କୋରେଇ ବିଜେପି ପକ୍ଷରୁ ସେବା ସଂକଳ୍ପ ଅଭିଯାନ
କୋରେଇ ବିଜେପି ପକ୍ଷରୁ ସେବା ସଂକଳ୍ପ ଅଭିଯାନ ଉପଲକ୍ଷେ ବ୍ୟାସନଗର ସ୍ଥିତ ଟାଉନ ହଲରେ ମାଗଣା ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ଅନୁଷ୍ଠିତ l ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଠାରୁ ଏକ ମାସ ଧରି ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ହେଉଛି l ଏହି ପରିପକ୍ଷରେ ଆଜି କୋରେଇ ବିଜେପି ପକ୍ଷରୁ ଆୟୋଜିତ ମାଗଣା ସ୍ୱାସ୍ଥ୍ୟ ଶିବିର କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସଭାପତି ଦେବଯାନୀ ପ୍ରଧାନ,କୋରେଇ ବିଧାୟକ ଆକାଶ ଦାସନାୟକ ଓ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସପନ କୁମାର ନନ୍ଦ ଅତିଥିଭାବେ ଯୋଗଦେଇ ଉଦଘାଟନ କରିଥିଲେ l ବିଶେଷ ଭବରେ ନିର୍ବାଚନ ମଣ୍ଡଳୀ ଅଂଚଳର ସାଧାରଣ ଲୋକଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦେବା ଉଦେଶ୍ୟ ଏହି ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଛି ବୋଲି ବିଧାୟକ ଶ୍ରୀ ଦାସନାୟକ କହିଛନ୍ତି l

ଏହି ଶିବିରରେ ରାଜ୍ୟର ଅନେକ ସୁନାମଧନ୍ୟ ଡାକ୍ତର ଯୋଗଦେଇ ରୋଗୀଙ୍କୁ ଚିକିତ୍ସା କରିଥିଲେ l ଏହି ସ୍ୱାସ୍ଥ୍ୟ ଶିବିରରେ କୋରେଇ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଂଚାୟତ ଓ ପୌର ପରିଷଦ ଅଂଚଳର ରୋଗୀ ପହଂଚି ମେଡ଼ିସିନ, ଅସ୍ଥି ଓ ହାଡ଼, ହୃଦରୋଗ, ଆକ୍ଷୀ, ସ୍ନାୟୁ, ମଧୁମେହ, କାନ, ନାକ ଓ ଗଳା, ଚର୍ମ, ଶିଶୁ, ଦନ୍ତ ଓ ସ୍ତ୍ରୀ ରୋଗ ବିଭାଗର ଡାକ୍ତରଙ୍କୁ ଭେଟି ନିଜ ନିଜର ରୋଗର ଚିକିତ୍ସା କରିଥିଲେ l ଏହି ଅବସରରେ ରୋଗୀଙ୍କୁ ମାଗଣା ଔଷଧ ବଣ୍ଟନ କରାଯାଇଥିଲା l
