ବିଶ୍ବ ସାଇକଲ ଦିବସରେ ଭିନ୍ନ ପ୍ରୟାସ୨୫ ଚୋରି ସାଇକଲ ଫେରାଇଲା ପୁଲିସ ।
ପାଟଣାଗଡ ବିଶ୍ଵ ସାଇକଲ ଦିବସ ଉପରେ ସମସ୍ତେ ଗୁରୁତ୍ବ ଦେଉଛନ୍ତି । ବର୍ତମାନ ସମୟରେ ସାଇକଲ କଥା ସମସ୍ତଙ୍କୁ ମନେ ପଡୁଛି। ହେଲେ ଏହାକୁ ଭିନ୍ନ ଢଙ୍ଗରେ ପାଳନ କରିଛି ପାଟଣାଗଡ଼ ପୁଲିସ ! ବିଭିନ୍ନ ଲୋକ ଛାତ୍ରଛାତ୍ରୀ ଙ୍କ ଚୋରି ହୋଇଥିବା ୨୫ଟି ସାଇକଲ ପୁଲିସ ଉଦ୍ଧାର କରି ସେମାନଙ୍କୁ ବିଶ୍ଵ ସାଇକଲ ଦିବସରେ ଫେରାଇଦେଇଛି !ସୂଚନା ଅନୁସାରେ ପାଟଣାଗଡ଼ ଥାନାରେ ଏକ ଭିନ୍ନ ପରିବେଶ ରହି ଟେଣ୍ଟ ଲଗା ହୋଇଥିଲା। ଆଗରେ ରଖାଯାଇଥିଲା ଧାଡ଼ି ଧାଡ଼ି ସାଇକଲ , ଯିଏ ଦେଖିବ ପୁଲିସ ସାଇକେଲ ବିତରଣ ପାଇଁ ଏଭଳି କାର୍ଯ୍ୟକ୍ରମ ରହିଛି ବୋଲି ଅନୁମାନ କରୁ ଥାଆନ୍ତି । ଏକ ଦୁଇ କରି ସବୁ ସାଇକେଲରେ ନମ୍ବର ଲେଖା ହୋଇଛି । ଏହି କାର୍ଯ୍ୟକ୍ରମରେ ସାମ୍ବାଦିକଙ୍କୁ ବି ନିମନ୍ତ୍ରଣ କରାଯାଇଥିଲା। କାରଣ ପାଟଣାଗତ ଅଞ୍ଚଳର ଜଣେ ସାଇଜଲ ଚୋର ବଜାର, ସ୍କୁଲ, କଲେଜ୍ ତଥା କୋଚିଂ ସେଣ୍ଟର୍କୁ ଟାର୍ଗେଟ କରି ସବୁ ଦିନ ସାଇକଲ ଚୋରି କରୁଥିଲେ । ସାଧାରଣ କଥା ଭାବି ଲୋକେ ଥାନାରେ ଅଭିଯୋଗ କରୁ ନଥିଲେ ହେଲେ ଜଣେ ବୟସ୍କ ବ୍ୟକ୍ତି ପୂର୍ଣ୍ଣଚନ୍ଦ୍ର ମେହେର ଏକଥା କୁ ଗୁରୁତର ସହ ନେଇ ଥାନାରେ ଅଭିଯୋଗ କରିଥିଲେ । ସାଇକଲ ଚୋରି ଅଭିଯୋଗ ପରେ ପୁଲିସ ଗୁରୁତ୍ବ ଦେଇଥିଲା । ପାଟଣାଗଡ଼ ଅଞ୍ଚଳ ର ସକ୍ରିୟ ସାଇକଲ ଚୋର ସୁନିଲ ବାଗ କୁ ଧରିବା ସହ ଯେଉଁ ସ୍ଥାନରେ ସାଇକଲ ବିକ୍ରି କରୁଥିଲା, ସେଠାରେ ଚଡ଼ଉ କରି ସାଇକଲ ଜବତ କରିଥିଲେ । ଆଜି ଥାନାରେ ସାଇକଲର ଅସଲ ମାଲିକଙ୍କୁ ବିଶ୍ବ ସାଇକଲ ଦିବସରେ ଫେରସ୍ତ କରି ପ୍ରଶଂସା ସାଉଁଟିଛି ପାଟଣାଗଡ ପୁଲିସ। ପାଟଣାଗଡ ଥାନାରେ ଅନେକ ଛାତ୍ରଛାତ୍ରୀ ତାଙ୍କ ସାଇଜଳ ପାଇ ବେଶ୍ ଖୁସି ଅନୁଭବ କରିବା ସହ ଏସ୍.ଡି.ପି.ଓ . ସଦାନନ୍ଦ ପୂଝାରୀ, ଥାନା ଅଧିକାରୀ ହରିବନ୍ଧୁ ଗଡତ୍ୟା ଓ ଅନ୍ୟ ପୁଲିସ କର୍ମଚାରୀଙ୍କୁ ପ୍ରଶଂସା କରିଥିଲେ ।
