୨୦୪୭ ସୁଦ୍ଧା ବିକଶିତ ରାଷ୍ଟ୍ର ପାଲଟିବ ଭାରତ

ବେଲ୍‌ଗ୍ରେଡ୍‌,୮ା୬ : ଭାରତ ହେଉଛି ବିଶ୍ୱର ସବୁଠୁ ଦ୍ରୁତତମ ଅଭିବୃଦ୍ଧିଶୀଳ ଅର୍ଥନୀତି, ଯାହାର ମୋଟ ଘରୋଇ ଉତ୍ପାଦ (ଜିଡିପି) ୩.୫ ଟ୍ରିଲିୟନ୍‌ ଡଲାର ଛୁଇଁବାକୁ ଯାଉଛି। ଚଳିତ ଦଶନ୍ଧି ଶେଷ ହେବା ପୂର୍ବରୁ ଆମେ ବିଶ୍ୱର ତୃତୀୟ ବୃହତ୍‌ ଅର୍ଥନୀତି ହେବାକୁ ଯାଉଛୁ। ୨୦୪୭ ସୁଦ୍ଧା ଭାରତ ଏକ ବିକଶିତ ରାଷ୍ଟ୍ରରେ ପରିଣତ ହେବା ଲକ୍ଷ୍ୟ ଦିଗରେ ଅଗ୍ରସର ହେଉଛି ବୋଲି ବୁଧବାର ସର୍ବିଆ ରାଜଧାନୀ ବେଲ୍‌ଗ୍ରେଡ୍‌ରେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରକାଶ କରିଛନ୍ତି। ଭାରତୀୟ ବଂଶୋଦ୍ଭବମାନଙ୍କୁ ସମ୍ବୋଧିତ କରି ମୁର୍ମୁ ଆହୁରି କହିଛନ୍ତି, ବର୍ତ୍ତମାନ ବିଶ୍ୱ ମଞ୍ଚରେ ଭାରତ ଗ୍ଲୋବାଲ୍‌ ସାଉଥ୍‌ର ଏକ ଦାୟିତ୍ୱପୂର୍ଣ୍ଣ ବିକାଶୋନ୍ମୁଖୀ ସହଭାଗୀ ଭାବେ ସ୍ବୀକୃତି ଲାଭ କରିଛି। ଆମେ ଏକ ଅଗ୍ରଣୀ ଶକ୍ତି ରୂପେ ଉଭା ହେବାକୁ ଯାଉଛୁ ବୋଲି ଏଥିରୁ ପ୍ରତିଫଳିତ ହେଉଥିବା ରାଷ୍ଟ୍ରପତି କହିଛନ୍ତି। ବେଲ୍‌ଗ୍ରେଡ୍‌ରେ ମହାମତ୍ା ଗାନ୍ଧୀ, ଜବାହରଲାଲ ନେହେରୁ ଓ ରବୀନ୍ଦ୍ରନାଥ ଟାଗୋରଙ୍କ ପ୍ରତିମୂର୍ତ୍ତି ଏବଂ ନୂଆଦିଲ୍ଲୀର ଜୋସିପ୍‌ ବ୍ରୋଜ୍‌ ଟିଟୋ ଷ୍ଟ୍ରିଟ୍‌, ଯୋଧପୁରରେ ଟିଟୋ ରାଉଣ୍ଡଏବାଉଟ୍‌ ଭାରତ-ସର୍ବିଆର ଐତିହାସିକ ସମ୍ପର୍କର ପ୍ରମାଣ ଦିଏ ବୋଲି ମୁର୍ମୁ କହିଛନ୍ତି।

Leave a Reply

Your email address will not be published. Required fields are marked *