ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଗୋପ ବ୍ଲକ ପ୍ରଶାସନର ଫୁ

ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଧେଶକୁ ଗୋପ ଵ୍ଲକ ପ୍ରଶାସନର ଫୁ l ମିଳିଲାନି ଵାସନ୍ତୀ ଙ୍କୁ ଆବାସ ଯୋଜନା l ଚିରା ପଲିଥିନ ତଳେ ୪ ପ୍ରାଣୀ କୁଟୁମ୍ବ lଗୋପ ୩୦/୦୫- ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଧେଶକୁ ଗୋପ ଵ୍ଲକ ପ୍ରଶାସନର ଫୁ l ମିଳିଲାନି ଵାସନ୍ତୀ ଙ୍କୁ ଅର୍ନ୍ତଦ୍ଵୟ ଆବାସ ଯୋଜନା ଗୣହ l ଦୁଇ କୁନିକୁନି ପିଲାଙ୍କୁ ଧରି ଚିରା ପଲିଥିନ ତଳେ ଵିତୁଛି ବାସନ୍ତୀ ଙ୍କ ୪ ପ୍ରାଣୀଙ୍କ ଜୀବନ l ଏପରି ଅଭାବନୀୟ ଦୣଶ୍ୟ ଦେଖିବାକୁ ମିଳିଛି ଗୋପ ଵ୍ଲକ ଅର୍ନ୍ତଗତ ଗଣେଶ୍ୱରପୁର ପଂଚାୟତ ଵେଣୀପୁର ଗ୍ରାମରେ l ଅଭିଯୋଗ ମୁତାବକ ଗୋପ ବ୍ଲକ ଗଣେଶ୍ୱରପୁର ପଂଚାୟତ ଵେଣୀପୁର ୯ ନମ୍ବର ୱାର୍ଡ ର ବାସନ୍ତୀ ରାୟ ତାଙ୍କ ସ୍ଵାମୀ ଏଵଂ ୧୦ ଵର୍ଷର ଏକ ଝିଅ ଓ ୮ ଵର୍ଷର ଏକ ପୁଅ ସହ ଦୀର୍ଘ ଵର୍ଷ ହେଲା ଚିରା ପଲିଥିନ ପଡିଥିବା ଏକ ଭଙ୍ଗା କୁଡିଆରେ ରହି ଆସୁଛନ୍ତି l ଦିନରେ ଖରା ରାତିରେ ତରା ଦେଖା ଯାଉଥିବା ଏହି କୁଡିଆରେ ଶୀତ, ଵର୍ଷା, କାକରରେ ପଡିରହିଥିବା ଵେଳେ ରାତିରେ ସାପ ଵେଙ୍ଗ ଙ୍କ ଭୟ l ପିଲାଛୁଆ ଙ୍କୁ ଧରି ଅତି ଦୟନୀୟ ଅବସ୍ଥାରେ ବାସନ୍ତୀ ଏହି ଭଙ୍ଗା କୁଡିଆରେ ପଡିରହିଥିବା ଵେଳେ ଏନେଇ ସେ ସ୍ଥାନୀୟ ସରପଞ୍ଚ ଓ ବିଡିଓ ଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳ ଙ୍କ ପର୍ଯ୍ୟନ୍ତ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ପାଇପାରି ନାହାନ୍ତି l ଏନେଇ ଗଣମାଧ୍ୟମରେ ଖଵର ପ୍ରକାଶ ପାଇଵା ପରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଙ୍କ ନିକଟରେ ଅଭିଯୋଗ ହୋଇଥିଲା l ପରେ ମୁଖ୍ୟମନ୍ତ୍ରୀ ଏହାକୁ ଗୁରୁତର ଭାଵେ ନେଇ ସଠିକ ତଦନ୍ତ କରି ବାସନ୍ତୀ କୁ ଅର୍ନ୍ତଦ୍ଵୟ ଆଵାସ ଯୋଜନାରେ ସାମିଲ କରି ଆବାସ ଗୣହ ଦେଵା ପାଇଁ ପୁରୀ ଜିଲ୍ଲାପାଳ ଙ୍କୁ ନିର୍ଦ୍ଧେଶ ଦେଇଥିଲେ l ଜିଲ୍ଲାପାଳଙ୍କ ନିର୍ଦ୍ଧଶରେ ତତ୍କାଳୀନ ଵିଡିଓ ଛଵିରାଣୀ ସାହୁ ଉକ୍ତ ପଂଚାୟତ ପିଇଓ ଙ୍କୁ ତଦନ୍ତ ନିର୍ଦ୍ଧେଶ ଦେଇଥିଲେ l ପିଇଓ ଙ୍କ ତଦନ୍ତ ରିପୋର୍ଟ ଅନୁଯାୟୀ ବାସନ୍ତୀ ପରିବାର ସହ ଚିରା ପଲିଥିନ ତଳେ ଜୀବନ ଵିତାଉଥିବା ଜାଣିଵା ପରେ ତାଙ୍କୁ ଆବାସ ଯୋଜନାରେ ସାମିଲ କରାଯାଇଥିଲା l ଏପରିକି ପରମୂହୁର୍ତ୍ତରେ ବ୍ଲକ ପ୍ରଶାସନ ପକ୍ଷରୁ ଓଟିପି ମଗାଯାଇଥିଲା ଏଵଂ ତାଙ୍କ ନାମ ମଧ୍ୟ ଅନ୍ତଦ୍ଵୟ ଆବାସ ଯୋଜନାରେ ରେଜିଷ୍ଟ୍ରେସନ କରାଯାଇଥିବା ତତ୍କାଳୀନ ବିଡିଓ ଛଵିରାଣୀ ସାହୁ ସୁଚନା ଦେଵା ସହ ଵାସନ୍ତୀ ଖୁବ୍ ଶିଘ୍ର ଆବାସ ଯୋଜନା ପାଇଵ ଵୋଲି କହିଥିଲେ l ମାତ୍ର ବିଡିଓ ଶ୍ରୀମତୀ ସାହୁ ଙ୍କର ଗତ ଫେଵୣଆରୀ ମାସରେ ଅନ୍ୟତ୍ର ବଦଳି ହୋଇଯିବା ପରେ ଗୋପ ତହସିଲଦାର ତଥା ଗତ ୨୭ ତାରିଖରେ ସ୍ଥାୟୀ ବିଡିଓ ଭାଵେ ନିଯୁକ୍ତି ପାଇଥିବା ସୂର୍ଯ୍ୟ ଶଙ୍କର ଦାସ ସେତେବେଳେ ଅତିରିକ୍ତ ବିଡିଓ ଭାଵେ ଦାୟିତ୍ୱ ତୁଲାଉଥିବା ଵେଳେ ଗତ ପଂଚାୟତରାଜ ଦିଵସରେ ଗୋପ ବ୍ଲକର ୩୧ଗୋଟି ପଂଚାୟତର ୧୪୦ଜଣ ହିତାଧିକାରୀଙ୍କୁ ଅର୍ନ୍ତଦ୍ଵୟ ଆବାସ ଯୋଜନା ଗୣହ କାର୍ଯ୍ୟାଦେଶ ଵଣ୍ଟନ କରାଯାଇଥିଲା l ସେଥିରେ ଗଣେଶ୍ୱରପୁର ପଂଚାୟତରେ ୧୬ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିବା ଵେଳେ ଆବାସ ଯୋଜନା ପାଇଵାରୁ ବାସନ୍ତୀ ଵାଦ୍ ପଡିଛନ୍ତି l ହେଲେ ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶ ପରେ କଣ ପାଇଁ ଓ କାହିଁକି ବାସନ୍ତୀ ଆବାସ ଗୣହ ପାଇବାରୁ ଵଂଚିତ ହେଲେ ତାହା ଏଵେ ତଦନ୍ତ ସାପେକ୍ଷ l

ଅନ୍ୟପକ୍ଷରେ ପଂଚାୟତରାଜ ଦିଵସରେ ବଣ୍ଟନ କରାଯାଇଥିବା ଏହି ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି l ପ୍ରତି ପଂଚାୟତର ଜନସଂଖ୍ୟା ଅନୁପାତରେ ପ୍ରକୣତ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରି ଆବାସ ଗୣହ ବଣ୍ଟନ କରିବାର ନିୟମ ଥିବାଵେଳେ ଚଳିତ ଵର୍ଷ ବଣ୍ଟନ କରାଯାଇଥିବା ଆବାସ ଯୋଜନାରେ ବ୍ୟାପକ ପାତର ଅନ୍ତର କରାଯାଇଥିବା ଅଭିଯୋଗ ହୋଇଛି l ଫଳରେ ଏକାଧିକ ପଂଚାୟତକୁ ଜମା ଆବାସ ଗୣହ ମିଳିନଥିବା ଵେଳେ କେଉଁ ପଂଚାୟତକୁ ଗୋଟିଏ ଦୁଇଟି ତ ଆଉ କେଉଁ ପଂଚାୟତକୁ ମେଂଚାଏ ଲେଖା ଦିଆଯାଇଛି l ଯାହାକୁ ନେଇ ଵିଭିନ୍ନ ପଂଚାୟତରେ ଅସନ୍ତୋଷ ଦେଖାଦେଇଥିବା ସରପଞ୍ଚ ଉପେନ୍ଦ୍ର କାନୁନଗୋ, ମହେଶ୍ଵର ସ୍ବାଇଁ,ପୂର୍ବତନ ସରପଞ୍ଚ ପ୍ରହଲ୍ଲାଦ ସ୍ବାଇଁ ପ୍ରମୁଖ କହିଛନ୍ତି l ହେଲେ ଏପରି ପାତର ଅନ୍ତର କରି ବିଡିଓ କଣ ପାଇଁ ଵଣ୍ଟନ କଲେ ତାହାର ତଦନ୍ତ ନିମନ୍ତେ ସଂପୣକ୍ତ ସରପଞ୍ଚ ଙ୍କ ସମେତ ଦୁର୍ନୀତି ନିବାରଣ ମଂଚର ଆବାହକ ଗଙ୍ଗାଧର ପାଇକରାୟ ଏଵଂ ଗୋପ ସୁରକ୍ଷା ମଂଚର ଆଵାହକ ସଚ୍ଚିଦାନନ୍ଦ ଗୋଚ୍ଛାୟତ ଦାଵି କରିଛନ୍ତି l ସେହିପରି ବାସନ୍ତୀ କହିଛନ୍ତି ପ୍ରକୣତ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରି ଅର୍ନ୍ତଦ୍ଵୟ ଯୋଜନାରେ ଗୣହ ଦେଵା ନିମନ୍ତେ ସରକାର ନିର୍ଦ୍ଦେଶ ଦେଇଥିବା ଵେଳେ ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଧେଶକୁ ଵ୍ଲକ ପ୍ରଶାସନ ଖୋଲା ଖୋଲି ଉଲ୍ଲଘଂନ କରିଛି l ଯାହା ଫଳରେ ଅର୍ନ୍ତଦ୍ଵୟ ଯୋଜନାରେ ତାଙ୍କ ନାମ ରେଜିଷ୍ଟ୍ରେସନ ହୋଇଥିଲେ ମଧ୍ୟ ସେ ଆଵାସ ପାଇଵାରୁ ବଂଚିତ ହୋଇଛନ୍ତି l ଫଳରେ ସେ ଚିରା ପଲିଥିନ ତଳେ କୁନିକୁନି ପିଲା ଙ୍କୁ ଧରି ଖରା ଵର୍ଷାରେ ପଡିରହିଥିବା କୋହଭରା କଣ୍ଠରେ କହିଛନ୍ତି l ତାଙ୍କୁ ଆବାସ ଗୣହ ଦେଵା ସହ ଏଵେ ମୁଣ୍ଡ ଗୁଂଜିବା ପାଇଁ ଖଣ୍ଡେ ପଲିଥିନ ଦେଵା ନିମନ୍ତେ ଗଣମାଧ୍ୟମ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଆକୁଳ ନିଵେଦନ କରିଛନ୍ତି l

Leave a Reply

Your email address will not be published. Required fields are marked *