ମହାପ୍ରଭୁଙ୍କୁ ଦର୍ଶନ କଲେ ଗଜପତି ଦିବ୍ୟସିଂହ ଦେବ ଓ ଧର୍ମପତ୍ନୀ

ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଓ ତାଙ୍କ ଧର୍ମପତ୍ନୀ। ପରମ୍ପରା ଅନୁଯାଇ ଦକ୍ଷିଣଦ୍ୱାର ଦେଇ ଶ୍ରୀମନ୍ଦିର ଭିତରକୁ ଗଲେ ଉଭୟ ଗଜପତି ମହାରାଜା ଏବଂ ତାଙ୍କ ଧର୍ମପତ୍ନୀ। ସାଙ୍ଗରେ ରହିଥିଲେ ଶ୍ରୀନହର ରାଜଗୁରୁ । କଡା ସୁରକ୍ଷା ମଧ୍ୟରେ ଗଜପତି ମହାରାଜା ଓ ତାଙ୍କ ଧର୍ମପତ୍ନୀ ଶ୍ରୀମନ୍ଦିର ଭିତରକୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଯାଇଥିବା ବେଳେ ଶ୍ରୀମନ୍ଦିର ନୀତି ପ୍ରଶାସକ,,ଶ୍ରୀମନ୍ଦିର କମାଣ୍ଡର ତାଙ୍କ ସାଙ୍ଗରେ ଉପସ୍ଥିତ ରହିଥିଲେ ।

Leave a Reply

Your email address will not be published. Required fields are marked *