ରାୟଗଡ଼ା ଲେଡୀସ କ୍ଲବ ଦ୍ୱାରା ଅନ୍ତର୍ଜାତୀୟ ମହିଳା ଦିବସ- ୨୦୨୬ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାୟଗଡ଼ା ଲେଡୀସ କ୍ଲବ ଦ୍ୱାରା ଅନ୍ତର୍ଜାତୀୟ ମହିଳା ଦିବସ- ୨୦୨୬ କାର୍ଯ୍ୟକ୍ରମ ଅନୁଷ୍ଠିତରାୟଗଡ଼ା : ତା : ୦୮/୦୩/୨୬ରାୟଗଡ଼ା ଲେଡୀସ କ୍ଲବ ଆନୁକୂଲ୍ୟରେ ଆଜି ଲଏନ୍ସ କ୍ଲବ ପରିସର ଠାରେ “ଅନ୍ତର୍ଜାତୀୟ ମହିଳା ଦିବସ- ୨୦୨୬” ଉପଲକ୍ଷେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମହିଳା ସଶକ୍ତି କରଣ ସହ ସଦସ୍ୟା ମାନଙ୍କ ମଧ୍ୟରେ ସହଭାଗିତାର କାର୍ଯ୍ୟକ୍ରମ ବିଷୟରେ ଆଲୋଚନାଚକ୍ର କରାଯାଇଥିଲା ଏବଂ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ ହେବା ଉକ୍ତ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଧେଶ୍ୟ ଥିଲା। ଚଳିତ ବର୍ଷ ଅନ୍ତର୍ଜାତୀୟ ମହିଳା ଦିବସର ସଂକଳ୍ପ ଯେ,”କିଛି ପାଇବାକୁ ହେଲେ କିଛି ଦେବାକୁ ହୁଏ” ବିଷୟରେ ବିଶିଷ୍ଠ ମହିଳା ତଥା କ୍ଲବ ର ପ୍ରତିଷ୍ଠାତା ସଦସ୍ୟା ଶ୍ରୀମତୀ ଶାନ୍ତିଲତା ଦେବ, ଶ୍ରୀମତୀ ଅଳକା ଦାସ ଓ ଶ୍ରୀମତୀ କେ ଶୋଭାରାଣୀ ଯୋଗ ଦେଇ ବିଭିନ୍ନ ମନ୍ତବ୍ୟ ଦେଇଥିଲେ। ମହିଳା ଦିବସ ପରିପ୍ରେକ୍ଷିରେ ପ୍ରତିଷ୍ଠାତା ସଦସ୍ୟା ମାନଙ୍କର କ୍ଲବ ପ୍ରତି ବିଶେଷ ଅବଦାନ କୁ ଦୃଷ୍ଟିରେ ରଖି ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କ୍ଲବର ସଭାପତି ଶ୍ରୀମତୀ କସ୍ତୁରୀ ସାହୁ ଙ୍କ ପୌରୋହିତ୍ୟରେ ସମସ୍ତ କାର୍ଯକ୍ରମ ସମ୍ପାଦନ କରାଯାଇଥିଲା। ସମ୍ପାଦିକା ଶ୍ରୀମତୀ ଜ୍ୟୋତିପ୍ରଭା ମହାପାତ୍ର, କୋଷାଧକ୍ଷା ଶ୍ରୀମତୀ ବୁରୁଡି ଲକ୍ଷ୍ମୀ ତଥା କ୍ଲବର ସମସ୍ତ ସଦସ୍ୟା କାର୍ଯକ୍ରମରେ ସମ୍ପୂର୍ଣ୍ଣ ଅଂଶ ଗ୍ରହଣ କରିଥିଲେ। ତାସହିତ ସଦସ୍ୟା ମାନେ ବିଭିନ୍ନ ପ୍ରତିଯୋଗିତା ରେ ଭାଗ ନେଇଥିଲେ ଏବଂ ସେମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।

Leave a Reply

Your email address will not be published. Required fields are marked *