ରଘୁନାଥପୁର ପୂର୍ଣ୍ଣଚନ୍ଦ୍ର ବିଦ୍ୟାମନ୍ଦିର ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଆରମ୍ଭ ଅନୁଷ୍ଠିତ

ରଘୁନାଥପୁର ପୂର୍ଣ୍ଣଚନ୍ଦ୍ର ବିଦ୍ୟାମନ୍ଦିର ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଆରମ୍ଭ ଅନୁଷ୍ଠିତ ହୋଇଯାଇଛି. ରଘୁନାଥପୁର ପୂର୍ଣ୍ଣଚନ୍ଦ୍ର ବିଦ୍ୟାମନ୍ଦିର ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି .ଜିଲ୍ଲା ପ୍ରଶିକ୍ଷଣ ପ୍ରତିଷ୍ଠାନ ର ଅଧ୍ୟକ୍ଷ ରମେଶ ଚନ୍ଦ୍ର ମଲ୍ଲିକ ଉଦଘାଟନ କରିଥିଲେ. ମୁଖ୍ୟବକ୍ତାଭାବେ ସଭାପତି ବିଜୟ କୁମାର ସ୍ଵାଇଁ, ସମ୍ମାନିତ ଅତିଥି ଭାବେ ମଣ୍ଡଳ ସହଶିକ୍ଷା ଅଧିକାରୀ ଆଶୁତୋଷ ବାନାର୍ଜୀ, ମଣ୍ଡଳ ସହଶିକ୍ଷା ଅଧିକାରୀ ରଜନୀକାନ୍ତ ରାୟ, ପ୍ରଧାନ ଶିକ୍ଷୟିତ୍ରୀ ପ୍ରଣତିଲତା ଦାସ, ଆଂଚଳିକ ସାଧନକେନ୍ଦ୍ର ସଂଯୋଜକ ଦିଲୀପ କୁମାର ସ୍ଵାଇଁ, ଯୋଗଦେଇ ମାନବ ସମାଜ ପାଇଁ ବିଜ୍ଞାନର ଆବିଷ୍କାର ଅପରିହାର୍ଯ୍ୟ ବୋଲି କହିଥିଲେ.ରଘୁନାଥପୁର ମଣ୍ଡଳ ଶିକ୍ଷା ଅଧିକାରୀ ବିଜୟ କୁମାର ସ୍ଵାଇଁ ପୌରହିତ କରିଥିଲେ .ଶିକ୍ଷକନେତା ଦେବାଶିଷ ବେହେରା ଅତିଥି ପରିଚୟ ଓ ସ୍ଵାଗତ ଭାଷଣ ଦେଇଥିଲେ. ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ତିର୍ତ୍ତୋଲ ବିଧାୟକ ପ୍ରଫେସର ରମାକାନ୍ତ ଭୋଇ ଯୋଗ ଦେଇ କହିଥିଲେ ଯେ ମାନବ ସମାଜ ମଙ୍ଗଳ ପାଇଁ ବିଜ୍ଞାନର ଆବଶ୍ୟକତା ଅଛି ବୋଲି କହିଥିଲେ. ମୁଖ୍ୟବକ୍ତା ଭାବେ ବ୍ଲକ ଉପାଧ୍ଯକ୍ଷ ଦେବାଶିଷ ତ୍ରିପାଠୀ,ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀ ବେହେରା, ଜିଲା ପରିଷଦ ରିନାରାଣୀ ମଲିକ, ସରପଞ୍ଚ ସୁଚିତ୍ରା ପଣ୍ଡା, ସମିତି ସଭ୍ଯା ମିତାଲୀ ବରାଳ ଯୋଗ ଦେଇଥିଲେ.ଏହି ଉତ୍ସବରେ ଜୟପ୍ରକାଶ ପଣ୍ଡା ଅତିଥି ପରିଚୟ ଓ ସ୍ଵାଗତ ଭାଷଣ ଦେଇଥିଲେ. ଏହି ଉପଲକ୍ଷେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବିଜ୍ଞାନ, ଗଣିତ, ସାମାଜିକ ବିଜ୍ଞାନ, ସାଧାରଣ ଜ୍ଞାନ ଉପରେ 95 ଟି ବିଦ୍ୟାଳୟ ର 297 ଜଣ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ କୁଇଜ୍ ପ୍ରତିଯୋଗିତା କରାଯାଇ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା, ଶେଷରେ ଶିକ୍ଷକ କୁଶ ମଲିକ ଧନ୍ଯବାଦ୍ ଅର୍ପଣ କରିଥିଲେ. ବିଜ୍ଞାନ କମିଟି ର ସମ୍ପାଦକ ଯଜ୍ଞ ମିଶ୍ର, ନିକୁଞ୍ଜ କିଶୋର ଦାସ, ସମସ୍ତ ସିଆରସିସି,ଭାସ୍କର ଚନ୍ଦ୍ର ମୁଦୁଲି, ଉମେଶ ଚନ୍ଦ୍ର ନାୟକ, ଚିନ୍ମୟ ରଥ, ଅମିୟ ଭାୟା, ରବି ନାରାୟଣ ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ.

ଜଗତ୍ସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ମଳୟ କୁମାର ପାଣିଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର ନିୟୁଜ।

Leave a Reply

Your email address will not be published. Required fields are marked *