ଦଳିତ ପରିବାର ପକ୍କା ଘର ପାଇବାରୁ ବଞ୍ଚିତ, ଜିଓଟେକ ପରେ ବି ମିଳୁନି ଆବାସ

ରଘୁନାଥପୁର, ତା ୦୭.୦୫:* ଗରିବ ଏବଂ ଦଳିତ ଲୋକଙ୍କ ପାଇଁ ସରକାର ଆବାସ, ଅନ୍ତୋଦୟ ଭଳି ବିଭିନ୍ନ ଯୋଜନା ପ୍ରଣୟନ କରିଥିଲେ ମଧ୍ୟ ପ୍ରଶାସନିକ ଅବହେଳା ଓ ରାଜନୈତିକ ଆକ୍ରୋଶ ଯୋଗୁଁ ଅନେକ ହିତାଧିକାରୀ ସରକାରୀ ସୁବିଧାରୁ ବଞ୍ଚିତ ହେଉଛନ୍ତି।ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଶିର୍ଲୋ ପଞ୍ଚାୟତ ୬ ନମ୍ବର ୱାର୍ଡର ଦଳିତ ଗରିବ ଦିନ ମଜୁରିଆ ମମି ଭୋଇ, ସ୍ବାମୀ ରାଧାକାନ୍ତ ଭୋଇ ଦୀର୍ଘ ଦିନ ହେବ ପକ୍କା ଘର ପାଇଁ ପଞ୍ଚାୟତ, ବ୍ଲକ ଓ ତହସିଲ କାର୍ଯ୍ୟାଳୟକୁ ଦୌଡି ଦୌଡି ନିରାଶ ହୋଇଛନ୍ତି।ଉକ୍ତ ପରିବାରର ଆବାସ ଯୋଜନାରେ ଜିଓଟେକ ହୋଇସାରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କାର୍ଯ୍ୟାଦେଶ ମିଳିନାହିଁ। ବାରମ୍ବାର ପ୍ରଶାସନିକ ଅଧିକାରୀଙ୍କୁ ଜଣାଇ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଫଳରେ ପରିବାରଟି ଏବେ ଭଙ୍ଗା କୁଡିଆରେ ଜୀବନ ଅତିବାହିତ କରୁଛି।ବର୍ତ୍ତମାନ କାଳବୈଶାଖୀ ଋତୁ ଚାଲିଥିବାରୁ କେଉଁ ମୁହୂର୍ତ୍ତରେ ଘର ଭାଙ୍ଗି ଧନ ଜୀବନ କ୍ଷତି ହେବ ତାହା କହିହେବ ନାହିଁ। ତେଣୁ ସରକାର ଓ ପ୍ରଶାସନ ତୁରନ୍ତ ଏହାର ପ୍ରତିକାର କରି ପକ୍କା ଘର ନିର୍ମାଣ ଲାଗି କାର୍ଯ୍ୟାଦେଶ ଦେବାକୁ ପରିବାର ଆଶା ବାନ୍ଧି ଅପେକ୍ଷା କରିଛନ୍ତି।

Leave a Reply

Your email address will not be published. Required fields are marked *