ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ।

୧୦୪ ଅଭିଯୋଗ ର ଶୁଣାଣି

ପୁରୀ ୩/୮ ଆଜି ସଦଭାବନା ସଭାଗୃହ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା।ଏଥିରେ ଜିଲ୍ଲାପାଳ ଦିବ୍ଯ ଜ୍ୟୋତି ପରିଡା ଅଧ୍ୟକ୍ଷତା କରିବା ସହ ଅଭିଯୋଗ ଶୁଣାଣି କରିଥିଲେ।ଅଭିଯୋଗ ଗୁଡ଼ିକ ର ତ୍ବରାନ୍ବିତ ସମାଧାନ ପାଇଁ ଯେଉଁ ବିଭାଗ କୁ ଅଭିଯୋଗ ପତ୍ର ପଠାଯାଉଛି ଆଇନ ଅନୁଯାୟୀ ତୁରନ୍ତ ସମାଧାନ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।ଏହି ଶୁଣାଣି ରେ ମୋଟ ୧୦୪ ଗୋଟି ଅଭିଯୋଗ ପତ୍ର ମିଳିଥିଲା।ସେଥିରୁ ବ୍ୟକ୍ତିଗତ ୯୫ ଗୋଟି, ସାମୁହିକ ୫ ଗୋଟି,ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ରୁ ସହାୟତା ପାଇଁ ୪ ଗୋଟି ଆବେଦନ ପତ୍ର ମିଳିଥିଲା।ତତକ୍ଷଣାତ ୩ ଗୋଟି ର ସମାଧାନ ହୋଇଥିଲା।ଅନ୍ୟ ଗୁଡିକୁ ଆଇନ ଅନୁସାରେ ସମାଧାନ ପାଇଁ ବିଭିନ୍ନ ବିଭାଗ କୁ ପଠାଯାଇଥିଲା।ଏହି ଶୁଣାଣି ଶିବିରରେ ଏସପି ପ୍ରତୀକ ସିଂ,ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା,ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ,ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ସୁଶାନ୍ତ କୁମାର ପତି, ପୁରୀ ମୁନିସିପାଲ କମିଶନର ଯୁଗ୍ମ କମିଶନର ଅଭିମନ୍ୟୁ ବେହେରା, ପିକେଡିଏ ସେକ୍ରେଟାରୀ ଦିଲ୍ଲୀପ କୁମାର ମହାରଣା ,ଜିଲ୍ଲା ପରିଷଦର ଅତିରିକ୍ତ ନିର୍ବାହୀ ଅଧିକାରୀ ରାଜୀବ କୁମାର ବେହେରା ଓ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ।ଆସନ୍ତା ୧୦ ତାରିଖରେ କୃଷ୍ଣ ପ୍ରସାଦ ବ୍ଲକ ସମ୍ମିଳନୀ ଗୃହରେ , ୧୭ ତାରିଖ ବ୍ରହ୍ମଗିରି ବ୍ଲକ ସମ୍ମିଳନୀ ଗୃହରେ,୨୪ ତାରିଖ ରେ ସତ୍ୟବାଦୀ ବ୍ଲକ ସମ୍ମିଳନୀ ଗୃହରେ ଓ ୩୧ ତାରିଖରେ ଅସ୍ତରଙ୍ଗ ବ୍ଲକ ସମ୍ମିଳନୀ ଗୃହରେ ଦିବା ୧୦ ଘଟିକା ଠାରୁ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ ବୋଲି ଜିଲ୍ଲା ଅଭିଯୋଗ ପ୍ରକୋଷ୍ଠ ଅଧିକାରୀ ବିବେକାନନ୍ଦ ସାହୁ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *