ନୟାଗଡ ଜିଲ୍ଲା ସ୍ତରୀୟ ପ୍ରଧାନ ମନ୍ତ୍ରୀ ଜନଜାତୀୟ ଉନ୍ନତ ଗ୍ରାମ ଅଭିଯାନ ଯୋଜନା
(PM-JUGA)ର ମହା ଶିବିରର ସଫଳ ଆୟୋଜନ ନିମନ୍ତେ ପ୍ରାକ୍ ପ୍ରସ୍ତୁତି ବୈଠକ ଅଦ୍ୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ଗୃହରେ ଆଦିବାସୀ ମନ୍ତ୍ରଣାଳୟ ଭାରତ ସରକାରଙ୍କ ନିର୍ଦ୍ଦେଶରେ ପ୍ରଧାନ ମନ୍ତ୍ରୀ ଜନଜାତୀୟ ଉନ୍ନତ ଗ୍ରାମ ଅଭିଯାନ ଯୋଜନାର(PM-JUGA) ଜିଲ୍ଲା ସ୍ତରୀୟ ମହା ଶିବିରକୁ ସଫଳ ଆୟୋଜନ ଲାଗି ଏକ ପ୍ରାକ୍ ପ୍ରସ୍ତୁତି ବୈଠକ, ଅତିରିକ୍ତ ଜିଳାପାଳ ନୟାଗଡଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ମଙ୍ଗଳ ଅଧିକାରୀ, ନୟାଗଡ ପ୍ରଧାନ ମନ୍ତ୍ରୀ ଜନଜାତୀୟ ଉନ୍ନତ ଗ୍ରାମ ଅଭିଯାନ ଯୋଜନାର(PM-JUGA) ର ଆଭିମୂଖ୍ୟ ବିଷୟରେ ସୂଚନା ଦେଇଥିଲେ । ଏହି ଜିଲ୍ଲାର ଦଶପଲ୍ଲା,ଗଣିଆ ଓ ନୂଆଗାଁର ଅନୁସୂଚିତ ଜନଜାତି ବହୁଳ ମୋଟ ୧୧୩ ଟି ଗ୍ରାମକୁ ଏହି ଯୋଜନା ମାଧ୍ୟମରେ ସାମିଲ୍ କରାଯାଇଛି । ଆଗାମୀ ତା- ୦୨.୧୦.୨୦୨୪ ରିଖ ଦିନ ମାନ୍ୟବର ପ୍ରଧାନ ମନ୍ତ୍ରୀ ଏହି ଯୋଜନାକୁ ଲୋକାର୍ପଣ କରିବେ ଯାହା ନୟାଗଡର ଦଶପଲ୍ଲା ଅନ୍ତର୍ଗତ ବାଣୀଗୋଛା ଉଚ୍ଚ ବିଦ୍ୟାଳୟରେ ଆଭାସି ମାଧ୍ୟମରେ ଅନୁଷ୍ଠିତ ହେବ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ସମସ୍ତ ଯୋଜନା କିପରି ଅନୁସୂଚିତ ଜନଜାତି ଲୋକମାନଙ୍କ ପାଖରେ ପହଁଚିବ ତେଣୁ ଜିଲ୍ଲାର ସମସ୍ତ ବିଭାଗର ଷ୍ଟଲଗୁଡିକ ସ୍ଥାପନା କରାଯାଇ ଲୋକଙ୍କୁ ଅବଗତ କାରଯିବା ଲାଗି ସ୍ଥିର କରାଯାଇଛି । ଏହି ବୈଠକରେ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ସହ ବିଡିଓ ତହସିଲଦାର ଉପସ୍ଥିତ ଥିଲେ ।
