ବାଲୁକା କଳା ମାଧ୍ୟମରେ ସାବିତ୍ରୀ ବ୍ରତର ଶୁଭେଚ୍ଛା
ଆଜି ପବିତ୍ର ସାବିତ୍ରୀ ବ୍ରତ। ଏହି ଅବସରରେ ପୁରୀ ବେଳାଭୂମିରେ ଏକ ସୁନ୍ଦର ବାଲୁକାକଳା ନିର୍ମାଣ କରିଛନ୍ତି ପ୍ରଖ୍ୟାତ ବାଲୁକାଶିଲ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ସୁଦର୍ଶନ ଏହି ସୁନ୍ଦର ବାଲୁକାକଳା ମାଧ୍ୟମରେ ସଧବା ନାରୀଙ୍କ ସ୍ଵାମୀଙ୍କ ଦୀର୍ଘାୟୁ କାମନା ଓ ମଙ୍ଗଳମନାସୀଛନ୍ତି। ଏହି କଳାକୃତିରେ ସାବିତ୍ରୀ-ସତ୍ୟବାନଙ୍କ କାହାଣୀ ଓ ପୂଜାବିଧିକୁ ଅତି ନିଖୁଣ ଭାବେ ଦର୍ଶାଇ ବ୍ରତର ମହତ୍ତ୍ୱକୁ ପରିପ୍ରକାଶ କରିବା ସହିତ ଶାଢ଼ୀ,ସଙ୍ଖା,ସିନ୍ଦୁର,ଫୁଲ ଓ ଫଳକୁ ସ୍ଥାନିତ କରିଛନ୍ତି ସୁଦର୍ଶନ। ଏହାସହ ବାଲୁକାକଳାରେ ସୁଦର୍ଶନ ସାବିତ୍ରୀ ବ୍ରତର ଶୁଭେଚ୍ଛା ଜଣାଇଥିବା ବେଳେ ଏହି ଆକର୍ଷଣୀୟ କଳାକୃତିକୁ ଦେଖିବାକୁ ବେଳାଭୂମିରେ ପ୍ରବଳ ପର୍ଯ୍ୟଟକଙ୍କ ଭିଡ ପରିଲକ୍ଷିତ ହୋଇଥିଲା l
