ଛାତ୍ରଛାତ୍ରୀଙ୍କ ଭବିଷ୍ୟତ କାହା ହାତରେ ?
ଆଜିର ଛାତ୍ରଛାତ୍ରୀ ଆସନ୍ତାକାଲିର ଭବିଷ୍ୟତ। କିନ୍ତୁ ଏବେ ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ଦୀପ ତଳ ଅନ୍ଧାର ସଦୃଶ। ବହି ନାହିଁ ପାଠ ପଢିବେ କିଭଳି,, ତାକୁ ନେଇ ଉଠିଛି ପ୍ରଶ୍ନ। ଏଭଳି ଏକ ସମ୍ବେଦନଶୀଳ ଘଟଣା ।ଦେଖିବାକୁ ମିଳିଛି ପୁରୀ ସଦର ବ୍ଲକ ଗଡମୃଗଶିରା ଗ୍ରାମପଞ୍ଚାୟତର ସୁନ୍ଦର ଗ୍ରାମରେ ଥିବା ତାରାୟଣୀ ଉଚ୍ଚ ବିଦ୍ୟାଳୟରେ। ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ବହି ନମିଳିବା ନେଇ ଅଭିଭାବକ ମହଲରେ ଦେଖାଦେଇଛି ଅସନ୍ତୋଷ l ପୁରୀ ଜିଲ୍ଲା ସୁନ୍ଦର ଗ୍ରାମ ପଞ୍ଚାୟତ ତରାୟଣୀ ସଂଯୁକ୍ତ ଉଚ୍ଚ ବିଦ୍ୟାଳୟରେ କିଛି ଛାତ୍ର ଛାତ୍ରୀ ମାନଙ୍କୁ ସରକାରି ବହି ନ ମିଳିବା ନେଇ ଅଭିଭାବକ ଓ ଛାତ୍ର ଛାତ୍ରୀଙ୍କ ମନରେ କ୍ଷୋଭ ଦେଖଦେଇଛି l ସ୍କୁଲର ପରୀକ୍ଷା ଫଳାଫଳ ବାହାରିବା ପରେ କିଛି ଛାତ୍ରଛାତ୍ରୀଙ୍କୁ ବହି ବଣ୍ଟା ଯାଇଥିବାବେଳେ ଆଉ କିଛି ଛାତ୍ର ଛାତ୍ରୀ ମାନେ ବହି ପାଇନଥିଲେ। ଏ ନେଇ ଅଭିଭାବକ ମାନେ ବିଦ୍ୟାଳୟକୁ ଯାଇ ପଚାରିବାରୁ ସ୍କୁଲର ପ୍ରଧାନ ଶିକ୍ଷକ୍ଷତ୍ରୀ କହିଛନ୍ତି ସରକାର ବହି ଦେଇନାହାନ୍ତି ଆମେ କୋଉଠୁ ଆଣିବୁ l ତେଣୁ ପିଲାମାନଙ୍କ ଭବିଷ୍ୟତ ପାଇଁ ତଥା ପାଠ ପଢିବା ପାଇଁ ସରକାର ତୁରନ୍ତ ବହି ଯୋଗାନ୍ତୁ ବୋଲି ଅଭିଭାବକ ମହଲରୁ ପ୍ରତିକ୍ରିୟା ପ୍ରକାଶ ପାଇଛି
