ଭଦ୍ରକରେ ପୁଣି ମାତିଛନ୍ତି ଲୁଟେରା

ଭଦ୍ରକରେ ପୁଣି ମାତିଛନ୍ତି ଲୁଟେରା । ବନ୍ଧୁକ ଦେଖାଇ ଘରେ ପଶି ଲୁଟିନେଲେ ସୁନା ଅଳଙ୍କାର ସହ ନଗଦ ଟଙ୍କା । ଏଭଳି ଚଞ୍ଚଲ୍ୟକର ଡକାୟତି ଘଟଣା ଘଟିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଆମ୍ବରୁଳି ଗାଁରେ ।ସୂଚନା ଅନୁଯାୟୀ, ଗଭୀର ରାତିରେ କିଛି ସଶସ୍ତ୍ର ଦୁର୍ବୃତ୍ତ ଘରର ଦ୍ବାର ଭାଙ୍ଗି ଭିତରକୁ ପ୍ରବେଶ କରିଥିଲେ । ପରିବାର ଲୋକଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିବା ସହ ବିରୋଧ କଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ପରେ ଘରେ ଥୂବା ସୁନା ଅଳଙ୍କାର, ନଗଦ ଟଙ୍କା ଓ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଲୁଟି ଫେରାର ହୋଇଯାଇଥିଲେ ଦୁର୍ବୃତ୍ତମାନେ ।

ଘଟଣା ପରେ ଅଞ୍ଚଳରେ ଭୟ ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଛି । ଖବର ପାଇ ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଡକାୟତମାନଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ଚଢ଼ାଉ ଜାରି ରହିଥ‌ିବା ସୂଚନା ମିଳିଛି ।ସମ୍ପ୍ରତି ଜିଲ୍ଲାରେ ବଢୁଥ‌ିବା ଚୋରି ଓ ଡକାୟତି ଘଟଣାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି । ସ୍ଥାନୀୟ ବାସିନ୍ଦାମାନେ ରାତ୍ରିକାଳୀନ ପେଟ୍ରୋଲିଂ ବୃଦ୍ଧି ସହ ଦୁର୍ବୃତ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *