ଆଜି ଠାରୁ ଓଡିଶାରେ ଆରମ୍ଭ ହୋଇଛି ଶୁଭଦ୍ରା ଯୋଜନା ।
ଭୁବନେଶ୍ବର ଜନତା ମୈଦାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ଶୁଭ ଉଦଘାଟନ କରିଛନ୍ତି । ପ୍ରଧାନମନ୍ତ୍ରୀ ନିଜ ଜନ୍ମ ଦିନ ଅବସରରେ ସେ ଓଡିଶାବାସୀଙ୍କୁ ଭେଟି ଦେଇଛନ୍ତି । ରାଜ୍ୟର ପ୍ରତ୍ୟକ ମହିଳା ସ୍ବାବଲମ୍ବୀ ହେବା ସହ ରୋଜଗାରକ୍ଷମ ହୋଇପାରିବେ, ତେବେ ଏହାକୁ ଦୃଷ୍ଟିରେ ରଖି ଏହି ଯୋଜନାର ଶୁଭାରମ୍ଭ କରାଯାଇଥିବା , ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିବା ସହ ପ୍ରତ୍ୟକ ଯୋଗ୍ୟ ହିତାଧିକାରୀ ଆକାଉଣ୍ଟକୁ ଆଜି ପ୍ରଥମ କିସ୍ତିର ଟଙ୍କା ପଠାଯାଇଛି । ଯାହାକୁ ନେଇ ମହିଳାମାନେ ଖୁସିବ୍ୟକ୍ତ କରିବା ସହ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ରାଜ୍ୟର ଏକ କୋଟି ମହିଳା ଏହି ଯୋଜନାରେ ସାମିଲ ହେବା ନେଇ ଲକ୍ଷ୍ୟ ରଖାଯାଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି ତାସହ ରାଜ୍ୟର ଶେଷ ଯୋଗ୍ୟ ହିତାଧିକାରୀ ଏହି ଯୋଜନାରେ ସାମିଲ ହେବା ପର୍ଯ୍ୟନ୍ତ ରେଜିଷ୍ଟ୍ରେସନ ଜାରି ରହିବ । ଏହି କାର୍ଯ୍ୟକ୍ରମରେ ଜନତା ମୈଦାନରେ ହଜାର ହଜାର ମହିଳାଙ୍କ ସମାଗମ ହୋଇଥିଲା । ଆକର୍ଷଣୀୟ ଷ୍ଟେଜ ସାଙ୍ଗକୁ 4ଟି ସେଡ୍ ପ୍ରସ୍ତୁତ କରାଯାଇଥିଲା । ଏଥିରେ ସୁଭଦ୍ରା ହିତାଧିକାରୀ, ଭିଆଇପି, VVIP ଙ୍କ ସମେତ ନେତା ,ମନ୍ତ୍ରୀ, ଗଣମାଧ୍ୟମ ପ୍ରତିନିଧି ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ବସିବାର ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । () ତେବେ ଭୁବନେଶ୍ବର ଏୟାରପୋର୍ଟରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ କରାଯିବା ପରେ ସେ ସିଧା ଗାଡ଼କଣ ବସ୍ତିକୁ ଯାଇଥିଲେ । ସେଠାରେ ଗାଡକଣ ଗାଁରେ ପିଏମ୍ ଆବାସ ହିତାଧୀକାରୀଙ୍କ ସହ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ ମୋଦି। ଏହାସହ ଗୋଠପାଟଣା ସ୍ପୋର୍ଟସ ଭ୍ୟାଲିର ମଧ୍ୟ ଶିଳାନ୍ୟାସ କରିଥିଲେ । ତାସହ ପ୍ରଧାନମନ୍ତ୍ରୀ ୧୦ ଲକ୍ଷ ପିଏମ୍ ଆବାସ ଗ୍ରାମୀଣ ହିତାଧିକାରୀଙ୍କୁ ଯୋଜନାର ପ୍ରଥମ କିସ୍ତି ପ୍ରଦାନ କରିବା ସହ ୨୬ଲକ୍ଷ ପିଏମ୍ ଆବାସ ଗ୍ରାମୀଣ ଏବଂ ସହରାଞ୍ଚଳ ହିତାଧିକାରୀଙ୍କ ଗୃହ ପ୍ରବେଶ କରାଇଥିଲେ ।

() ଅନ୍ୟପଟେ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ସହ ରାଜଧାନୀ ଭୁବନେଶ୍ୱରକୁ ପୁଲିସ୍ ଛାଉଣି କରାଯାଇଥିଲା । ଗାଡ଼କଣ ଗାଁ, ଜନତା ମଇଦାନ ସଭାସ୍ଥଳ ଓ ଏୟାରପୋର୍ଟରୁ କଳିଙ୍ଗ ହସ୍ପିଟାଲ ରାସ୍ତାରେ ପୁଲିସ୍ ଫୋର୍ସ ମୁତୟନ ହୋଇଥିଲେ । ବିମାନବନ୍ଦରରୁ ଜନତା ମଇଦାନ ଓ ଗାଡ଼କଣ ପର୍ଯ୍ୟନ୍ତ ନୋ ଫ୍ଲାଇଂ ଜୋନ୍ ଘୋଷଣା କରାଯାଇଥିଲା । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ୮୧ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯିବା ସହ ୧୧ ଡିସିପି ରାଙ୍କ ଅଧିକାରୀ, ୨୨ ଅତିରିକ୍ତ ଡିସିପି, ୬୬ ଏସିପି, ୧୦୦ ଆଇଆଇସି, ୩୦୦ ବରିଷ୍ଠ ପୋଲିସ ଅଧିକାରୀ ଏଥିରେ ସାମିଲ ହୋଇଥିଲେ ।
