ରାସ୍ତା ଉପରେ ପିଚୁ କାର୍ଯ୍ୟରେ ମହାଦୁର୍ନୀତି !
ପିଚୁ କାର୍ଯ୍ୟରେ ମହାଦୁର୍ନୀତି। ୨ କିଲୋମିଟର ରାସ୍ତାରେ ୧ ଇଞ୍ଚିରୁ କମ୍ ପିଚୁ ଢାଳି ଦେଢ଼ କୋଟି ଟଙ୍କା ଆତ୍ମସାତ୍ କରିଥିବା ଅଭିଯୋଗ ଆଣିଲେ ଗ୍ରାମବାସୀ। ପୁରୀଜିଲ୍ଲା ଡେଲାଙ୍ଗ ଡ଼ାକପଡା ଗାଁ ରୁ କଣାସ ଓ ଡେଲାଙ୍ଗର ମୁଖ୍ୟ ରାସ୍ତାକୁ ସଂଯୁକ୍ତ ହେଇଥିବା ୨ କିଲୋମିଟର ଦୂରତା ବିଶିଷ୍ଟ ଗ୍ରାମ୍ୟଉନ୍ନୟନ ବିଭାଗର ଏହି ରାସ୍ତାରେ ପିଚୁ କାର୍ଯ୍ୟ ସରିବାର ୧୦ ଦିନ ନ ପୁରୁଣୁ ଉଠିଯାଉଛି ପିଚୁ । ଲୋକେ ଚାଲିକି ଜିବାତ ଦୂରର କଥା ଯାନବାହନ ଚଳାଚଳ କଲେ ପରସ୍ଥ ପରସ୍ତ ଉଠି ଯାଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଠିକାଦାର ଓ ଯନ୍ତ୍ରୀ ଙ୍କ ମିଲିଭଗତ ରେ ଏହି ଭଳି ମନମୁଖୀ କାର୍ଯ୍ୟ ହୋଇଥିବା ଗ୍ରାମବାସି ଅଭିଯୋଗ କରିଛନ୍ତି । ଡାକପଡା, ବଡଆଙ୍କୁଲା, ଅଳଉତା, ବରକେରା, ମହନପୁର, ବେଲପଡ଼ା, ଯୁଇଁଲୁଣ୍ଡାର ଗ୍ରାମବାସୀ ବ୍ଲକ କାର୍ଯ୍ୟଳୟ ଓ ସରକାରୀ ଡାକ୍ତରଖାନାକୁ ଏହି ରାସ୍ତା ଦେଇ ଯାତାୟତ କରିଥାନ୍ତି । ଏବେ ନିମ୍ନମାନର ପିଚୁ କାର୍ଯ୍ୟକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଗ୍ରାମବାସୀ । ୨କିଲୋମିଟର ରାସ୍ତା କୁ ଦେଢ଼ କୋଟି ରୁ ଅଧିକ ଟଙ୍କା ରାଜସ୍ୱ ବିନିଯୋଗ ରେ ହେଇଥିବା ଉନ୍ନୟନ କାର୍ଯ୍ୟ କାହା ସ୍ୱାର୍ଥ ରେ ବୋଲି ସାଧାରଣ ଲୋକେ ପ୍ରଶ୍ନ କରିଛନ୍ତି । ପିଚୁର ଗୁଣବତ୍ତା କୁ ଦେଖିଲେ ଲାଗୁଛି ସରକାର ଙ୍କୁ ଚ୍ୟାଲେଞ୍ଜ ଦେଇ ନିଜର ପକେଟ ଗରମ କରୁଛନ୍ତି ମୁନାଫା ଅଫିସର୍ ମାନେ । ଠିକା ସଂସ୍ଥା ନିମ୍ନମାନର କାର୍ଯ୍ୟ କରି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଗ୍ରାମବାସି ଅଭିଯୋଗ କରିଛନ୍ତି । ବିଭାଗୀୟ ଅଧିକାରୀ ଙ୍କୁ ଏବାବଦରେ ଜଣେଇବା ରେ ମଧ୍ୟ କିଛି ପଦକ୍ଷେପ ନିଆଯାଇନଥିବା ଲୋକେ ଅଭିଯୋଗ କରିଛନ୍ତି । କାର୍ଯ୍ୟ ତଦାରଖ କରିବା ପାଇଁ ଯନ୍ତ୍ରୀ ଆସୁନାହାନ୍ତି । ୧୦ଖଣ୍ଡ ଗାଁ ଏହି ରାସ୍ତା ଉପରେ ନିର୍ଭର କରୁଥିବା ବେଳେ ନିମ୍ନମାନର କାର୍ଯ୍ୟ କୁ ନେଇ ବିଭାଗୀୟ ଯନ୍ତ୍ରୀ ଙ୍କୁ ଦାଇ କରିଛନ୍ତି ଲୋକେ। ଏହି ରାସ୍ତା ପୁନଃ ନିର୍ମାଣ କରାନଗଲେ ରାଜା ରାସ୍ତା କୁ ଓଲାହୀବା ପାଇଁ ପ୍ରଶାସନ କୁ ଦୃଢ଼ ଚେତାବନୀ ଦେଇଛନ୍ତି ସ୍ଥାନୀୟ ଲୋକେ। ଖୁବଶୀଘ୍ର ବିଭାଗିୟ ଅଧିକାରୀଙ୍କୁ ଜଣେଇ ନିର୍ମାଣ ହେବ ରାସ୍ତା ବୋଲି କହିଛନ୍ତି ପୁରୀ ଅତିରିକ୍ତ ଜିଲ୍ଲାପାଳବାଇଟ ବାନମ୍ବାରା ରାଉତରାୟ, ଗ୍ରାମବାସୀ ବାଇଟ2: ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ,
