ଅର୍ଥ ବିଭାଗ ପ୍ରମୁଖ ସଚିବ ଙ୍କ ଆମେ ଜାଣିବା ଆମ ବଜେଟ ଆଲୋଚନା।
ପୁରୀ ୨୯/୪ ଆମ ବଜେଟ ଆମେ ଜାଣିବା ଆବଶ୍ୟକ।ତେଣୁ ଚଳିତ ୨୦୨୬-୨୭ ବଜେଟ କୁ ଲୋକ ମାନଙ୍କ ନିକଟରେ ଉପସ୍ଥାପନ କରିବା ସହ ମୂଲ୍ୟବାନ ପ୍ରସ୍ତାବ ଗୁଡ଼ିକ ସଂଗ୍ରହ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ଅର୍ଥ ବିଭାଗର ପ୍ରମୁଖ ସଚିବ ସଞ୍ଜୀବ କୁମାର ମିଶ୍ର।ଚଳିତ ବଜେଟ ସମ୍ପର୍କରେ ଆଲୋଚନା ସହ ଯେଉଁ ପ୍ରକଳ୍ପ ବା ଯୋଜନା ପାଇଁ ଅର୍ଥ ବ୍ୟବସ୍ଥା ହେଉଛି ଏହାର ସଫଳ ଓ ସମୟ ଭିତ୍ତିକ ବିନିଯୋଗ ସମ୍ପର୍କରେ ଏକ ସମୀକ୍ଷା ଆଜି ସଂଧ୍ୟାରେ ସର୍କିଟ ହାଉସ ଠାରେ ଅନୁଷ୍ଠିତ ହୋଇଥିଲା।ଏଥିରେ ଅଧ୍ୟକ୍ଷତା କରି ଅର୍ଥ ବିଭାଗର ପ୍ରମୁଖ ସଚିବ ଶ୍ରୀ ମିଶ୍ର ଅର୍ଥ ବିଭାଗର ବିବିଧ ନିୟମାବଳୀ ସମ୍ପର୍କରେ ସୂଚନା ଦେଇଥିଲେ।ଆମେ ଜାଣିବା ଆମ ବଜେଟ ନାମରେ ରାଜ୍ୟ ସରକାର ଏକ ଭଲ ପଦକ୍ଷେପ ନେଇଛନ୍ତି।ଯାହା ଫଳରେ ରାଜ୍ୟର ପ୍ରତ୍ୟେକ ନାଗରିକ ସରକାରଙ୍କ ବଜେଟ ସମ୍ପର୍କରେ ଅବଗତ ହୋଇ ପାରିବେ ବୋଲି ସେ କହିଥିଲେ।ଏହି ବଜେଟ କଣ,କେଉଁ ପ୍ରକଳ୍ପ, ଏହା ଦ୍ଵାରା ଉପକୃତ ହେବା,ପୂର୍ବ ବଜେଟ କଣ ରହିଥିଲା, କେନ୍ଦ୍ରୀୟ ଅନୁଦାନ, ଷୋଡଶ ଅର୍ଥ କମିଶନ ଇତ୍ୟାଦି ସମ୍ବନ୍ଧ ରେ ସେ ଆଲୋକପାତ କରିଥିଲେ।ଚଳିତ ବଜେଟ ରେ ଜ୍ଞାନ gyan କୁ ଗୁରୁତ୍ୱ ଦିଆଯାଇଛି।ଅର୍ଥାତ ଗରିବ,ଯୁବକ, ଅନ୍ନଦାତା ଓ ନାରୀ ଶକ୍ତି।ସମୃଦ୍ଧ ଓଡିଶା ୨୦୩୬ ଓ ବିକଶିତ ଓଡିଶା ୨୦୪୭ ପାଇଁ ଯୋଜନା ପ୍ରସ୍ତୁତ ହୋଇଛି।ନାଗରିକ ଙ୍କୁ ପ୍ରାଥମିକତା, ଲୋକ କେନ୍ଦ୍ରୀକ ପ୍ରଶାସନ, ପଥ ପ୍ରଦର୍ଶନକାରୀ ପ୍ରଯୁକ୍ତି, ଆମ ପରମ୍ପରା ଆମର ଗର୍ବ, ଗ୍ରାମୀଣ ସଶକ୍ତିକରଣ ଓ ସମସ୍ତଙ୍କ ସମୃଦ୍ଧି ହିଁ ଏହାର ମୂଳ ଲକ୍ଷ୍ୟ ବୋଲି କହିବା ସହ ଓଡ଼ିଶାର ସାମଗ୍ରିକ ଉନ୍ନତି, ଭିତ୍ତିଭୂମି ର ବିକାଶ,ରାସ୍ତା ଘାଟ,ସ୍ବାସ୍ଥ୍ୟ, ଗମନାଗମନ ଇତ୍ୟାଦି ମାଧ୍ୟମରେ ଜନ

ସାଧାରଣ ଙ୍କ ପାଇଁ ସମସ୍ତ ସୁବିଧା ସମ୍ପର୍କରେ ଅବଗତ କରାଇବାକୁ ଶ୍ରୀ ମିଶ୍ର ପରାମର୍ଶ ଦେଇଥିଲେ।ସେହିପରି ଫୋକସ ଅଞ୍ଚଳ ଭାବେ ସଂସ୍କୃତି ଓ ପର୍ଯ୍ୟଟନ, କୃଷି ଓ ଆନୁଷ୍ଠାନିକ କୃଷି, ରାସ୍ତା ଓ ଗମନାଗମନ, ସ୍ବାସ୍ଥ୍ୟ ସେବା, ଏମ ଏସ ଏମ ଇ ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ସେ ଅବଗତ କରାଇଥିଲେ।ପୁରୀ ଜିଲ୍ଲା ପାଇଁ ବଜେଟରେ ବ୍ୟବସ୍ଥା ସମ୍ପର୍କରେ ସେ ସୂଚନା ଦେଇଥିଲେ।ଏହି ସମୀକ୍ଷା ବୈଠକରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ପୁରୀ ମୁନିସିପାଲ କର୍ପୋରେସନ ର କମିଶନର ସ୍ନେହା ଅରୁଗୁଳା, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ,ପିକେଡିଏ ସେକ୍ରେଟାରୀ ଦିଲ୍ଲୀପ କୁମାର ମହାରଣା, ଉପ ଜିଲ୍ଲାପାଳ ରାଜ କିଶୋର ଜେନା, ସିଡିଏମଓ ଡା ଅକ୍ଷୟ କୁମାର ଶତପଥୀ ,ଯୋଜନା ଓ ପରିସଂଖ୍ୟାନ ବିଭାଗର ଉପ ନିର୍ଦେଶକ ଦେବାଶିଷ ମହାପାତ୍ର,ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
