ମା ତାରିଣୀ ସିଦ୍ଧ ପୀଠର ଇତିବୃତ୍ତ ଉନ୍ମୋଚିତ
ମା ତାରିଣୀ ସିଦ୍ଧ ପୀଠର ଇତିବୃତ୍ତ ଉନ୍ମୋଚିତ ତିର୍ତ୍ତୋଲ, ଖଡ଼ଗପୁର ମୁଖ୍ୟ ରାସ୍ତାର ସମ୍ମୁଖ ଭାଗରେ ଅବସ୍ଥିତ ମା ତାରିଣୀଙ୍କର ଭବ୍ୟ ମନ୍ଦିରରେ ମା ତାରିଣୀଙ୍କର ପ୍ରତିଷ୍ଠା ଉତ୍ସବ ମହା ସମାରୋହରେ ପାଳିତ ହେଉଥିବା ଅବସରରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ କୁମାର ନାୟକଙ୍କ ସମ୍ପାଦନାରେ ସମ୍ପାଦିତ “ମା ତାରିଣୀ ସିଦ୍ଧ ପୀଠର ଇତିବୃତ୍ତ ” ପୁସ୍ତିକାର ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ତାରିଣୀ ମନ୍ଦିର ମୁଖ୍ୟ ପୁରୋଧା ଲୋକନାଥ ବଡ଼ପଣ୍ଡା ଓ ମୁଖ୍ୟ ସହାୟକ ଶିକ୍ଷାବିତ ଶରତ ଚନ୍ଦ୍ର ତାରେଣିଆ, ନରେନ କୁମାର ଦାସ ,ନିତ୍ୟାନନ୍ଦ ନାୟକ, କିଶୋର କୁମାର ଦାସ, ଡ. ବସନ୍ତ ମଞ୍ଜରୀ ଦାସ, ସନ୍ତୋଷ କୁମାର ମହାନ୍ତି, ରବୀନ୍ଦ୍ର କୁମାର ଦାସ, ଜଗନ୍ନାଥ ଖଣ୍ଡୁଆଳ, ରବୀନ୍ଦ୍ର କୁମାର ଷଡ଼ଙ୍ଗୀ, ଶିକ୍ଷାବିତ ସଞ୍ଜୁଲତା ତାରିଣୀଆ ପ୍ରଭୃତିଙ୍କର ଉପସ୍ଥିତିରେ ପୁସ୍ତିକା ଉନ୍ମୋଚନ ପର୍ବ ସମାହିତ ହୋଇଥିବାବେଳେ ହଜାର ହଜାର ଭକ୍ତବୃନ୍ଦ ଏହି ଉତ୍ସବରେ ସାମିଲ ହୋଇଥିଲେ l
