋରକର ଗ୍ରାମର କୣତିବାସ ପଟ୍ଟନାୟକ ଓ ପିତବାସ ପଟ୍ଟନାୟକ ୨ ପରିବାର ମଧ୍ୟରେ ଦିର୍ଘ ୮ବର୍ଷ ହେବ ଜମିବାଡ଼ି ଭାଗବଣ୍ଟା କୁ ନେଇ ସବୁବେଳେ ପାଟି ତୁଣ୍ଡ ଲାଗିରହିଥିଲା। ଏହାକୁ କେନ୍ଦ୍ରକରି ମଙ୍ଗଳବାର ଅପରାହ୍ନ ରେ ଉଭୟପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷଘଟି ଉଗ୍ରରୂପ ଧାରଣ କରିଥିଲା।ତେବେ ପିତବାସ ପଟ୍ଟନାୟକ ଙ୍କ ୬ଝିଅ ବିବାହିତ ହୋଇ ଶାଶୁଘରେରହୁଛନ୍ତି।ସେଥିମଧ୍ୟରୁ ୪ଝିଅ ବାପଘରକୁ ବୁଲିଆସିଥିଲେ।ତେବେ ଏହିଜମିବାଡି ବିବାଦ ଘଟି ବାରୁ ଉଭୟପରିବାର ମାରାଣାଅସ୍ତ୍ରରେ ଆକ୍ରମଣ ଯୋଗୁ ପିତବାସ ପଟ୍ଟନାୟକ ଙ୍କ ଝିଅ ଭାରତୀ ପଟ୍ଟନାୟକ,ଲୋପାମୁଦ୍ରା ପଟ୍ଟନାୟକ,ଭକ୍ତି ପଟ୍ଟନାୟକ ଓ ପିତବାସ ପଟ୍ଟନାୟକ ମୁର୍ମୁଷଅବସ୍ତାରେ ରଘୁନାଥପୁର ମେଡିକାଲ କୁ ପୋଲି ସହାୟତା ରେ ଅଣାଯାଇଥିଲା।ସେହିପରି କୣତିବାସ ପଟ୍ଟନାୟକ ଙ୍କ ପରିବାର ହୣଷିକେଶ ପଟ୍ଟନାୟକ,ନାରାୟଣ ପଟ୍ଟନାୟକ, ସରସ୍ବତୀ ପଟ୍ଟନାୟକ,ପ୍ରଭାତି ପଟ୍ଟନାୟକ,ପ୍ରାଚୀ ପଟ୍ଟନାୟକ ଙ୍କୁ ଉଧାର କରି ପୋଲିସ ରଘୁନାଥପୁର ମେଡିକାଲ କୁ ଆଣିଥିଲେ।ମେଡିକାଲ ରେ ଚିକିତ୍ସା ହେବାପରେ ଉଭୟ ପକ୍ଷର ଭାରତୀ ଓ ହୣଷିକେଶ ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ମେଡିକାଲ କୁ ରେଫର କରାଯାଇଛି।ପ୍ରକାଶ ଥାଉକି ପିତବାସ ଙ୍କ ଅନ୍ୟଜଣେ ଝିଅ ଗୀତାଞ୍ଜଳି କୁ କୣତିବାସ ପରିବାର ତାଲାପକାଇ ରଖିଥିବା ଖବର ପାଇ ଅଢେଇକୁଳ ପୁର୍ବତନ ସରପଞ୍ଚ ତଥା ବିଜେପି ଯୁବନେତା ଶେଷଦେବ ସେଠି ପହଂଚି ତାଙ୍କୁ ଉଧାର କରିବା ସହ ପୋଲିସ ସହାୟତା ରେ ସମସ୍ତଙ୍କୁ ମେଡିକାଲ କୁ ଆଣି ଚିକିତ୍ସା କରାଇଥିଲେ।ଏହି ଘଟଣା ରେ ପୋଲିସ ତଦନ୍ତ ଜାରିରଖିଛି।

Leave a Reply

Your email address will not be published. Required fields are marked *