ସ୍ବତନ୍ତ୍ର ସଘନ ସଂଶୋଧନ ପାଇଁ ବିଏଲଓ ଙ୍କ ଘରକୁ ଘର ପରିଦର୍ଶନ
ପୁରୀ ୬/୬ ପୁରୀ ଜିଲ୍ଲା ରେ ସ୍ବତନ୍ତ୍ର ସଘନ ସଂଶୋଧନ ବା ଏସ ଆଇ ଆର କାର୍ଯ୍ୟ ଆରମ୍ଭ ହୋଇ ଯାଇଥିବା ବେଳେ ବିଏଲଓ ବା ବୁଥ ସ୍ତରୀୟ ଅଧିକାରୀ ମାନେ ଘରକୁ ଘର ପରିଦର୍ଶନ କରି ବର୍ତ୍ତମାନ ସୁଦ୍ଧା ଶତକଡା ୫୪ ଭାଗ ରୁ ଅଧିକ ଭୋଟର ଙ୍କୁ ଏନୁମେରେସନ ଫର୍ମ ପ୍ରଦାନ କରିସାରିଲେଣି।ବିଏଲଓ ସମସ୍ତ ଭୋଟର ମାନଙ୍କୁ ଏ ସମ୍ପର୍କରେ ସଚେତନ ସହ ଫର୍ମ ପୂରଣ ରେ ମଧ୍ୟ ସହାୟତା କରୁଛନ୍ତି।।ଏକ ସ୍ବଛ ଓ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ନିର୍ବାଚନ କମିଶନରଙ୍କ ଉଦ୍ଦେଶ୍ୟ।ତେଣୁ ଭୋଟର ମାନେ ସେମାନଙ୍କ ପରିବାର ର ସଠିକ ତଥ୍ୟ ଯଥା ୧୮ ବର୍ଷ ବା ଉର୍ଦ୍ଧ୍ବ ବ୍ୟକ୍ତି ଙ୍କ ନାମ ଯୋଗ କରିବା, ମୃତ, ସ୍ଥାନାନ୍ତର, ବିବାହ ଇତ୍ୟାଦି କ୍ଷେତ୍ରରେ ନାମ ବାଦ ଦେବା, ପରିଚୟ ପତ୍ର ରେ ତୃଟି ଥିଲେ ସଂଶୋଧନ ସମ୍ପର୍କିତ ସୂଚନା ପ୍ରଦାନ କରିପାରିବେ।ପୁରୀ ଜିଲ୍ଲା ରେ ଜୁନ ୬ ତାରିଖ ସୁଦ୍ଧା ୧୩୮୭୯୩୦ ଜଣ ଭୋଟର ଥିବା ବେଳେ ସମାନ ସଂଖ୍ୟକ ଏନୁମେରେସନ ଫର୍ମ ପ୍ରସ୍ତୁତି କରି ବଣ୍ଟନ କରାଯାଉଛି।କାର୍ଯ୍ୟସୂଚୀ ଅନୁସାରେ ଏସଆଇଆର ପାଇଁ ଯୋଗ୍ୟତା ତାରିଖ ଜୁଲାଇ ୧ ତାରିଖ ଧାର୍ଯ୍ୟ କରାଯାଇଥିବା ବେଳେ ମଇ ୩୦ ତାରିଖ ଠାରୁ ଜୁନ ୨୮ ତାରିଖ ପର୍ଯ୍ୟନ୍ତ ବିଏଲଓ ମାନେ ଘରକୁ ଘର ପରିଦର୍ଶନ କରିବା କାର୍ଯ୍ୟ ଆରମ୍ଭ କରି ଦେଇଛନ୍ତି। ଜୁନ ୨୮ ତାରିଖ ସୁଦ୍ଧା ମତଦାନ କେନ୍ଦ୍ର ଗୁଡିକ ର ଯୁକ୍ତି ସଂଗତ ପୁନର୍ବିନ୍ୟାସ କରାଯିବ।ଜୁଲାଇ ୫ ତାରିଖ ରେ ଖସଡା ଭୋଟର ତାଲିକା ପ୍ରକାଶ କରାଯିବ।

ଦାବି ଓ ଆପତ୍ତି ଦାଖଲ ସମୟ ସୀମା ଜୁଲାଇ ୫ ରୁ ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି।ଜୁଲାଇ ୫ ରୁ ସେପ୍ଟେମ୍ବର ୨ ତାରିଖ ପର୍ଯ୍ୟନ୍ତ ନୋଟିସ ପର୍ଯ୍ୟାୟ, ଦାବି ଓ ଆପତ୍ତି ର ନିଷ୍ପତ୍ତି ଗ୍ରହଣ କରାଯିବ।ସେପ୍ଟେମ୍ବର ୬ ତାରିଖରେ ଚୁଡାନ୍ତ ଭୋଟର ତାଲିକାରେ ପ୍ରକାଶନ କରାଯିବ ବୋଲି ନିର୍ବାଚନ କମିଶନ କାର୍ଯ୍ୟସୂଚୀ ପ୍ରସ୍ତୁତ କରିଛନ୍ତି।ପୁରୀ ଜିଲ୍ଲାରେ ୧୬୦୯ ଜଣ ବିଏଲଓ ମାନେ ଭୋଟର ମାନଙ୍କ ଘରକୁ ଘର ପରିଦର୍ଶନ କରୁଛନ୍ତି। ଏ କ୍ଷେତ୍ରରେ ୧୬୧ ଜଣ ସୁପରଭାଇଜର ସେମାନ ଙ୍କୁ ସହଯୋଗ ଓ ପରାମର୍ଶ ଦେଉଛନ୍ତି।ବିଏଲଓ ମାନେ ଏନୁମେରେସନ ବା ପରିଗଣନା ଫର୍ମ ଗୃହସ୍ଥ ଙ୍କୁ ପ୍ରଦାନ କରିବା ସହ ଭୋଟର ମାନଙ୍କୁ ଫର୍ମ ପୂରଣ କରିବାରେ ମାର୍ଗଦର୍ଶନ କରାଉଛନ୍ତି।ଫର୍ମ ପୂରଣ ପରେ ବିଏଲଓ ମାନେ ଭୋଟର ଙ୍କ ଦ୍ବାରା ଆବଶ୍ୟକ ସୂଚନା ସହ ପୂରଣ ହୋଇଥିବା ପରିଗଣନା ଫର୍ମ ସଂଗ୍ରହ କରି ଭୋଟର ମାନଙ୍କୁ ଏକ ସ୍ବୀକୃତି ପତ୍ର ବା ଆକନଲେଜମେଣ୍ଟ ରସିଦ ପ୍ରଦାନ କରିବେ।ଏ ସମସ୍ତ କାର୍ଯ୍ୟ ରେ ଜିଲ୍ଲା ର ସମସ୍ତ ଭୋଟର ସହଯୋଗ କରିବାକୁ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଅନୁରୋଧ କରିଛନ୍ତି।
