ଦେବସ୍ନାନ ପୂର୍ଣ୍ଣିମା ୨୦୨୬ ଅବସରରେ ସାଧାରଣ ଜନସାଧାରଣଙ୍କ ପାଇଁ ସୁରକ୍ଷା ଓ ସୁବିଧା ସମ୍ବନ୍ଧୀୟ ସୂଚନା
ଦେବସ୍ନାନ ପୂର୍ଣ୍ଣିମା ୨୦୨୬ ଅବସରରେ ସାଧାରଣ ଜନସାଧାରଣଙ୍କ ପାଇଁ ସୁରକ୍ଷା ଓ ସୁବିଧା ସମ୍ବନ୍ଧୀୟ ସୂଚନା । ଦେବସ୍ନାନ ପୂର୍ଣ୍ଣିମା ୨୦୨୬ ଅବସରରେ ଶ୍ରୀକ୍ଷେତ୍ର ପୁରୀକୁ ଲକ୍ଷାଧିକ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ଆଗମନ ହେବାକୁ ଥିବାରୁ, ସେମାନଙ୍କ ସୁରକ୍ଷା, ସୁବିଧା ଏବଂ ଶୃଙ୍ଖଳିତ ବ୍ୟବସ୍ଥା ପାଇଁ ପୁରୀ ପୋଲିସ ପକ୍ଷରୁ ବିଶେଷ ପ୍ରସ୍ତୁତି କରାଯାଇଛି। ପୁରୀ ଏସ୍ପି ପୁରୀ ଶ୍ରୀ ପ୍ରତୀକ ସିଂ ଜନସାଧାରଣଙ୍କୁ ଆହ୍ୱାନ କରି କହିଛନ୍ତି ଯେ, ସମସ୍ତ ଭକ୍ତ ଓ ପର୍ଯ୍ୟଟକମାନେ ପୋଲିସ, ଲାଇଫଗାର୍ଡ ଓ ସ୍ୱେଚ୍ଛାସେବୀମାନଙ୍କ ନିର୍ଦ୍ଦେଶକୁ ପାଳନ କରି ସୁରକ୍ଷିତ ଓ ଶୃଙ୍ଖଳିତ ଭାବରେ ଉତ୍ସବରେ ସହଯୋଗ କରନ୍ତୁ। ପୁରୀ ସମୁଦ୍ର ବେଳାଭୂମିରେ କରିବାକୁ ଥିବା କାର୍ଯ୍ୟ ଯେପରିକି ପୁରୀ ପୋଲିସ, ଲାଇଫଗାର୍ଡ ଓ ସ୍ୱେଚ୍ଛାସେବୀମାନଙ୍କ ନିର୍ଦ୍ଦେଶ ମାନନ୍ତୁ।କେବଳ ନିର୍ଦ୍ଧାରିତ ସୁରକ୍ଷିତ ଅଞ୍ଚଳରେ ସମୁଦ୍ର ସ୍ନାନ କରନ୍ତୁ।ଛୋଟ ଶିଶୁମାନଙ୍କୁ ସଦା ନିଜ ନଜରରେ ରଖନ୍ତୁ।ବେଳାଭୂମିକୁ ସ୍ୱଚ୍ଛ ରଖିବା ପାଇଁ ଡଷ୍ଟବିନ୍ ବ୍ୟବହାର କରନ୍ତୁ।ନିଜ ସାମଗ୍ରୀ ପ୍ରତି ସଚେତନ ରୁହନ୍ତୁ।ହାଲୁକା ପୋଷାକ ପିନ୍ଧନ୍ତୁ ଏବଂ ପର୍ଯ୍ୟାପ୍ତ ପାଣି ପିଇ ଶରୀରକୁ ହାଇଡ୍ରେଟେଡ୍ ରଖନ୍ତୁ।ଆପତ୍କାଳୀନ ସହାୟତା ପାଇଁ 112 କିମ୍ବା ଟୁରିଷ୍ଟ ହେଲ୍ପଲାଇନ 6370967100 ସହ ଯୋଗାଯୋଗ କରନ୍ତୁ।ପୁରୀ ସମୁଦ୍ର ବେଳାଭୂମିରେ ନକରିବାକୁ ଥିବା କାର୍ଯ୍ୟଗଭୀର ସମୁଦ୍ର କିମ୍ବା ନିଷିଦ୍ଧ ଅଞ୍ଚଳକୁ ପ୍ରବେଶ କରନ୍ତୁ ନାହିଁ।