ପ୍ରେସ୍ ରିଲିଜ୍
ପ୍ରେସ୍ ରିଲିଜ୍ (୦୮.୧୧.୨୦୨୪): ଓଡ଼ିଶା ନୃତ୍ୟଶିଳ୍ପୀ ଗୁରୁ ସୁଶ୍ରୀ ମହାନ୍ତିଙ୍କ ଦ୍ବାରା ପ୍ରତିଷ୍ଠିତ ଦର୍ପଣ ନୃତ୍ୟାନୁଷ୍ଠାନ ଦ୍ବାରା ଆୟୋଜିତ ପ୍ରଥମ ‘“ ଅଦ୍ଵୈତ ନୃତ୍ୟ ଉତ୍ସବ” ଭଞ୍ଜକଳା ମଣ୍ଡପରେ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ ଓଡ଼ିଶାର ଶାସ୍ତ୍ରୀୟ ନୃତ୍ୟ ଓଡ଼ିଶୀ ତଥା ଲୋକନୃତ୍ୟକୁ ଲୋକଲୋଚନ କରାଇବା ସହ ତାର ପ୍ରଚାର ପ୍ରସାର କରିବା । ସନ୍ଧ୍ୟାରେ ପ୍ରଥମ ଭାଗରେ ଦର୍ପଣ ଅନୁଷ୍ଠାନର କୁନି କୁନି ଛାତ୍ରଛାତ୍ରୀଙ୍କ ଦ୍ବାରା ସମ୍ବଲପୁରୀ ଓ ପଲ୍ଲୀ ନୃତ୍ୟ ସହିତ ଓଡ଼ିଶୀ ନୃତ୍ୟରେ କସ୍ତୁରୀ ତିଲକମ୍ ପରିବେଷିତ ହୋଇଥିଲା।ସନ୍ଧ୍ୟାରେ ଶୁଭାରମ୍ଭ ପରିବେଷଣରେ ରହିଥିଲା ଗୁରୁ ଶ୍ରୀ ଦୁର୍ଗା ଚରଣ ଋଣବୀରଙ୍କ ଦ୍ଵାରା ଏକକ ଓଡ଼ିଶୀ ନୃତ୍ୟ, ତାଙ୍କ ପରିବେଷଣରେ ରହିଥିଲା ଅଭିନୟ ମାମିୟମ୍ ଛନ୍ଦିତ, ରାଧାକୃଷ୍ଣଙ୍କ ଉପରେ ଆଧାରିତ ପରେ ପରେ କୌଶିକୀ ଲଲାଟିକା ପଟ୍ଟନାୟକଙ୍କ ଦ୍ୱାରା ପଲ୍ଲବୀ, ନିଳାଦ୍ରୀ ମହାନ୍ତି, ଶ୍ରୀମତୀ ଗାୟତ୍ରୀ ରଣବୀର, ମନୋଜ କୁମାର ପ୍ରଧାନ ଓ ଜଗତ୍ଜୀତ୍ ଦାସଙ୍କ ଦ୍ୱାରା ଏକକ ନୃତ୍ୟ ପରିବେଷିତ ହୋଇଥିଲା । ଦ୍ୱୈତ ନୃତ୍ୟ ଭାରତୀ ନୃତ୍ୟ ମନ୍ଦିରର କଳାକାରଙ୍କ ଦ୍ୱାରା ପରିବେଷିତ ହୋଇଥିଲା। ଶେଷରେ ପ୍ରଜ୍ଞାନୃତ୍ୟାୟନର ନୃତ୍ୟଶିଳ୍ପୀଙ୍କ ଦ୍ୱାରା ଦଳଗତ ନୃତ୍ୟ ‘“ନବଦୁର୍ଗା’” ପରିବେଷିତ କରାଯାଇଥିଲା ।ଏହି ସନ୍ଧ୍ୟାରେ ପଦ୍ମଶ୍ରୀ ଗୁରୁ ଶ୍ରୀମତୀ ଗୀତା ମାହାଲିକଙ୍କୁ ଓ ଗୁରୁଶ୍ରୀ ଦୁର୍ଗା ଚରଣ ରଣବୀରଙ୍କୁ ଅଦ୍ଵୈତ ଜୀବନବ୍ୟାପି ସାଧନା ରେ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଯୁବ ନୃତ୍ୟଶିଳ୍ପୀ କୈଶିକୀ ଲଲାଟିକା ପଟ୍ଟନାୟକ, ନିଳାଦ୍ରୀ ମହାନ୍ତି, ଜଗତ୍ଜୀତ୍ ଦାସ,ଗାୟତ୍ରୀ ରଣବୀର. ଓ ମନୋଜ ପ୍ରଧାନ ଙ୍କୁ ଅଦ୍ୱୈତ ଯୁବ ପ୍ରତିଭା ସନ୍ନମାନ ରେ ସନ୍ନମାନିତ କରାଯାଇ ଥିଲା ଉଦଘାଟନ ସନ୍ଧ୍ୟାରେ ଅତିଥି ଭାବେ ଯୋଗଥିଲେ ମାନବ ଅଧିକାରୀ ଆୟୁକ୍ତ ଓ ଯୁଗ୍ମ ସଚିବ ଶ୍ରୀଯୁକ୍ତ ବିଶ୍ଵଜିତି ଵର୍ମନ ଓଡିଶା ପ୍ରଶାସନିକ ସେବା. ଓଡିଶା ରାଜ୍ୟ ଅଧିବକ୍ତା ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ସୀତାଂଶୁ ମୋହନ ଦ୍ବିବେଦୀ.ସୂଚନା ଲୋକ ସମ୍ପର୍କବିଭାଗ ସହ ନିର୍ଦେଶକ ଟି.ବି.ଟି.ଅନସାରୀ. ରାଧାମୋହନ ଫାଉଣ୍ଡେସନ ର ନିର୍ଦେଶକ ଶ୍ରୀଯୁକ୍ତ ମାନସରଞ୍ଜନରାୟ ମହାପାତ୍ର.ଗୁରୁ ଧନନେଶ୍ଵର ସ୍ୱାଇଁ ମର୍ଦ୍ଧଳ ବାଦକ. ଶ୍ରୀମତୀ ନିତା ବୋହିଦାର. ଗୁରୁ ମିନାକ୍ଷୀ ବେହେରା. ଗୁରୁ ଭାରତ ଚରଣ ଗିରି. ଦର୍ପଣନୃତ୍ୟାନୁ ଷ୍ଠାନର ସମ୍ପାଦିକା ସୁଶ୍ରୀ ମହାନ୍ତି. ବାଣିଜ୍ୟ ଉପଦେଷ୍ଟା ଶ୍ରୀ ସ୍ୱରୂପ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ମଞ୍ଚ ପରିଚାଳନା କରିଥିଲେ ମୃତ୍ୟୁଞ୍ଜୟ ରଥ.
