କାହା ସାହାରାରେ ବଞ୍ଚିବେ ପରିଣତ ବୟସର ବାପା ମା ?
ଆଶାବାଡି ନା ଅଡୁଆ ସୂତା ।* କାହା ସାହାରାରେ ବଞ୍ଚିବେ ପରିଣତ ବୟସରେ ବାପା ମା ।* ସମ୍ପର୍କ ରେ ଲାଗିଲା ନିଆଁ ।* ପୁଅ,ଝିଅ ଙ୍କ ନିର୍ଯାତନା ରେ ନିର୍ଯ୍ୟାତିତ ପିତାମାତା ।* ଆଶାବାଡି ସାଜିଛି ଆଜି ଅଡୁଆ ସୂତା।ANchor – କୁହାଯାଏ ବାପା ଶବ୍ଦ ର ଅର୍ଥ ବାୟୁ ଓ ପାଣି ଓ ମା ର ଅର୍ଥ ମାଟି ରୁ ଆକାଶ । ମାତ୍ର ଆଜିର ଆଧୁନିକ ଯୁଗରେ ନିଜ ଜନ୍ମିତ ପିଲା ମାନଙ୍କ ପାଇଁ ବାପା ମା ସାଜିଛନ୍ତି ବୋଝ ।ଏକଥା ଆଜ୍ଞା ଆମେ କହୁ ନାହୁଁ ନିଜ ଜନ୍ମିତ ପୁଅ ଝିଅ ମାନେ କିପରି ନିଜର ସ୍ବାର୍ଥ ପାଇଁ ପରିଣତ ବୟସରେ ଥିବା ବାପା ମା ଙ୍କୁ ଭୂଲିଯାଉଛନ୍ତି ତହାର ଅନ୍ୟନ ଉଦାହରଣ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାର ବାସୁଦେବ ପୁର ବ୍ଲକ୍ ପଢୁଆ ଗ୍ରାମ ପଞ୍ଚାୟତ ରେ।ଦିନେ ଧୋରେ ରେ ବାୟା ଧୋ ଗୀତ ବୋଲି ପିଲା ମାନଙ୍କୁ ବଡ ମଣିଷ କରିବାର ର ସ୍ବପ୍ନ ଦେଖିଥିବା ବାପ ମା କିପରି ପରିଣତ ବୟସରେ ନିର୍ଯ୍ୟାତିତ ହୁଅନ୍ତି ସେହିପରି ଏକ ହୃଦୟ ବିଦାରକ ଦୃଶ୍ୟ ଯାହାକି ସଭ୍ୟ ସମାଜ ପାଇଁ ଏକ ଚେତାବନୀ ସେହିଭଳି ଏକ ଖବର ପରିବେଷଣ ବେଳେ ଗଣମାଧ୍ୟମ ର ପ୍ରତନିଧି ହିସାବ ରେ ଆମେ ମଧ୍ୟ ହତବମ୍ବ । ଯେଉଁ କାହାଣୀ ଆଲୋଚନା କଲେ ହୁଏତ ଦର୍ଶକ ବନ୍ଧୁ ବାପା ମା ଓ ସନ୍ତାନ, ସନ୍ତତି ଙ୍କ ମଧ୍ୟରେ ଥିବା ନିବୀଡ ସମ୍ପର୍କ କଳୁଷିତ ହୋଇପାରେ ସେଥିପାଇଁ ମମତା ର ବନ୍ଧନ କୁ ଆମ ଅତୁଟ ରଖିବା ପାଇଁ ଆମେ କୈଣସି ମତାମତ ଦେବା ଅପେକ୍ଷା ଏ ଘଟଣା ର ଦୃଶ୍ୟବଳୀ ଓ ପୀଡ଼ିତ ବାପା ମା ଙ୍କର ଦୃଶ୍ୟ ଓ ମତାମତ ଆପଣ ମାନଙ୍କ ସମ୍ମୁଖରେ ରଖୁଛୁ। ଏ ବାବଦରେ ଜନ୍ମିତ ବିବାହିତ ବଡ ଝିଅ ଓ ଅବିବାହିତ କନ୍ୟା ଓ ପୁତ୍ର ଙ୍କ ମତାମତ ଯାଣିବା ପାଇଁ ଚାହିଁଥିବା ବେଳେ ସେମାନେ ଥିଲେ ନିର୍ବିକାର । ଏବେ ପ୍ରଶ୍ନ ନିଜ ଘରେ ଅଲୋଡ଼ା ହୋଇଗଲେ କି ପରିଣତ ବୟସରେ ପହଞ୍ଚି ଥିବା ପିତାମାତା । ଦର୍ଶକ ବନ୍ଧୁ ଆଶା ରଖୁଛୁ ଦାୟିତ୍ୱବାନ ଗଣମାଧ୍ୟମ ର ପ୍ରତନିଧି ହିସାବ ରେ ଦୋଷ କାହାର ?
