ବ୍ଲ୍ୟୁ ଫ୍ଲାଗ ବିଚରେ ବିଶ୍ଵ ପରିବେଶ ଦିବସ ପାଳିତ

ପୁରୀ – ପୁରୀ ଜିଲ୍ଲା ବନଖଣ୍ଡ କାର୍ଯ୍ୟାଳୟ ପକ୍ଷରୁ ବ୍ଲୁ ଫ୍ଲାଗ ବିଚ୍ ପରିସରର ମନୋରମ ପ୍ରାକୃତିକ ପରିବେଶରେ ଜିଲ୍ଲା ସ୍ତରୀୟ ଜିଲ୍ଲା ସ୍ତରୀୟ ବିଶ୍ଵ ପରିବେଶ ଦିବସ ପାଳିତ ହୋଇଯାଇଛି। ମୂଖ୍ୟ ଅତିଥି ଭାବେ ଜିଲ୍ଲା ବନଖଣ୍ଡ ଅଧିକାରୀ ମଗର ଧାନୋଜ ରସୋ, ଅନ୍ୟତମ ଅତିଥି ଭାବେ ପରିବେଶବିତ୍ ଯୁଗରଥ କର, ଆକାଶ ରଥ, ଅତିରିକ୍ତ ବନଖଣ୍ଡ ଅଧିକାରୀ ଅଶୋକ ବେହେରା ପ୍ରମୁଖ ଯୋଗଦେଇ ବିଶ୍ଵ ପରିବେଶ ଦିବସ ପାଳନ ଓ ପରିବେଶ ପାଇଁ ବ୍ୟାପକ କାର୍ଯ୍ୟ କରିବାକୁ ଉପସ୍ଥିତ ପରିବେଶପ୍ରେମୀ ମାନଙ୍କୁ ଆହ୍ବାନ ଦେଇଥିଲେ। ଏହି ଅବସରରେ ପୁରୀ ଜିଲ୍ଲାର ବିଭିନ୍ନ ବ୍ଲକରେ ପରିବେଶ ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷ ମାନଙ୍କୁ ପ୍ରକୃତି ବନ୍ଧୁ ଓ ଅନୁଷ୍ଠାନ ଗୁଡ଼ିକୁ ପ୍ରକୃତି ମିତ୍ର ପୁରସ୍କାର ସହ ମାନପତ୍ର ପ୍ରଦାନ କରାଯାଇଥିଲା। ବିଶ୍ଵନାଥ ମିଶ୍ର, ଶୁଶାନ୍ତ ରଥ, ସବ୍ୟସାଚୀ ସେନାପତି ଓ ହେମନ୍ତ ମହାରଥୀ ପ୍ରମୁଖ ବ୍ୟକ୍ତିଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାର ପ୍ରଦାନ କରାଯାଇଥିଲା ବେଳେ ପୁରୀ ସଦର ଭାର୍ଗବୀ ଉଚ୍ଚ ବିଦ୍ୟାଳୟ, ସତ୍ୟବାଦୀ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ବ୍ରହ୍ମଗିରି କ୍ଲବ୍, ଡେଲାଙ୍ଗ ବେରୋବୋଇ ଉଚ୍ଚ ବିଦ୍ୟାଳୟ, କଣାସ ଗଡସାନପୁଟ ଉଚ୍ଚ ବିଦ୍ୟାଳୟ, ଅସ୍ତରଙ୍ଗ ସବୁଜ ଶାଖା, ଗୋପ ଆର୍ତ୍ତତ୍ରାଣ କାର୍ତିକେଶ୍ୱର ବିଦ୍ୟାପୀଠ ଓ କାକଟପୁର ବ୍ଳକର ଶୋଭା

ଫାଉଣ୍ଡେସନ ଆଦି ସଂଗଠନ ଗୁଡ଼ିକୁ ପ୍ରକୃତି ମିତ୍ର ପୁରସ୍କାର ସହ ମାନପତ୍ର ପ୍ରଦାନ କରାଯାଇଥିଲା। ଗୋପ ଆର୍ତ୍ତତ୍ରାଣ କାର୍ତିକେଶ୍ୱର ବିଦ୍ୟାପୀଠ ପକ୍ଷରୁ ପ୍ରଧାନ ଶିକ୍ଷକ ରାମକୃଷ୍ଣ ମହାନ୍ତି ଓ ଶୋଭା ଫାଉଣ୍ଡେସନ ପକ୍ଷରୁ ଟ୍ରଷ୍ଟ ପରିଚାଳକ ତଥା ସାମାଜିକକର୍ମୀ ଜ୍ଞାନ ରଞ୍ଜନ ବିଶ୍ଵାଳ ପୁରସ୍କାର ଗ୍ରହଣ କରିଥିଲେ। ପରେ ପରେ ବ୍ଲୁ ଫ୍ଲାଗ ବିଚରେ ବ୍ୟାପକ ବୃକ୍ଷ ରୋପଣ କରାଯାଇଥିଲା। କାର୍ଯ୍ୟକ୍ରମକୁ ଅତିରିକ୍ତ ବନଖଣ୍ଡ ଅଧିକାରୀ ସମ୍ବିତ ପଣ୍ଡା ସଂଯୋଜନା କରିଥିବା ବେଳେ ସମସ୍ତ ବନବିଭାଗ କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ। ଏହି ଅବସରରେ ଅସ୍ତରଙ୍ଗ ବନାଞ୍ଚଳ ଅଧିକାରୀ ମୋନାଲିସା ମହାପାତ୍ର, କୋଣାର୍କ ବନାଞ୍ଚଳ ଅଧିକାରୀ ସୁଦର୍ଶନ ଦେହୁରୀଙ୍କ ସମେତ ସମସ୍ତ ବନ ବିଭାଗ କର୍ମଚାରୀ ମାନେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ଶତାଧିକ ସ୍ବେଚ୍ଛାସେବୀ ଓ ପରିବେଶପ୍ରେମୀ ମାନେ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *