ଯୁବ କଳାକାରଙ୍କ ଦ୍ବାରା “ପୁଅ ଜନ୍ମ କରି ପାପ କରିଛି” ନାଟକ ମଞ୍ଚସ୍ଥ
ପୋଲସରା ୦୭/୦୫/୨୬ ଚିରିକିପଡା ଶାସନ ଗ୍ରାମର ମେଡିକାଲ ଛକ ନିକଟ ଜେନା ପଡ଼ିଆରେ ସାଂସ୍କୃତିକ ନାଟ୍ଯୋମହୋତ୍ସବ ଅବସରରେ ଶ୍ରୀ ଶ୍ରୀ ତୁମ୍ବେଶ୍ବର ନାଟ୍ୟ ସଂସଦର ଷଷ୍ଠ ଅବଦାନ ଓ ଗ୍ରାମର ଯୁବ କଳାକାର ମାନଙ୍କ ଦ୍ବାରା ଆୟୋଜିତ ସାମାଜିକ ନାଟକ “ପୁଅ ଜନ୍ମ କରି ପାପ କରିଛି” ମଞ୍ଚସ୍ଥ ହୋଇଯାଇଛି।ଯୁବ କଳାକାର ମାନଙ୍କ ଦ୍ବାରା ଆୟୋଜିତ ନାଟକକୁ ଉଦଘାଟକ ଭାବେ ବୁଗୁଡ଼ା ପିପୁଲସ୍ କଲେଜ ଅଧ୍ୟାପକ ସୁଶାନ୍ତ କୁମାର ସାହୁ, ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଚନ୍ଦ୍ର ଶେଖର ସାହୁ, ମୁଖ୍ୟ ବକ୍ତା ଭାବେ କୋଷାଧ୍ୟକ୍ଷ ଧର୍ମେନ୍ଦ୍ର ପାଢ଼ୀ ଓ ସମ୍ମାନିତ ଅତିଥି ଭାବେ ଖରିଡା ମାଁ ସ୍ୱପ୍ନେଶ୍ୱରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବସନ୍ତ କୁମାର ସାହୁ ଯୋଗଦାନ ପୂର୍ବକ ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ ପରେ ଉଦଘାଟନ କରିଥିଲେ। ଅତିଥିଗଣ କଳାକାର ମାନଙ୍କୁ ଉତ୍ସାହିତ କରିବା ସହିତ ନାଟକରେ ସମାଜ ପ୍ରତି ଥିବା ସଂସ୍କାରକୁ ଗ୍ରହଣ କରି ଅପସଂସ୍କୃତିକୁ ସେଠାରେ ଛାଡି ଯିବାପାଇଁ ପରାମର୍ଶ ଦେଇଥିଲେ। ନିର୍ଦ୍ଦେଶକ ଏନ୍ ତ୍ରୀପତି ପାତ୍ର ନାଟକକୁ ନିର୍ଦ୍ଦେଶନା ଦେଇଥିବା ବେଳେ ସବୁରି ମୁଳରେ ଉପେନ୍ଦ୍ର ନାୟକ ଓ ତୁତୁନୁ ପ୍ରଧାନ ଦାୟିତ୍ୱ ତୁଲାଇଥିଲେ। ଯୁବ କଳାକାର ରୋହିତ ବେହେରୁକ ମଞ୍ଚ ପରିଚାଳନା ଦାୟିତ୍ୱ ଗ୍ରହଣ କରିଥିବା ବେଳେ ଜିତେନ୍ଦ୍ର ସାହୁ,ହରିହର ନାହାକ, ବାସୁଦେବ ନାୟକ, ଜିତେନ୍ଦ୍ର କୁମାର ସାହୁ,ଗଙ୍ଗାଧର ନାୟକ, କଂଗ୍ରେସ ପୋଲାଇ, ଅଶୋକ ବେହେରୁକ ନାରୀ ଭୂମିକାରେ ମାମୁନୀ,ମଇନା,ରୁପାଲୀ,ସୋନା ରଜନୀ ଓ ଶିଶୁ ଭୂମିକାରେ ବିଶ୍ବପ୍ରତୀକ,ବବୁଲ, ବନ୍ଦନା, କ୍ରୀତି, ରାକେଶ,ଜିତୁ ଓ ଆଲୋକ ନାଟକରେ ବିଭିନ୍ନ ଭୂମିକାରେ ସୁନ୍ଦର ଅଭିନୟ କରିଥିଲେ। ତୁମ୍ବେଶ୍ଵର ନାଟ୍ଯ ସଂସଦର ସମସ୍ତ ଯୁବକ ଓ ଗ୍ରାମବାସୀ ବୃନ୍ଦ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ।
