ଶତାଧିକ ଲୋକଙ୍କ ବିଜେପିରେ ଯୋଗଦାନ।

କୁଜଙ୍ଗ -ବଳ ଗୋଟାଉଛନ୍ତି ମନ୍ତ୍ରୀ। ଶତାଧିକ ଲୋକଙ୍କ ମିଶ୍ରଣ ପରେ ଶକ୍ତିଶାଳୀ ହେଉଛି ପାରାଦ୍ୱୀପନିର୍ବାଚନ ମଣ୍ଡଳୀର ର ଭାରତୀୟ ଜନତା ପାର୍ଟି ସଂଗଠନ।ଆଜି ଅପରାହ୍ନରେ ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀ ସାଇଲୋ ଗ୍ରାମପଂଚାୟତ ର ଏକ ଘରୋଇ ମଣ୍ଡପରେ ଏହି ଗ୍ରାମ ପଂଚାୟତ ର ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ବିଶାଳ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ମିଶ୍ରଣ ପର୍ବରେ ପାରାଦ୍ୱୀପ ର ବିଧାୟକ ତଥା ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଯୋଗଦେଇ ଏହି କାର୍ଯ୍ୟକ୍ରମ କୁ ଆନୁଷ୍ଠାନିକ ଭାବେ ଆରମ୍ଭ କରିଥିଲେ। ରାହାମା ଅଂଚଳ ଭାରତୀୟ ଜନତା ପାର୍ଟିର ଯୁବ ନେତା ପ୍ରତାପ ଚନ୍ଦ୍ର ଦାସ ଙ୍କ ନେତୃତ୍ୱ ରେ ଏହି ସଭା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ସାଇଲୋ ଗ୍ରାମ ପଞ୍ଚାୟତ ର ଶତାଧିକ ମହିଳା ଏବଂ ପୁରୁଷ ବିଜେଡି କଂଗ୍ରେସ ଛାଡି ଆନୁଷ୍ଠାନିକ ଭାବେ ଯୋଗଦେଇଥିଲେ। ମନ୍ତ୍ରୀ ସମ୍ପଦ ସ୍ୱାଇଁ ଏବଂ ଅନ୍ୟ ଅତିଥି ମାନେ ଟୋପି ଏବଂ ଉତ୍ତରୀୟ ଦେଇ ଦଳକୁ ସ୍ୱାଗତ କରିଥିଲେ।ରାହାମା ରୁ ଅରୁଣ ପାଣି ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *