ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର; ମହଙ୍ଗା ଭତ୍ତାରେ ହେଲା ବୃଦ୍ଧି, ମାର୍ଚ୍ଚରେ ମିଳିବ ୯୦,୦୦୦ ଟଙ୍କା

୪ ପ୍ରତିଶତ ବୃଦ୍ଧି ସହିତ ମହଙ୍ଗା ଭତ୍ତା ୪୨ ପ୍ରତିଶତକୁ ପହଞ୍ଚିବ । ଯାହା ଜାନୁଆରୀ ୨୦୨୩ରୁ ଲାଗୁ ହେବ । ଏହିପରି କେନ୍ଦ୍ର କର୍ମଚାରୀମାନେ ମାର୍ଚ୍ଚ ଦରମା ସହିତ ଦୁଇ ମାସର ବକେୟା ପାଇବେ । ୧୮,୦୦୦ ଟଙ୍କା ବେସିକ୍ ବେତନରେ ମାସକୁ ୭୨୦ ଟଙ୍କା ବୃଦ୍ଧି ହେବ । ଅର୍ଥାତ୍ ଦୁଇ ମାସ ପାଇଁ ବକେୟା ହିସାବରେ ସେମାନେ ୧୪୪୦ ଟଙ୍କା ପାଇବେ । ମହଙ୍ଗା ରିଲିଫ୍ କୁ ୪ ପ୍ରତିଶତ ବୃଦ୍ଧି କରିବାକୁ ମଧ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଅର୍ଥାତ ବର୍ତ୍ତମାନ ପେନସନଭୋଗୀଙ୍କୁ ୪୨ ପ୍ରତିଶତ ହାରରେ ମହଙ୍ଗା ରିଲିଫ୍ ମଧ୍ୟ ଦିଆଯିବ ।

7th Pay Commission DA Hike: କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କ ପାଇଁ ଏକ ଖୁସି ଖବର ରହିଛି । ଯଦି ଆପଣ ବର୍ଦ୍ଧିତ ଦରମା ପାଇଁ ଅପେକ୍ଷା କରୁଛନ୍ତି । ତେବେ ଆପଣଙ୍କ ଆକାଉଣ୍ଟରେ ଏକ ମୋଟା ଅଙ୍କର ଅର୍ଥ ଆସିବାକୁ ଯାଉଛି । ଲକ୍ଷ ଲକ୍ଷ କର୍ମଚାରୀ ଓ ପେନସନଭୋଗୀଙ୍କୁ କେନ୍ଦ୍ର ସରକାର ଏକ ବଡ଼ ଖବର ଦେଇଛନ୍ତି । ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଏହା ପରେ କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩୮ ପ୍ରତିଶତରୁ ୪୨ ପ୍ରତିଶତକୁ ବୃଦ୍ଧି ପାଇଛି । ବର୍ତ୍ତମାନ ସୁଦ୍ଧା ଏହା ଆଧିକାରୀକ ଭାବେ ଘୋଷଣା ହୋଇନାହିଁ ।

ସପ୍ତମ ବେତନ ଆୟୋଗ (7th Pay Commission) ତରଫରୁ ମିଳିଥିବା ସୂଚନା ଅନୁଯାୟୀ, କର୍ମଚାରୀଙ୍କ ଡିଏ ବୃଦ୍ଧି ପରେ ଯଦି ଜଣେ କର୍ମଚାରୀଙ୍କ ଦରମା ୩୦,୦୦୦ ଟଙ୍କା ହୁଏ, ତା’ହେଲେ ତାଙ୍କର ମୋଟ ଦରମା ପ୍ରାୟ ୧,୦୮,୦୦୦ ଟଙ୍କା ବୃଦ୍ଧି ହୋଇପାରେ । ଅନ୍ୟପକ୍ଷରେ, ଯଦି ଆମେ ସଚିବ ସ୍ତର ବିଷୟରେ ଆଲୋଚନା କରିବା, ତେବେ କର୍ମଚାରୀଙ୍କ ବାର୍ଷିକ ଦରମାରେ ୯୦,୦୦୦ ଟଙ୍କା କିମ୍ବା ତା’ଠାରୁ ଅଧିକ ବୃଦ୍ଧି ହୋଇପାରେ ।

ଏହା ସହିତ ମହଙ୍ଗା ରିଲିଫରେ ବୃଦ୍ଧି ଯୋଗୁଁ  କେନ୍ଦ୍ର ପେନସନଭୋଗୀଙ୍କ ପେନସନ ବୃଦ୍ଧି ହେବାକୁ ଯାଉଛି । ଯଦି ପେନସନଭୋଗୀଙ୍କ DR ୪୨ ପ୍ରତିଶତ ହୋଇଥାଏ, ତେବେ ଏହି ଲୋକମାନେ ପ୍ରତି ମାସରେ ୧୪,୮୬୮ ଟଙ୍କା ପାଇବେ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବର୍ଦ୍ଧିତ ମହଙ୍ଗା ଭତ୍ତା ମାର୍ଚ୍ଚ ବେତନରେ ପ୍ରଦାନ କରାଯିବ । ଏହା ସହିତ କର୍ମଚାରୀମାନେ ଜାନୁଆରୀ ଓ ଫେବୃଆରୀ ମାସ ପାଇଁ ବକେୟା ହିସାବରେ ଦରମା ପାଇବେ । ଯଦି ଆପଣଙ୍କର ବେସିକ୍ ଦରମା ୧୮,୦୦୦ ଟଙ୍କା ଅଛି । ତେବେ ସେହି ଅନୁସାରେ ଆପଣଙ୍କ DA ପ୍ରତି ମାସରେ ୭୨୦ ଟଙ୍କା ବୃଦ୍ଧି ପାଇବ । ଅନ୍ୟ ପଟେ, ଯେତେବେଳେ ଆପଣ ୨ ମାସର ଟଙ୍କା ବକେୟା ଭାବରେ ପାଇବେ, ତେବେ ଆପଣଙ୍କ ଆକାଉଣ୍ଟରେ ୧୪୪୦ ଟଙ୍କା ଅଧିକ ଆସିବ ।

Leave a Reply

Your email address will not be published. Required fields are marked *