ଜମିଜମା ସମସ୍ୟାକୁ ନେଇ ପୁରୀ ଓକିଲ ସଂଘ ପକ୍ଷରୁ ୫ ଦଫା ଦାବିପତ୍ର ପ୍ରଦାନ
ପୁରୀ ବାସିନ୍ଦାଙ୍କ ପାଇଁ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ଜମିପଟ୍ଟା ନିଜ ନାମରେ କରିବା ପାଇଁ ସରକାର ଧାର୍ଯ୍ୟ କରିଥିବା ନୂଆ ୟୁନିଫର୍ମ ପଲିସିକୁ ବିରୋଧ କରିଛି ପୁରୀ ଓକିଲ ସଂଘ। ପାଞ୍ଚ ଦଫା ଦାବି ନେଇ ପୁରୀ ଓକିଲ ସଂଘ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି। ତେବେ ଓକିଲ ସଂଘ ଦାବି କରିଛି ପୁରୀ ସହରରେ ଶ୍ରୀଜଗନ୍ନାଥ ମନ୍ଦିର ଓ ବିଭିନ୍ନ ମଠ ମନ୍ଦିର ଜମିରେ ଦୀର୍ଘ ଦିନ ଧରି ବାସ କରୁଥିବା ଯୋଗ୍ୟ ପରିବାରଙ୍କୁ ଆଇନ ସମ୍ମତ ସତ୍ତାଧିକାର ଓ ପଟ୍ଟା ପ୍ରଦାନ କରିବା। ଶ୍ରୀଜଗନ୍ନାଥ ମନ୍ଦିର ବନାମ ସିଦ୍ଧମଠ ସୁପ୍ରିମକୋର୍ଟଙ୍କ ରାୟ କୁ ସଠିକ୍ ଭାବେ କାର୍ଯ୍ୟକାରୀ କରିବା। ଓଡ଼ିଶା ସରକାରଙ୍କ ଶ୍ରୀଜଗନ୍ନାଥ ମନ୍ଦିର ଜମି ପରିଚାଳନା ନିୟମ ୨୦୨୬ ପ୍ରତ୍ୟାହାର କରିବା ଭଳି ଦାବି ରଖିଛି ସଂଘ।
ବାଇଟ- ଶରତ କୁମାର ରାୟଗୁରୁ, ସମ୍ପାଦକ, ପୁରୀ ଓକିଲ ସଂଘ