ସମୁଦ୍ର ଉତ୍ତାଳ ଥିବାବେଳେ କିମ୍ବା ରେଡ୍ ଫ୍ଲାଗ୍ ସଚେତନତା ସମୟରେ ସ୍ନାନ କରନ୍ତୁ ନାହିଁ।ବେଳାଭୂମିରେ ମଦ୍ୟପାନ କରନ୍ତୁ ନାହିଁ।ଅବର୍ଜନା ଫିଙ୍ଗନ୍ତୁ ନାହିଁ ଓ ସରକାରୀ ସମ୍ପତ୍ତିର କ୍ଷତି କରନ୍ତୁ ନାହିଁ।ଅତ୍ୟଧିକ ଭିଡ଼ ଥିବା କିମ୍ବା ଅସୁରକ୍ଷିତ ସ୍ଥାନକୁ ଯିବାରୁ ବର୍ଜନ କରନ୍ତୁ।

ସୁରକ୍ଷା ସମ୍ବନ୍ଧୀୟ ଘୋଷଣାକୁ ଅଣଦେଖା କରନ୍ତୁ ନାହିଁ।ସରକାରୀ ଲକର / ଡିପୋଜିଟ୍ କାଉଣ୍ଟର ବ୍ୟବସ୍ଥାଦେବସ୍ନାନ ପୂର୍ଣ୍ଣିମା–୨୦୨୬ ଅବସରରେ ଭକ୍ତମାନଙ୍କ ସାମଗ୍ରୀର ସୁରକ୍ଷିତ ସଂରକ୍ଷଣ ପାଇଁ ପୁରୀ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ସରକାରୀ ଲକର / ଡିପୋଜିଟ୍ କାଉଣ୍ଟର ବ୍ୟବସ୍ଥା କରାଯାଇଛି।ନିମ୍ନୋକ୍ତ ସ୍ଥାନଗୁଡ଼ିକରେ ଏହି ସୁବିଧା ଉପଲବ୍ଧ ରହିବ: ଟେମ୍ପଲ ଅଫିସ ପଛପଟ ଉତ୍ତର ଦ୍ୱାରପଶ୍ଚିମ ଦ୍ୱାରଦକ୍ଷିଣ ଦ୍ୱାରସୂର୍ଯ୍ୟ କମ୍ପ୍ଲେକ୍ସମରିଚିକୋଟ ଛକଟାଉନ ଥାନା ମାର୍କେଟ ଛକଭକ୍ତମାନଙ୍କୁ ଅନୁରୋଧ, ଦର୍ଶନ କିମ୍ବା ସମୁଦ୍ର ବେଳାଭୂମିକୁ ଯିବା ସମୟରେ ନିଜର ମୂଲ୍ୟବାନ ସାମଗ୍ରୀ ସୁରକ୍ଷିତ ରଖିବା ପାଇଁ ସରକାରୀ ଲକର / ଡିପୋଜିଟ୍ କାଉଣ୍ଟର ବ୍ୟବହାର କରନ୍ତୁ।ପୁରୀ ପୋଲିସର WhatsApp Chatbot ନମ୍ବର 8763199400 ରେ ମଧ୍ୟ ସହାୟତା ମିଳିବ। ଜରୁରୀ ସହାୟତା ପାଇଁ 112 ନମ୍ବରକୁ ଫୋନ କରନ୍ତୁ।ପୁରୀ ଏସ୍ପି ଶ୍ରୀ ପ୍ରତୀକ ସିଂ କହିଛନ୍ତି ଯେ, ପୁରୀ ପୋଲିସ ଭକ୍ତମାନଙ୍କ ସୁରକ୍ଷା ଓ ସୁବିଧା ପାଇଁ 24×7 ପ୍ରତିବଦ୍ଧ। ସମସ୍ତଙ୍କ ସହଯୋଗରେ ଦେବସ୍ନାନ ପୂର୍ଣ୍ଣିମା ସୁରକ୍ଷିତ, ସୁସଂଗଠିତ ଓ ଶାନ୍ତିପୂର୍ଣ୍ଣ ଭାବେ ଅନୁଷ୍ଠିତ ହେବ।
