ଡ଼େଙ୍ଗାପଦର ପୋଖରୀ ରୁ ଯୁବକ ଙ୍କ ମୃତ୍ୟୁ ଦେହ ଉଦ୍ଧାର
ଡ଼େଙ୍ଗାପଦର ପୋଖରୀ ରୁ ଯୁବକ ଙ୍କ ମୃତ୍ୟୁ ଦେହ ଉଦ୍ଧାର ବ୍ରହ୍ମପୁର :-୧୭/୦୯ କୁକୁଡାଖଣ୍ଡି ବ୍ଲକ ସଦର ଥାନା ଅନ୍ତର୍ଗତ ଡ଼େଙ୍ଗାପଦର ଗ୍ରାମର ଏକ ପୋଖରୀ ଭିତରେ ଜଣେ ଯୁବକଙ୍କ ମୃତ ଦେହ ଭାସୁଥିବା ଦେଖିବାକୁ ମିଳିଛି l ସୂଚନା ଅନୁଯାଇ ମୃତ ବ୍ୟକ୍ତିଙ୍କୁ ପ୍ରଥମେ ଡ଼େଙ୍ଗାପର ମଦଭାଟି ନିକଟରେ ହତ୍ୟାକରୀ ବ୍ରହ୍ମପୁର ଠୁ ଦିଗପହଣ୍ଡି ଯାଇଥିବା ମୁଖ୍ୟରାସ୍ତା ପାଶ୍ୱ ଡ଼େଙ୍ଗାପଦର ଗ୍ରାମର ପୋଖରୀରେ ମୃତ୍ୟୁ ବ୍ୟକ୍ତିଙ୍କ ମରଶରୀର ପଡ଼ିଥିବା ଦେଖିବାକୁ ମିଳିଛି l ସୂଚନା ପାଇଅଗ୍ନିସମ ବିଭାଗ ସଦର ପୋଲିସ ଏବଂ ଏସ୍ଡ଼ିପିଓ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛନ୍ତି ଏବଂ ମୃତ୍ୟୁ ଜଣଙ୍କ ଲାଞ୍ଜିଆ ଗ୍ରାମର ସୁଭାଶିଷ ଚୌଧୁରୀ ବୋଲି ଜଣାପଡିଛି l ପରିବାର ଲୋକେ କହିବା ଅନୁଯାଇ ସୁଭାଶିଷ ଗତକାଲି ରାତ୍ର ୧୦ଟା ସମୟ ରେ ଖାଇସାରି ସୋଇଥିବା ସମୟ ରେ କିଛି ସାଙ୍ଗ ବାଇକ ରେ ଆସି ଡ଼ାକିନେଇ ଏପରି କରିଥିବା ଅଭିଯୋଗ ଆଣିଛନ୍ତି l
