ମନ୍ଦିର ରେ କଳାକନା ବୁଲାଇଲେ ଦୁବୃର୍ତ୍ତ

ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ସୋରଡ଼ା ବ୍ଲକ ର ବଡଗଡ ଥାନା ଅଧୀନରେ ଥିବା ପାତମା ଗ୍ରାମ ର ଦୁର୍ଗାଦେବି ମନ୍ଦିର ରୁ ଚୋରି । ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ସୁନା ଗହଣା ଚୋରି କରିନେଲେ ଦୁର୍ବୃତ୍ତ । ସୂଚନା ମୁତାବକ ସବୁ ଦିନ ଭଳି ଆଜି ମଧ୍ୟ ସକାଳେ ପୂଜାରୀ ମନ୍ଦିରର ରୀତି ମନ୍ଦିରର ରୀତି ନୀତି ରେ ମାଙ୍କ ସେବା କରିବା ଲାଗି ମନ୍ଦିର କବାଟ ଖୋଲିବାକୁ ଆସିଥିଲେ କିନ୍ତୁ ଦେଖିଲା ବେଳକୁ ମନ୍ଦିର କବାଟ ତାଲା ଭାଙ୍ଗି ଥିବା ସହ ଦାନ ହୁଣ୍ଡି ମଧ୍ୟ ଭାଙ୍ଗି ଯାଇଛି । ତାହା ଦେଖି ମନ୍ଦିର ପୂଜାରୀ ମନ୍ଦିର କମିଟି କୁ ଖବର ଦେଇଥିଲେ । ଖବର ପାଇ ମନ୍ଦିର କମିଟି ଘଟଣା ସ୍ଥଳରେ ପହଞ୍ଚିବା ସହ ବଡଗଡ ପୋଲିସ କୁ ସୂଚନା ଦେଇଛନ୍ତି । ତେବେ ଘଟଣାର ଅଧିକା ତଦନ୍ତ କରୁଛନ୍ତି ବଡଗଡ ପୋଲିସ । ମନ୍ଦିର ଟି ଆଖ ପାଖ ପାଞ୍ଚ ଗୋଟି ଗ୍ରାମର ଅସ୍ତା ଓ ବିଶ୍ୱାସ ର ମନ୍ଦିର ତା ସହ ଆଗକୁ ନବରାତ୍ର ଆସୁଥିବା ବେଳେ ଏହି ଚୋରି ରେ ଭକ୍ତ ମାନଙ୍କ ମନରେ ଘୋର ଆଘାତ କରିଛି ।

Leave a Reply

Your email address will not be published. Required fields are marked *