ରଥଯାତ୍ରା ୨୦୨୬

ରଥଯାତ୍ରା ୨୦୨୬ : ପୁରୀ ପୋଲିସ ଫାସିଲିଟେସନ୍ ସେଣ୍ଟରର ତ୍ୱରିତ କାର୍ଯ୍ୟାନୁଷ୍ଠାନରେ ୧୭ ନିଖୋଜ ବ୍ୟକ୍ତିଙ୍କୁ ପରିବାର ସହ ପୁନର୍ମିଳନ*ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ୨୦୨୬ ଅବସରରେ ଲକ୍ଷାଧିକ ଶ୍ରଦ୍ଧାଳୁ ପୁରୀକୁ ଆସୁଥିବା ବେଳେ ସେମାନଙ୍କ ସୁରକ୍ଷା, ସହାୟତା ଏବଂ ସୁବିଧାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ପୁରୀ ପୋଲିସ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛି। ଏହି ପରିପ୍ରେକ୍ଷୀରେ ପୁରୀ ପୋଲିସ ଫାସିଲିଟେସନ୍ ସେଣ୍ଟରଗୁଡ଼ିକ ନିରନ୍ତର ଭାବେ ଶ୍ରଦ୍ଧାଳୁମାନଙ୍କୁ ସହାୟତା ପ୍ରଦାନ କରୁଛି। ପୁରୀ ପୋଲିସ ଫାସିଲିଟେସନ୍ ସେଣ୍ଟର ଦ୍ୱାରା ନିଖୋଜ ହୋଇଯାଇଥିବା ଦୁଇଜଣ ଶିଶୁଙ୍କୁ ସୁରକ୍ଷିତ ଭାବେ ଠାବ କରାଯାଇ ସେମାନଙ୍କ ପରିବାର ସହ ଶୀଘ୍ର ପୁନର୍ମିଳନ କରାଯାଇଛି। ସେହିପରି ଭଦ୍ରକ ଜିଲ୍ଲାର ୫୫ ବର୍ଷୀୟା ଶ୍ରୀମତୀ ମିନତି ବାରିକ ନାମକ ଜଣେ ନିଖୋଜ ମହିଳାଙ୍କୁ ମଧ୍ୟ ଫାସିଲିଟେସନ୍ ସେଣ୍ଟରର ଟିମ୍ ସୁରକ୍ଷିତ ଭାବେ ଖୋଜି ବାହାର କରି ତାଙ୍କ ପରିବାରଙ୍କ ହସ୍ତରେ ଦିଆଯାଇଛି । ପୁରୀ ପୋଲିସର ପ୍ରଶିକ୍ଷିତ କର୍ମଚାରୀମାନେ ଫାସିଲିଟେସନ୍ ସେଣ୍ଟରରେ ସର୍ବଦା ଉପସ୍ଥିତ ରହି ନିଖୋଜ ବ୍ୟକ୍ତିଙ୍କ ସନ୍ଧାନ, ପରିବାର ସହ ଯୋଗାଯୋଗ, ଆବଶ୍ୟକ ସହାୟତା, ବୃଦ୍ଧ, ମହିଳା ଓ ଶିଶୁମାନଙ୍କ ପ୍ରତି ବିଶେଷ ଯତ୍ନ ସହ ବିଭିନ୍ନ ପ୍ରକାରର ଜନସେବା କାର୍ଯ୍ୟ ନିରନ୍ତର ଭାବେ କରିଆସୁଛନ୍ତି।

ଏହା ସହିତ ଫାସିଲିଟେସନ୍ ସେଣ୍ଟରରେ ଯାତ୍ରୀମାନଙ୍କ ଅଭିଯୋଗ ଗ୍ରହଣ, ସୂଚନା ପ୍ରଦାନ, ମାର୍ଗଦର୍ଶନ ଓ ଜରୁରୀ ସହାୟତା ମଧ୍ୟ ଉପଲବ୍ଧ କରାଯାଉଛି। କୌଣସି ଶ୍ରଦ୍ଧାଳୁଙ୍କର କୌଣସି ସମସ୍ୟା, ଅଭିଯୋଗ କିମ୍ବା ପ୍ରଶ୍ନ ଥିଲେ ସେମାନେ ନିକଟସ୍ଥ ପୁରୀ ପୋଲିସ ଫାସିଲିଟେସନ୍ ସେଣ୍ଟରକୁ ଯାଇପାରିବେ କିମ୍ବା ପୁରୀ ପୋଲିସ ସହାୟକ (WhatsApp Chatbot) – +୯୧ ୮୭୬୩୧ ୯୯୪୦୦ ନମ୍ବରରେ “Hi” ପଠାଇ ତୁରନ୍ତ ସହାୟତା ପାଇପାରିବେ। ରଥଯାତ୍ରା ସମୟରେ ବିପୁଳ ଜନସମାଗମ ମଧ୍ୟରେ ଯଦି କୌଣସି ବ୍ୟକ୍ତି ତାଙ୍କ ପରିବାରଠାରୁ ଅଲଗା ହୋଇଯାଆନ୍ତି, ତେବେ ଆତଙ୍କିତ ନ ହୋଇ ନିକଟସ୍ଥ ପୋଲିସ କର୍ମଚାରୀ କିମ୍ବା ଫାସିଲିଟେସନ୍ ସେଣ୍ଟର ସହ ଯୋଗାଯୋଗ କରିବାକୁ ପୁରୀ ପୋଲିସ ଅନୁରୋଧ କରୁଛି। ପୁରୀ ପୋଲିସ ରଥଯାତ୍ରା ୨୦୨୬ ସମୟରେ ପ୍ରତ୍ୟେକ ଶ୍ରଦ୍ଧାଳୁଙ୍କ ସୁରକ୍ଷା, ସେବା ଓ ସୁବିଧା ସୁନିଶ୍ଚିତ କରିବା ପାଇଁ ସଦା ସର୍ବଦା ପ୍ରତିବଦ୍ଧ ଏସ୍ପି ପୁରୀ ଶ୍ରୀ ପ୍ରତୀକ ସିଂ କହିଛନ୍ତି ।

Leave a Reply

Your email address will not be published. Required fields are marked *